• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରେମ ଶାଶ୍ୱତ ଆଉ ଚିରନ୍ତନ । ଥରେ ଯିଏ ଯାହାକୁ ମନ ଦେଇଛି ତାକୁ ଭୁଲିବା ଅସମ୍ଭବ କହିଲେ ଅତ୍ୟୁକ୍ତି ହେବନି । ଏବେର ଯୁଗରେ ପ୍ରେମ ପାଇଁ କିଏ ଜୀବନ ଦେଇ ଦେଉଛି ତ କିଏ ଜୀବନ ନେଇ ବି ଯାଉଛି । କଥାରେ ଅଛି ବିବାହ ସାତଜନ୍ମର । ବିବାହ ଦୁଇ ମନର ମିଳନ । ୧୦ ଦିଗପାଳ ଓ ଅଗ୍ନିଙ୍କୁ ସାକ୍ଷୀ ରଖି ହିନ୍ଦୁ ଧର୍ମରେ ହୁଏ ବାହାଘର । ଅଗ୍ନିକୁ ସାକ୍ଷୀ ରଖି ପ୍ରେମିକା ସିନ୍ଥିରେ ସିନ୍ଦୁର ପିନ୍ଧାଇ ଦିଏ ପ୍ରେମିକ । ହେଲେ ଆସାମରେ ଏମିତି ଏକ ବାହାଘର ହୋଇଛି, ଯାହା ବୋଧହୁଏ ଆପଣ କେବେ ଦେଖିନଥିବେ । ପ୍ରେମ କେତେ ପବିତ୍ର ତାହା ଏହି ବିବାହ ହିଁ ସ୍ପଷ୍ଟ କରିଦେଉଛି ।

ଅଧିକ ପଢ଼ନ୍ତୁ: ଏମିତି ବି ପ୍ରେମ ହୁଏ, ଆଉ ବିବାହ ମଧ୍ୟ ! ପଢ଼ନ୍ତୁ ସୁନ୍ଦର କାହାଣୀ..

ଦୀର୍ଘ ଦିନର ଭଲ ପାଇବାର ଅନ୍ତ ଯେ ଏମିତି ଘଟିବ, ତାହା କେହି ବି ବିଶ୍ୱାସ କରିପାରିବେନି । ବାହା ହୋଇ ସୁଖର ସଂସାର କରିବା ପାଇଁ ସ୍ୱପ୍ନ ଦେଖିଥିବା ମଣିଷ ଯଦି ସେହି ମନର ମଣିଷକୁ ଅଧା ବାଟରେ ହରାଇ ଦିଏ। ତେବେ କେତେ ଯେ କଷ୍ଟ, ତାହା ସମସ୍ତେ ଦେଖିଥିବେ ଆଉ ଶୁଣିଥିବେ । ଆସାମର ୨୭ ବର୍ଷୀୟ ବିଟୁପାନ୍‌ ଟାମୁଲି ବହୁବର୍ଷ ଧରି ପ୍ରାର୍ଥନାଙ୍କୁ ଭଲ ପାଉଥିଲେ । ହେଲେ ଦୀର୍ଘଦିନ ହେବ ପ୍ରେମିକା ପ୍ରାର୍ଥନା ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଚିକିତ୍ସା ହେଉଥିଲେ ।

ଶେଷରେ ନଭେମ୍ବର ୧୮ରେ ଆଖି ବୁଜିଦେଲେ ପ୍ରାର୍ଥନା । ହେଲେ ପ୍ରାର୍ଥନାକୁ ଦେଇଥିବା ପ୍ରତିଶ୍ରୁତିକୁ କିନ୍ତୁ ଭୁଲି ନଥିଲେ ବିଟୁପାନ୍‌ । ପ୍ରାର୍ଥନାଙ୍କ ଛଡ଼ା ଜୀବନରେ ଆଉ କାହାକୁ ବି ବାହା ହେବେନି ବୋଲି ବିଟୁପାନ୍‌ ଶପଥ ନେଇଥିଲେ । ଆଉ ସେଇୟା କରିକି ବି ଦେଖାଇଲେ । ପ୍ରାର୍ଥନାଙ୍କ ମରଶରୀରକୁ ବିବାହ କରିଥିଲେ ବିଟୁପାନ୍‌ ।

ପ୍ରାର୍ଥନାଙ୍କ ସିନ୍ଥିରେ ସିନ୍ଦୁର ପିନ୍ଧାଇ ବିଟୁପାନ୍‌ ବାହା ହେଲେ ସିନା କିନ୍ତୁ ପ୍ରାର୍ଥନା ଜୀବନ୍ତ ଶରୀରକୁ ନୁହେଁ ବରଂ ମରଶରୀରକୁ । କଥା ଦେଇଥିଲେ ଆଉ କଥା ରଖିଲେ ମଧ୍ୟ । ଏହାର ଭିଡିଓ ଏବେ ସମସ୍ତଙ୍କୁ ତାଜୁବ କରିବା ସହ ଆଖିରେ ଲୁହ ଆଣିଦେଇଛି । ପ୍ରେମ ପାଇଁ ବିଟୁପାନଙ୍କ ବଳିଦାନର ଭିଡିଓ ଏବେ ସମସ୍ତଙ୍କ ହୃଦୟ ଜିତିଛି । ବର୍ତ୍ତମାନ ଯୁଗରେ ଅଫତାବ୍‌ ଭଳି ପ୍ରେମିକ ପ୍ରେମିକା ଶ୍ରଦ୍ଧାର ଶରୀରକୁ ୩୫ ଖଣ୍ତ କରି ପ୍ରେମିକ ଫୋପାଡି ଦେବା ପରେ ପ୍ରେମର ପରିଭାଷା ଉପରେ ପ୍ରଶ୍ନ ଉଠିବାରେ ଲାଗିଥିଲା । କିନ୍ତୁ ଆସାମର ଏହି ପ୍ରେମ କାହାଣୀ ପ୍ରମାଣ କରିଛି ଯେ ଭଲ ପାଇବାରେ ଥିବା ସମ୍ମାନ, ପ୍ରତିବଦ୍ଧତା ଏବଂ ବଳିଦାନ ଭଳି ଶବ୍ଦର ମୂଲ୍ୟ ଏବେ ବି ଜୀବିତ ରହିଛି ।