Advertisment

ପୁଣି କାଶ୍ମୀରରେ ସେନା ଉପରକୁ ହମ୍‌ଲା, ଜଙ୍ଗଲ ଭିତରୁ କଲେ ଗୁଳି ବର୍ଷା

ପାହାଡ଼ ଆଢ଼ୁଆଳରେ ରହି ଗୁଳି ମାଡ କରିଥିଲେ ଆତଙ୍କୀ । ସେନାର କଡ଼ା ଜବାବ ପରେ ପଛ ଘୁଞ୍ଚା ଦେଲେ ଆତଙ୍କବାଦୀ ।

author-image
Satyendu Shekher Mishra
Terrorist Attack

Terrorist Attack

ପୁଣି ଥରେ କାଶ୍ମୀରରେ ସେନା ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ। ଜାମ୍ମୁ ଓ କାଶ୍ମୀରର ପୁଞ୍ଚରେ ଗତକାଲି ସଂଧ୍ୟାରେ ସେନା ଗାଡ଼ି ଉପରେ ହମଲା ହୋଇଛି। ସେନାର ଏକ କନଭୟ କ୍ରିଷ୍ଣା ଘାଟି ଦେଇ ଯାଉଥିବାବେଳେ ପାଖ ଘଞ୍ଚ ଜଙ୍ଗଲ ଭିତରୁ ଆତଙ୍କବାଦୀମାନେ ଏକ ପାହାଡ ଆଢ଼ୁଆଳରେ ରହି ଗୁଳି ମାଡ କରିଥିଲେ।

Advertisment

ତେବେ ଏହାର କଡ଼ା ଜବାବ ଦେଇଥିଲେ ଭାରତୀୟ ସେନା। କିଛି ସମୟର ଗୁଳି ବିନିମୟ ପରେ ଆତଙ୍କବାଦୀମାନେ ପଛ ଘୁଞ୍ଚା ଦେଇଛନ୍ତି । ଆକ୍ରମଣ ବେଳେ ସେନାର ଏହି କନଭୟରେ ଏକାଧିକ ଗାଡ଼ି ଥିଲା। ଯେଉଁଥିରେ ବହୁ ବରିଷ୍ଠ ସେନାଧିକାରୀ ଥିବା ସୂଚନା ମିଳିଛି। ଘଟଣା ପରେ ପୁରା ପୁଞ୍ଚ ଜିଲ୍ଲାରେ ସର୍ଚ୍ଚ ଅପରେସନ୍ କୁ ଜୋରଦାର କରାଯାଇଛି। କାଶ୍ମୀରରେ କିଛି ସପ୍ତାହ ମଧ୍ୟରେ ସେନା ଉପରେ ଏହା ଦ୍ୱିତୀୟ ଆକ୍ରମଣ। ଗତ ମାସରେ ରଜୌରୀରେ ଆତଙ୍କୀଙ୍କ ଆକ୍ରମଣରେ ସେନାର ୪ ଯବାନ ସହିଦ ହେବା ସହ ୫ ଜଣ ଆହତ ହୋଇଥିଲେ ।

Advertisment

Terrorist Attack
Advertisment
Advertisment