• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ତୃତୀୟ ଦିନ । ଆନ୍ଦୋଳନର ପ୍ରଭାବ ସବୁଠି ଦେଖିବାକୁ ମିଳିଛି। ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଓମଫେଡ ସେବା ପ୍ରଭାବିତ ହୋଇଛି । ଓମଫେଡ କ୍ଷୀର ବଜାରକୁ ଆସିପାରିନାହିଁ । ଆଜି ପାଇଁ ଭୁବନେଶ୍ୱର, କଟକ, ପୁରୀ ଓ କେନ୍ଦୁଝର ଏହି ୪ଟି ସହରରେ ୭୦ହଜାର ଲିଟର କ୍ଷୀର ଅର୍ଡର ଥିଲା । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ କ୍ଷୀର ପ୍ଲାଣ୍ଟରୁ ବାହାରି ପାରିନାହିଁ ।

ସେହିପରି କଟକ ନେତାଜୀ ବସ୍ ଟର୍ମିନାଲରେ ବସ୍ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି । କେବଳ ଯାହା ମୋ ବସ୍ ଚାଲୁଛି, ଫଳରେ ମୋ ବସରେ ଅତ୍ୟଧିକ ଭିଡ ହେଉଛି । ସେହିପରି ଆନ୍ଦୋଳନର ପ୍ରଭାବ ସୁନ୍ଦରଗଡ଼ ବଣାଇ ଅଂଚଳରେ ପଡିଛି । ଡ୍ରାଇଭରମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ହିଟ ଆଣ୍ଡ ରନକୁ ନେଇ ହୋଇଥିବା ନୂଆ ଆଇନ୍ ଓ ଦୀର୍ଘ ଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ ।