AIIMSରେ ଯାଗା ନାହିଁ, କଣ୍ଟେନରରେ ସଂରକ୍ଷିତ ରହିବ ମୃତଦେହ

ଏନେଇ ଏହାର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି ।

Bodies Will Stock In Container

କେଉଁଠି ରହିବ ମୃତଦେହ ? କେତେ ଦିନ ଆଉ ରହିବ ମୃତଦେହ ? ରେଳ ଦୁର୍ଘଟଣାରେ ମୃତକଙ୍କ ଶବ ସଂରକ୍ଷଣ ନେଇ ଭୁବନେଶ୍ୱର AIIMSର ବଢ଼ିଲା ଚିନ୍ତା । ମୃତଦେହ ସଂରକ୍ଷଣ ପାଇଁ କଣ୍ଟେନର ମଗାଇଲା ଭୁବନେଶ୍ୱର ଏମ୍‌ସ । ଏନେଇ ଏହାର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ‘ଏବେ ବି ଆମ ପାଖରେ ଆହୁରି ୮୦ଟି ମୃତଦେହ ରହିଛି । ସେଗୁଡ଼ିକୁ ସଂରକ୍ଷଣ ପାଇଁ ଆମ ପାଖରେ ଡିପ୍‌ଫ୍ରିଜ୍‌ ଅଭାବ ରହିଛି । ତେଣୁ ଶବ ସଂରକ୍ଷଣ ପାଇଁ ପାରାଦୀପରୁ ୫ଟି କଣ୍ଟେନର ଆଣିଛୁ । ପ୍ରତି କଣ୍ଟେନରରେ ୪୦ରୁ ୫୦ ମୃତଦେହ ସଂରକ୍ଷିତ ରହିପାରିବ । କଣ୍ଟେନରରେ ଦୀର୍ଘଦିନ ପର୍ଯ୍ୟନ୍ତ ମୃତଦେହ ସଂରକ୍ଷିତ ରଖାଯାଇପାରିବ ।’

ଅଧିକ ପଢ଼ନ୍ତୁ: କେମିତି ହେଲା ଦୁର୍ଘଟଣା..କଳାରାତିର କାହାଣୀ ବଖାଣିଲେ ଟ୍ରେନ୍‌ ଡ୍ରାଇଭର୍‌

ସେପଟେ ଏହି ରେଳ ଦୁର୍ଘଟଣା ନେଇ ଥାନାରେ ଏତଲା ଦିଆଯାଇଛି । ବାଲେଶ୍ୱର ଜିଆର୍‌ପି ଥାନାରେ ଏତଲା ପରେ ମାମଲା ରୁଜୁ ମଧ୍ୟ ହୋଇଛି । ଜିଆର୍‌ପି ଥାନା ଏସ୍‌ଆଇ ପପୁ ନାୟକଙ୍କ ପକ୍ଷରୁ ଏତଲା ଦିଆଯାଇଥିବା ସୂଚନା ରହିଛି । ରେଲୱେର ଦାୟିତ୍ୱହୀନତା ପାଇଁ ଦୁର୍ଘଟଣା ଘଟିଥିବା ଏତଲାରେ ଉଲ୍ଲେଖ କରାଯାଇଛି । ସେହି ଏତଲା ଆଧାରରେ ବାଲେଶ୍ୱର ଜିଆର୍‌ପି ଥାନାରେ ମାମଲା ରୁଜୁ ହୋଇଛି । ଆଇପିସି ଦଫା ୩୩୭, ୩୩୮, ୩୦୪-କ, ୩୪ରେ ମାମଲା ରୁଜୁ କରାଯାଇଛି । ରେଲୱେ ଆକ୍ଟ ୧୫୩, ୧୫୪ ଓ ୧୭୫ରେ ମଧ୍ୟ ମାମଲା ରୁଜୁ ହୋଇଛି । କେସ୍ ରୁଜୁ ପରେ ଡିଏସ୍‌ପି ରଞ୍ଜିତ ନାୟକଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ନେଇ ସୂଚନା ରହିଛି ।

ଅଧିକ ପଢ଼ନ୍ତୁ: ବାହାନଗା ରେଳ ଦୁର୍ଘଟଣା ନେଇ ଥାନାରେ ଏତଲା