Advertisment

ସ୍ୱାମୀଙ୍କ ମଦ ପିଆ ଛଡ଼ାଇଲେ ସ୍ତ୍ରୀ, ଏମିତି ଉପାୟ ଆପଣ କେବେ ଜାଣିନଥିବେ ! ପଢ଼ନ୍ତୁ...

ସ୍ତ୍ରୀଙ୍କ ମଦ ପିଆ ଦେଖି ସ୍ୱମୀ କ’ଣ କରିବେ ତାହା ଚିନ୍ତା କରିପାରିଲେ ନାହିଁ । ସବୁଦିନ ସେ ମଦ୍ୟପାନ କରି ଘରକୁ ଆସିଲା ବେଳକୁ ସ୍ତ୍ରୀ ମଧ୍ୟ ମଦ ପିଇ ଟୁଲ ଅବସ୍ଥାରେ ଥାନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
UP Viral News

Agra woman 'turns alcoholic', gets drunkard husband to sign agreement to cut down on booze

ପ୍ରତ୍ୟେକ ଦିନ ସ୍ୱାମୀ ମଦ ପିଇ ଘରକୁ ଆସନ୍ତି । ଆଉ ପତ୍ନୀଙ୍କ ସହ ମାର୍‌ପିଟ୍‌ କରନ୍ତି । ଏଭଳି ନିୟମିତ ଚାଲେ । ଶେଷରେ ଅତିଷ୍ଟ ହୋଇ ଏକ ବିରାଟ ପଦକ୍ଷେପ ନେଲେ ପତ୍ନୀ । ସ୍ୱାମୀ ମଦ ପିଇ ଘରକୁ ଫେରିଲା ବେଳକୁ ପତ୍ନୀ ବି ମାତାଲ ହୋଇ ବସିଲେ । ହାତରେ ବୋତଲ ପାଖରେ ଚାଖଣା ରଖିଲେ । ଯିଏ ବି ଦେଖିବ ସଙ୍ଗେ ସଙ୍ଗେ ଜାଣିବ ଯେ, ମହିଳା ଜଣକ ମଦ୍ୟପାନ କରିଚନ୍ତି । ପତ୍ନୀଙ୍କୁ ମାତାଲ ଅବସ୍ଥାରେ ଦେଖି ସ୍ୱାମୀ ପଡ଼ିଗଲେ ପୁରା ଚିନ୍ତାରେ । ଏମିତି ଲଗାତର କିଛିଦିନ ପର୍ଯ୍ୟନ୍ତ ଚାଲିଲା । ସ୍ୱମୀ କ’ଣ କରିବେ ତାହା ଚିନ୍ତା କରିପାରିଲେ ନାହିଁ । ସବୁଦିନ ସେ ମଦ୍ୟପାନ କରି ଘରକୁ ଆସିଲା ବେଳକୁ ସ୍ତ୍ରୀ ମଧ୍ୟ ମଦ ପିଇ ଟୁଲ ଅବସ୍ଥାରେ ଥାନ୍ତି ।

Advertisment

ସାହି ପଡ଼ିଶା ମଧ୍ୟ ଏନେଇ ଜାଣିବା ପରେ, ଉଭୟ ସ୍ୱାମୀ ସ୍ତ୍ରୀ ମଦୁଆ ବୋଲି ଚର୍ଚ୍ଚା ଚାଲିଲା । ସ୍ୱାମୀ ଯଦି ପତ୍ନୀଙ୍କ ମଦ୍ୟପାନକୁ ନେଇ କିଛି କୁହନ୍ତି ତେବେ ପତ୍ନୀ ମଧ୍ୟ ନିଶାଗ୍ରସ୍ତ ଅବସ୍ଥାରେ ଯୁକ୍ତି କରନ୍ତି । ଘରେ ଦିନକୁ ଦିନ ଅଶାନ୍ତି ବଢ଼ିବାରେ ଲାଗିଲା । ନିଜେ ସ୍ୱାମୀ ସବୁବେଳେ ମଦ୍ୟପାନ କରି ଘରକୁ ଆସୁଥିବାରୁ ପତ୍ନୀଙ୍କୁ ମଧ୍ୟ ସେ ବେଶି କିଛି କହିପାରୁ ନଥିଲେ । ମଦ୍ୟପାନ କର ନାହିଁ ବୋଲି ଜୋର ଦେଇପାରୁ ନଥିଲେ । ପତ୍ନୀ ମଦ ପିଇ ପରିବାର ଲୋକଙ୍କୁ ଦୁର୍ବ୍ୟବହାର କରିବା ସହ ସାହି ପଡ଼ିଶାଙ୍କ ସହ ଝଗଡ଼ା ମଧ୍ୟ କରୁଥିଲେ ।

ଏମିତି କିଛି ଦିନ ଚାଲିବା ପରେ ସ୍ୱାମୀ ଏକ ଉପାୟ ପାଞ୍ଚିଲେ । କେମିତି ପତ୍ନୀଙ୍କ ମଦ ଛଡ଼ାଇବେ ସେଥିପାଇଁ ନେଲେ ପଦକ୍ଷେପ । ପତ୍ନୀଙ୍କୁ ନେଇ ଜଣେ ମହିଳା ମନସ୍ତତ୍ୱବିତ୍‌ ବା ଡାକ୍ତରଙ୍କ ପାଖକୁ ଗଲେ । ଡାକ୍ତର ଜଣକ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ନାନା ପ୍ରଶ୍ନ ପଚାରିଲେ । ସେମାନଙ୍କ ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ସେମାନଙ୍କ ରୁଚି ବାବଦରେ ପ୍ରଶ୍ନ ପଚାରି, ସେମାନଙ୍କ ଜୀବନ ଶୈଳିକୁ ଭଲ ଭାବେ ତର୍ଜମା କଲେ । 

Advertisment

ଆଉ ଶେଷରେ ଡାକ୍ତର ଏକ ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ମଦ୍ୟପାନ ଛାଡ଼ିବାକୁ ପଡ଼ିବ । ନଚେତ୍‌ ଘରେ ଶାନ୍ତି ଫେରିବନି । ସବୁଦିନ ଏଭଳି ଯୁକ୍ତି ତର୍କ ଲାଗି ରହିବ । ତେବେ ଡାକ୍ତରଙ୍କ ଏଭଳି କଥା ଶୁଣିବା ପରେ ଉଭୟ ସ୍ୱାମୀ ସ୍ତ୍ରୀ ମଦ୍ୟପାନ ଛାଡ଼ିବା ପାଇଁ ରାଜି ହେଲେ । ଆଉ କେବେ ବି ମଦ୍ୟପାନ କରିବେ ନାହିଁ ବୋଲି ନିପତ୍ତି ନେଲେ ।

ତେବେ ପୁରା କାହାଣୀ ଭିତରେ ଗୋଟିଏ ବଡ଼ ଟ୍ୱିଷ୍ଟ ରହିଛି । ଆଉ ତାହା ହେଲା, ସ୍ୱାମୀଙ୍କ ମଦ୍ୟପାନ ଅଭ୍ୟାସ ଛଡ଼ାଇବା ପାଇଁ ପତ୍ନୀ କରୁଥିଲେ ମଦ୍ୟପର ନାଟକ । ପତ୍ନୀ କେବେ ବି ମଦ୍ୟପାନ କରିନଥିଲେ । କିନ୍ତୁ ସ୍ୱାମୀଙ୍କ ମଦ୍ୟପାନ ରୋକିବା ପାଇଁ ମଦ ପିଇ ନିଶାରେ ଥିବା ଭଳି ନାଟକ କରୁଥିଲେ । ଆଉ ତାଙ୍କର ମୁଖ୍ୟ ଉଦେଶ୍ୟ ଥିଲା, ସ୍ୱାମୀ ମଦ ପିବା ଛାଡ଼ି ଦିଅନ୍ତୁ । ଯାହାକି ଏବେ ପୁରଣ ହୋଇଛି । ଏବେ ପୁରା ପରିବାର ଖୁସିରେ ଦିନ କାଟୁଛି । ତେବେ ଏହି ଘଟଣା ଉତ୍ତର ପ୍ରଦେଶ ଆଗ୍ରାରୁ ସାମ୍ନାକୁ ଆସିଛି ।

Alcohol Viral News
Advertisment
Advertisment