Advertisment

ମରୁଡି ପରେ ଏବେ ଚାଷୀଙ୍କ ଚିନ୍ତା ବଢାଇଛି ଚକଡ଼ା ପୋକ

ଚାଷୀ ଏଥିରୁ ଫସଲକୁ ମୁକ୍ତି କରିବା ପାଇଁ ଔଷଧ ସିଞ୍ଚନ କରୁଥିଲେ ବି ପୋକ କମିବାର ନାଁ ନେଉନାହିଁ ।

author-image
Satyendu Shekher Mishra
Chakada Poka

Chakada Poka

ମରୁଡି ପରେ ଚିନ୍ତା ବଢାଇଲା ଚକଡା ପୋକ। କଳାହାଣ୍ଡି ଜିଲ୍ଲା କୋକସରରେ ପୂର୍ବରୁ ମରୁଡି ପରିସ୍ଥିତି ଦେଖିବାକୁ ମିଳିଥିବା ବେଳେ ଏବେ ଯେତିକି ଚାଷ ହୋଇଛି ସେଠି ଚକଡା ପୋକର ଦାଉ ଦେଖିବାକୁ ମିଳିଛି। ଏକର ଏକର ଜମିକୁ ପୋକ ଗ୍ରାସ କରିସାରିଲାଣି। ଚାଷୀ ଏଥିରୁ ଫସଲକୁ ମୁକ୍ତି କରିବା ପାଇଁ ଔଷଧ ସିଞ୍ଚନ କରୁଥିଲେ ବି ପୋକ କମିବାର ନାଁ ନେଉନାହିଁ ।

Advertisment

ପ୍ରଥମେ ବର୍ଷା ଅଭାବ କାରଣରୁ ଫସଲ ହୋଇନଥିଲା। ପରେ ଗତମାସରେ ଟିକେ ବର୍ଷା ହେବା ପରେ ଚାଷୀ ଧାନଚାଷ କରିଥିଲେ ଏବେ କିନ୍ତୁ ସେଥିରେ ଚକଡା ପୋକ ଲାଗିଛନ୍ତି। ବ୍ଲକ କୃଷି ଅଧିକାରୀ କହିଛନ୍ତି ଚାଷୀ ମାନଙ୍କୁ ସଚେତନ କରାଯାଉଛି। ଏନେଇ ରେଙ୍ଗାଲପାଲି ଗାଁର ଚାଷୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଇଙ୍ଗିତ ପଣ୍ଡା ।

Farmer
Advertisment
Advertisment