Advertisment

ପରିତ୍ୟକ୍ତ ବୋରୱେଲରେ ଖସିପଡ଼ିଲେ ବୃଦ୍ଧା, ଉଦ୍ଧାର ପାଇଁ ଚାଲିଛି ଅପରେସନ

ସୁବର୍ଣ୍ଣପୁର ଜିଲ୍ଲାର କଇଁଫୁଲ ଗାଁରେ ଅଘଟଣ ...୨୦ ଫୁଟ୍ ଗାତରେ ଫସି ଯାଇଛନ୍ତି ବୃଦ୍ଧା..

author-image
Prangyan Parimita
ଅଦ୍ୟତନ ହୋଇଛି
Subarnapur Elderly woman falls into borewell

woman falls into an abandoned borewell

ପରିତ୍ୟକ୍ତ ବୋରୱେଲରେ ପଡ଼ିଗଲେ ବୃଦ୍ଧା । ସୁବର୍ଣ୍ଣପୁର -ବୁର୍ଡା ରାସ୍ତାର କଇଁଫୁଲ ନିକଟ ଏକ ବୋରୱେଲରେ ପଡିଯାଇଛନ୍ତି ବୃଦ୍ଧା ଜଣକ । ପ୍ରାୟ ୨୦ ଫୁଟରେ ଗାତରେ ପଡ଼ି ଯାଇଛନ୍ତି ଏହି ବୃଦ୍ଧା।

Advertisment

ବୃଦ୍ଧା ଜଣକ ହେଉଛନ୍ତି ଦୁଃଖୀ ନାୟକ। ତାଙ୍କ ନିଜ ଗାଁ ହେଲା ଖଲିଆପାଲି ପଞ୍ଚାୟତ ଗୋବିନ୍ଦପୁର। ନିଜ ଝିଅ ଘରକୁ ଆସିଥିବା ବେଳେ ସେ ଝାଡ଼ୁ ତିଆରି ପାଇଁ ବେଣା ଆଣିବା ପାଇଁ ଯାଇଥିଲେ । ଆଉ ସେହି ସମୟରେ ଏହି ଅଘଟଣ ଘଟିଛି।

ତାଙ୍କୁ ଉଦ୍ଧାର କରିବାକୁ ଜାରି ରହିଛି ଅପରେସନ। ଘଟଣାସ୍ଥଳରେ ପହଞ୍ଚିଛନ୍ତି ଅଗ୍ନିଶମ ବାହିନୀ । ଗାତ ଭିତରୁ ବୃଦ୍ଧାଙ୍କୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି । ...

Advertisment

ଅଗ୍ନିଶମ ଡିଜିଙ୍କ ସୂଚନା  ଅନୁସାରେ ଗାତ ଭିତରକୁ ପାଇପ୍‌ ଯୋଗେ ଅକ୍ସିଜେନ ପଠାଯାଇଛି’। ଏବେ ସମାନ୍ତରଳ ଭାବେ ଆଉ ଏକ ଗାତ ଖୋଳା ଚାଲିଛି’ । ଆଉ ଘଣ୍ଟାଏ ମଧ୍ୟରେ ବୃଦ୍ଧାଙ୍କ ନିକଟରେ ଟିମ୍‌ ପହଞ୍ଚିଯିବ । ତେବେ ବୃଦ୍ଧା ଜଣଙ୍କ କୌଣସି ରେସପଣ୍ଡ କରୁନଥିବା କହିଲେ ଡିଜି ।

ଅନ୍ୟପଟେ ଆସିଷ୍ଟାଣ୍ଡ ଫାୟାର ଅଫିସର ଧନଞ୍ଜୟ ମଲ୍ଲିକ କହିଛନ୍ତି, ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ଗାତ ଭିତକୁ ପାଇପ୍‌ ଯୋଗେ ଅକ୍ସିଜନ ସପ୍ଲାଏ କରାଯାଉଛି । ଦୁଇଟି ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଆଉ ଗୋଟିଏ ଟିମ୍‌ ଆସୁଛନ୍ତି।

Woman Borewell
Advertisment
Advertisment