• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ହେବ ବଡ଼ ପରିବର୍ତ୍ତନ । ସାଧାରଣ ଲୋକଙ୍କର ପକେଟ ହୋଇଯିବ ଖାଲି । ନୂଆ ନିୟମ ଲାଗୁ ହେବା ପରେ ଖାଉଟିଙ୍କ ଉପରେ ପଡ଼ିବ ବଡ଼ ପ୍ରଭାବ । ନଭେମ୍ବର ପହିଲାରୁ ଲାଗୁ ହେବ ନୂଆ ନିୟମ । ଯେମିତିକି ଘରୋଇ ରନ୍ଧନ ଗ୍ୟାସ୍‌ ଯୋଗାଣ ନିୟମରେ ହେବ ପରିବର୍ତ୍ତନ । ବିଜୁଳି ସବ୍‌ସିଡି ନିୟମରେ ବି ହେବ ପରିବର୍ତ୍ତନ । ତେବେ ନଭେମ୍ବର ପହିଲାରୁ ଏମିତି ଆମ ଦୈନନ୍ଦିନ ସହ ଜଡ଼ିତ ଅନେକ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କ’ଣ ଏହି ସବୁ ନିୟମ । ତାହା କେମିତି ଆମ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇବ ।

ଅଧିକ ପଢ଼ନ୍ତୁ: ରାତିରେ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି କି ? ମାନନ୍ତୁ, ଏହି ନୂଆ ନିୟମ...ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି

୧. ବାଧ୍ୟତାମୂଳକ ହେବ କେୱାଇସି

ଏଣିକି ଯେକୌଣସି ଇନ୍‌ସ୍ୟୁରାନ୍ସ ପାଇଁ କେୱାଇସି ବାଧ୍ୟତାମୂଳକ । IRDAର ନୂଆ ନିୟମ ଅନୁଯାୟୀ ଏଣିକି ଲାଇଫ୍‌ ଇନ୍‌ସ୍ୟୁରାନ୍ସ ହେଉ କିମ୍ବା ନନ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ହେଉ । ସମସ୍ତଙ୍କୁ ଦେବାକୁ ପଡ଼ିବ କେୱାଇସି । ପୂର୍ବରୁ ଏହା କେବଳ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପାଇଁ ଆବଶ୍ୟକ ହେଉଥିଲା । କିନ୍ତୁ ଏବେ ଏହି ନିୟମରେ ପରିବର୍ତ୍ତନ କରାଯାଇଛି । ଏଣିକି ସ୍ୱାସ୍ଥ୍ୟ ବୀମା ହେଉ କିମ୍ବା ଗାଡ଼ିର ଇନ୍‌ସ୍ୟୁରାନ୍ସ, ଲକ୍ଷେ ଟଙ୍କା ଉପରକୁ ହେଲେ ସବୁଥିରେ କେୱାସି ଆବଶ୍ୟକ । ଏହି ନିୟମ ୨୦୨୨ ନଭେମ୍ବରରୁ ଲାଗୁ ହେବ ।

୨. LPG ସିଲିଣ୍ଡର ଦର ପରିବର୍ତ୍ତନ

ପ୍ରତ୍ୟେକ ମାସ ଆରମ୍ଭରୁ ପେଟ୍ରୋଲିୟମ କମ୍ପାନୀମାନେ ଏଲ୍‌ପିଜି ଦର ପରିବର୍ତ୍ତନ କରିଥାନ୍ତି । ଆଉ ନୂଆ ଦର ଲାଗୁ କରିଥାନ୍ତି । ଏଥର ମଧ୍ୟ ନଭେମ୍ବର ୧ରୁ ୧୪ କିଲିଆ ଘରୋଇ ରନ୍ଧନ ଗ୍ୟାସ ଏବଂ ୧୯ କିଲିଆ କମର୍ସିଆଲ୍‌ ଗ୍ୟାସ୍‌ ଦରରେ ପରିବର୍ତ୍ତନ ହେବ । ଗତ ଅକ୍ଟୋବର ମାସରେ କମ୍ପାନୀମାନେ ପ୍ରତି କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ୨୫.୫୦ ପଇସା ହ୍ରାସ କରିଥିଲେ । ଏଥର କିନ୍ତୁ ଗ୍ୟାସ୍‌ ଦର ବୃଦ୍ଧି ହେବା ଆଶଙ୍କା କରାଯାଉଛି । କାରଣ ଆନ୍ତର୍ଜାତୀୟ ମାର୍କେଟ୍‌ରେ ଗ୍ୟାସ୍‌ ଦର ବଢ଼ିଛି ।

୩. OTP ଦେଲେ LPG ସିଲିଣ୍ଡର ଡେଲିଭରୀ ହେବ

ଯେତେବେଳେ ଆପଣ LPG ସିଲିଣ୍ଡର ବୁକ୍‌ କରିବେ, ସେତେବେଳେ ଆପଣଙ୍କ ପଞ୍ଜିକୃତ ମୋବାଇଲ୍‌କୁ ଏକ OTP ଆସିବ । ସିଲିଣ୍ଡର ଡେଲିଭରୀ ସମୟରେ ସେହି OTP ଦେବା ପରେ ହିଁ ଆପଣ ଗ୍ୟାସ୍‌ ପାଇପାରିବେ ।

୪. ଦିଲ୍ଲୀରେ ବିଜୁଳି ସବ୍‌ସିସଡି ଦରରେ ପରିବର୍ତ୍ତନ

ନଭେମ୍ବର ୧ରୁ ଦିଲ୍ଲୀରେ ଦିଆଯାଉଥିବା ବିଜୁଳି ସବ୍‌ସିଡିରେ ହେବ ପରିବର୍ତ୍ତନ । ପହିଲାରୁ ହେବ ନୂଆ ନିୟମ ଲାଗୁ । ଯେଉଁମାନେ ସବ୍‌ସିଡି ପାଇଁ ଆପ୍‌ଲାଏ କରିନାହାନ୍ତି, ସେମାନଙ୍କୁ ଅକ୍ଟୋବର ମାସର ଅଣରିହାତି ବିଲ୍‌ ପୈଠ କରିବାକୁ ହେବ । କିନ୍ତୁ ଆଗାମୀ ମାସ ସବ୍‌ସିଡି ବିଲ୍ ପାଇଁ ସେମାନେ ଆବେଦନ କରିପାରିବେ । ସବ୍‌ସିଡି ବିଲ୍‌ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩୧ ଅକ୍ଟୋବର ୨୦୨୨ ।

୫. GST ରିଟର୍ଣ୍ଣ ପାଇଁ ୪ ଅଙ୍କ ବିଶିଷ୍ଟ HSN କୋଡ୍

GST ପୈଠ କ୍ଷେତ୍ରରେ ମଧ୍ୟ ନୂଆ ପରିବର୍ତ୍ତନ କରାଯାଇଛି । ୫ କୋଟିରୁ କମ୍‌ ଟର୍ଣ୍ଣଓଭର ଥିବା ପ୍ରତ୍ୟେକ ଟିକସ ଦାତା ଏଣିକି GST ରିଟର୍ଣ୍ଣ ଫାଇଲ୍‌ କରିବା ବେଳେ ୪ ଅଙ୍କ ବିଶିଷ୍ଟ HSN କୋଡ୍ ଦେବା ବାଧ୍ୟତାମୂଳକ । ପୂର୍ବରୁ ଦୁଇ ଅଙ୍କ ବିଶିଷ୍ଟ HSN କୋଡ୍‌ ଦେବାକୁ ପଡ଼ୁଥିଲା । ଖାଲି ସେତିକି ନୁହେଁ ପୂର୍ବରୁ ଅର୍ଥାତ୍‌ ଏପ୍ରିଲ୍‌ ୧ରୁ ୫ କୋଟିରୁ ଅଧିକ ଟର୍ଣ୍ଣଓଭର ଥିବା ଟିକସ ଦାତାଙ୍କୁ କେବଳ ୪ ଅଙ୍କ ବିଶିଷ୍ଟ କୋର୍ଡ ଦେବାକୁ ପଡ଼ୁଥିଲା । ପରେ ୨୦୨୨ ଅଗଷ୍ଟ ୧ରୁ ୫ କୋଟିରୁ ଅଧିକ ଅଧିକ ଟର୍ଣ୍ଣଓଭର ଥିବା ଟିକସଦାତାଙ୍କୁ ୬ ଅଙ୍କ ବିଶିଷ୍ଟ କୋଡ୍‌ ଆବଶ୍ୟକ ହେଉଥିଲା ।