Advertisment

ରାତିରେ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି କି ? ମାନନ୍ତୁ, ଏହି ନୂଆ ନିୟମ...ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି

ଟ୍ରେନ୍‌ରେ କୌଣସି ଦୂର ସ୍ଥାନକୁ ଯାତ୍ରା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଯାତ୍ରା ପୂର୍ବରୁ ରେଲ୍‌ୱେର ଏହି ନୂଆ ନିୟମ ଉପରେ ନିଶ୍ଚିତ ଭାବେ ଧ୍ୟାନ ଦିଅନ୍ତୁ। ନଚେତ୍‌ ଆପଣ ଅସୁବିଧାରେ ପଡ଼ିପାରନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Indian Railway's New Guidlines

IRCTC Announces New Guidelines For Passengers

ଆପଣ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି କି ? କିମ୍ବା ଟ୍ରେନ୍‌ରେ କୌଣସି ଦୂର ସ୍ଥାନକୁ ଯାତ୍ରା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଯାତ୍ରା ପୂର୍ବରୁ ରେଲ୍‌ୱେର ଏହି ନୂଆ ନିୟମ ଉପରେ ନିଶ୍ଚିତ ଭାବେ ଧ୍ୟାନ ଦିଅନ୍ତୁ। ନଚେତ୍‌ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଭାରତୀୟ ରେଳ ବିଭାଗ ନୂଆ ନିୟମ ଆଣିଛି। ଯେଉଁମାନେ ରାତିରେ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି, ସେମାନଙ୍କ ପାଇଁ IRCTC(Indian Railway Catering and Tourism Corporation) ଏହି ନିୟମ ଘୋଷଣା କରିଛି। ରାତିରେ ଟ୍ରେନ୍‌ରେ ଯାତ୍ରା ବେଳେ ଶୋଉଥିବା ଯାତ୍ରୀଙ୍କ ପାଇଁ ସରକାର ଏହି ନୂଆ ନିୟମ ଆଣିଛନ୍ତି। ଯଦି ଆପଣ ଏହି ନିୟମକୁ ନମାନନ୍ତି, ହୁଏତ ଆପଣ ଅସୁବିଧାରେ ପଡ଼ିପାରନ୍ତି।

Advertisment

ଗତବର୍ଷ ରେଲ୍‌ୱେ ପକ୍ଷରୁ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ଏଥିରେ ଟ୍ରାଭେଲ ଟିକେଟ୍ ଏକ୍‌ଜାମିନର୍‌(TTE) ରାତି ୧୦ଟା ପରେ ଯାତ୍ରୀଙ୍କ ଟ୍ରେନ୍‌ ଟିକେଟ୍‌ ଚେକ୍‌ କରିପାରିବେ ନାହିଁ। (ଯେଉଁମାନେ ରାତି ୧୦ଟା ପରେ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି, ଏହି ନିୟମ ସେମାନଙ୍କ ପାଇଁ ଲାଗୁହେବ ନାହିଁ)  ମିଡଲ୍‌ ବର୍ଥର ଯାତ୍ରୀମାନେ ସେମାନଙ୍କର ବର୍ଥରେ ଶୋଇପାରିବେ (ରାତି ୧୦ଟା ପରଠୁସକାଳ ୬ଟା ପର୍ଯ୍ୟନ୍ତ)। ଯଦି କୌଣସି ଯାତ୍ରୀ ଟ୍ରେନ୍‌ରେ ସିଟ୍‌ ନ ପାଆନ୍ତି, ତା’ହେଲେ TTE ସେମାନଙ୍କୁ ସିଟ୍‌ ଉପଲ୍ଲବ୍ଧ କରାଇବେ। ୧ ଘଣ୍ଟା କିମ୍ବା ୨ଟି ଷ୍ଟେସନ୍‌ ଅତିକ୍ରମ କଲା ପରେ TTE ସେମାନଙ୍କୁ ସିଟ୍‌ ଉପଲ୍ଲବ୍ଧ କରାଇବେ। ବର୍ତ୍ତମାନ ଏସବୁ ନିୟମ ଜାରି ରହିଥିବା ବେଳେ ସରକାର ଏଥିରେ ଆଉ ଏକ ନୂଆ ନିୟମ ସାମିଲ କରିଛନ୍ତି।

ଜାଣନ୍ତୁ, ରେଲ୍‌ୱେର ନୂଆ ନିୟମ....

କୌଣସି ଯାତ୍ରୀ ଆପଣଙ୍କ ସିଟ୍‌, କମ୍ପାର୍ଟମେଣ୍ଟ୍‌ କିମ୍ବା କୋଚ୍‌ରେ ବସି ମୋବାଇଲ୍‌ ଫୋନ୍‌ରେ ଉଚ୍ଚ ସ୍ୱରରେ କଥା ହୋଇପାରିବେନି। ଏପରିକି ଉଚ୍ଚ ଶବ୍ଦରେ ଗୀତ ମଧ୍ୟ ଶୁଣିପାରିବେ ନାହିଁ। ଅନ୍ୟ ଯାତ୍ରୀ ବିଶେଷ କରି ବରିଷ୍ଠ ନାଗରିକଙ୍କ ଯାତ୍ରାକୁ ଦୃଷ୍ଟିରେ ରଖି ଏହି ନୂଆ ନିୟମ ଲାଗୁ କରାଯାଇଛି। ଯାତ୍ରା ସମୟରେ ଅନେକ ଯାତ୍ରୀ ସେମାନଙ୍କ ସିଟ୍‌ରେ ବସି ମୋବାଇଲ୍‌ ଫୋନ୍‌ରେ ଉଚ୍ଚ ସ୍ୱରରେ କଥା ହେବା ସହ ଉଚ୍ଚ ଶବ୍ଦରେ ଗୀତ ଶୁଣୁଥିବା ନେଇ ଅଭିଯୋଗ ହୋଇଛି। ଏପରିକି ରେଲ୍‌ୱେ ଷ୍ଟାଫ୍‌ମାନେ ମଧ୍ୟ ଏଭଳି କରୁଥିବା ନେଇ ଅଭିଯୋଗ ହୋଇଛି। ଫଳରେ ଏଥିଯୋଗୁ ଅନ୍ୟ ଯାତ୍ରୀଙ୍କ ଅସୁବିଧା ହେଉଛି। 

Advertisment

ସୂଚନାଥାଉ କି, ରାତି ୧୦ଟା ପରେ କିଛି ଯାତ୍ରୀ ଲାଇଟ୍‌କୁ ଅନ୍‌ କରି ରଖିବା ସହ ଅନ୍ୟମାନଙ୍କୁ ଅସୁବିଧାରେ ପକାଉଥିବା ଅଭିଯୋଗ ହୋଇଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ରେଲ୍‌ୱେ ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି। ଯଦି କୌଣସି ଯାତ୍ରୀ ଏହି ନିୟମକୁ ନମାନନ୍ତି, ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାତିରେ ଯାତ୍ରା ସମୟରେ ଯାତ୍ରୀମାନେ ହେଡ୍‌ଫୋନ୍‌ ବ୍ୟବହାର କରି କଥା ହେବା କିମ୍ବା ଗୀତ ଶୁଣିବା ପାଇଁ ପରାମର୍ଶ ଦିଆଯାଇଛି। 

Indian Railways IRCTC
Advertisment
Advertisment