• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକରେ ତିଆରି ଚାଲିଛି ୩୫ ଫୁଟ୍ ଉଚ୍ଚର ମହାଦେବଙ୍କ ଧ୍ୟାନମୁଦ୍ରାରେ ଥିବା ପ୍ରତିମୂର୍ତ୍ତି । ସମ୍ପୂର୍ଣ୍ଣ ଫାଇବରରେ ଏହି ମୂର୍ତ୍ତିକୁ ନିର୍ମାଣ କରାଯାଉଛି । ଏହାକୁ ନିର୍ମାଣ କରୁଛନ୍ତି ଭାସ୍କର୍ଯ୍ୟ ଶିଳ୍ପୀ ଲକ୍ଷ୍ମୀଧର ରଣା । ପ୍ରସିଦ୍ଧ ଶୈବପୀଠ ଆରଡ଼ି ଆଖଣ୍ଡଳମଣିଙ୍କ ପୀଠରେ ମହାଦେବଙ୍କ ଏହି ଫାଇବର ମୂର୍ତ୍ତି ସ୍ଥାପନ କରାଯିବ । ଆସନ୍ତା ଜାଗର ଯାତ୍ରା ବେଳକୁ ଏହା ଆରଡ଼ିରେ ସ୍ଥାପନା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଶିଳ୍ପୀ ଲକ୍ଷ୍ମୀଧର ରଣାଙ୍କ ସହ ୧୫ ଜଣ କାରିଗର ଏହି ମୂର୍ତ୍ତି ନିର୍ମାଣରେ ଲାଗିପଡିଛନ୍ତି ।