• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କର୍ଣ୍ଣାଟକରେ ଛୁଟି ଘୋଷଣା । ଆସନ୍ତା ବର୍ଷ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଦ୍ୱିତୀୟ ଶନିବାର ଓ ରବିବାର ସହ ତିନୋଟି ଅତିରିକ୍ତ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହା ସହ ରାଜ୍ୟ ସରକାର ୨୫ ଟି ସାଧାରଣ ଛୁଟିଦିନର ଏକ ତାଲିକା ମଧ୍ୟ ପ୍ରକାଶ କରିଛନ୍ତି ।

ଜାନୁଆରୀ ୧୫ ରେ ଉଗାଡି, ଇଦ୍ ହେଉଛି ସେପ୍ଟେମ୍ବର ୧୬ରେ ପଡ଼ୁଛି । ସେହିପରି ନଭେମ୍ବର ୧୮ ରେ କନକ ଦାସ ଜୟନ୍ତୀ ପଡ଼ୁଛି . ଏ ସମସ୍ତ ଛୁଟି ଗୁଡ଼ିକ ସୋମବାରରେ ପଡ଼ୁଛି ।

ସେହିପରି ଶୁକ୍ରବାର ଦିନରେ ମଧ୍ୟ ଅଧିକାଂଶ ଛୁଟି ପଡ଼ିଛି । ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ, ମାର୍ଚ୍ଚ ୮ ରେ ମହା ଶିବରାତ୍ରୀ ଛୁଟି ରହିଛି । ସେପରି ମାର୍ଚ୍ଚ ୨୯ ରେ ଶୁଭ ଶୁକ୍ରବାର, ମେ ୧୦ରେ ଅକ୍ଷୟ ତୃତୀୟା, ଅକ୍ଟୋବର ୧୧ ରେ ଆୟୁଧ ପୂଜା ଓ ନଭେମ୍ବର ୧ ରେ କନ୍ନଡ ରାଜୋତ୍ସବ ପାଳନ କରାଯିବ । ପଳରେ ହିସାବକୁ ନେଲେ ଶୁକ୍ରବାର ଠାରୁ ସୋମବାର ପର୍ଯ୍ୟନ୍ତ ଲମ୍ବା ଛୁଟି ପାଇପାରିବେ ।

ଏହା ସହ, ଏପ୍ରିଲ୍ ୨୧ ରେ ମହାବୀର ଜୟନ୍ତୀ ଏବଂ ଅକ୍ଟୋବର ୧୨ ରେ ବିଜୟ ଦଶମୀ ପଡୁଥିବା ବେଳେ ୧୪ ଏପ୍ରିଲରେ ଆମ୍ବେଦକର ଜୟନ୍ତୀ ରବିବାର ଦିନରେ ପଡ଼ୁଛି । କୋଡାଗୁ ଜିଲ୍ଲାରେ କେବଳ ସେପ୍ଟେମ୍ବର ୩ ରେ କାଳୀ ମୁହୂର୍ତ ଓ ଅକ୍ଟୋବର ୧୭ ରେ ତୁଳା ସଂକ୍ରାନ୍ତି ସହ ଡିସେମ୍ବର ୧୪ ରେ ହଟାରୀ ପାଳନ କରାଯିବ ।

ଏଣୁ ଯଦି ଆପଣ ମାନେ ଆରବର୍ଷ ବୁଲିବାକୁ ପ୍ଲାନ କରୁଛନ୍ତି, ତେବେ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ କରି ଦିଅନ୍ତୁ । କାରଣ ଆସନ୍ତା ବର୍ଷ ଅନେକ ଲମ୍ବା ଛୁଟି ରହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now