• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କୌନ ବନେଗା କରୋଡପତିରେ ଇତିହାସ । ଗୋଟେ କୋଟି ଟଙ୍କା ଜିତିଛନ୍ତି ସର୍ବକନିଷ୍ଠ ପ୍ରତିଯୋଗୀ । ବୟସ ତାଙ୍କୁ ମାତ୍ର ୧୪ ବର୍ଷ, କିନ୍ତୁ ଏପରି କାରନାମା କରି ଯାଇଛନ୍ତି ଯେ, ଲୋକପ୍ରିୟ ସୋ କେବିସିରେ ଇତିହାସ ସୃଷ୍ଟି ହୋଇ ଯାଇଛି । ହରିୟାଣାର ମହେନ୍ଦ୍ରଗଡର ଅଷ୍ଟମ ଶ୍ରେଣୀର ଛାତ୍ର ମୟଙ୍କ, ଗୋଟେ କୋଟି ଟଙ୍କା ମୂଲ୍ୟ ପ୍ରଶ୍ନର ସଠିକ ଉତ୍ତର ଦେଇ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲେ ।

ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଦ୍ୱାରା ଆୟୋଜିତ କେବିସିର ୧୫ ତମ ସଂସ୍କରଣରେ ୧୬ ତମ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଗୋଟେ କୋଟି ଟଙ୍କା ଜିତି ନେଇଥିଲେ । ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରା ଯାଇଛି । ଭିଡ଼ିଓଟିରେ ମୟଙ୍କ କହୁଛନ୍ତି ଯେ, ଏଠାରେ କେବଳ ଜ୍ଞାନ ହିଁ ଆବଶ୍ୟକ ।

ଏପରି ବିଚକ୍ଷଣ ବାଳକ ଉପରେ ଯେତେବେଳେ ଅମିତାଭ ବଚ୍ଚନ ପ୍ରଶ୍ନ ପଚାରିଥିଲେ, ସେତେବେଳେ ମୟଙ୍କର ବାପା କହିଥିଲେ, ସେ ପିଲା ବେଳୁ ହିଁ ଏପରି । ସ୍କୁଲରେ ଶିକ୍ଷକମାନଙ୍କଠାରୁ ମଧ୍ୟ ଦୁଇ ପାଦ ଆଗରେ ସର୍ବଦା ରହିଥାଏ ।

ଆଉ ଏକ ଆଶ୍ଚର୍ଯ୍ୟକର କଥା ହେଉଛି, ₹୩.୨ ଲକ୍ଷ ପର୍ଯ୍ୟନ୍ତ ସେ କୌଣସି ଲାଇଫ ଲାଇନର ବ୍ୟବହାର କରି ନଥିଲେ । ପ୍ରଥମ ଲାଇଫ ଲାଇନ ୧୨.୫ ଲକ୍ଷ ଟଙ୍କାର ପ୍ରଶ୍ନ ପାଇଁ ବ୍ୟବହାର କରିଥିଲେ । ଏହିପରି ସେ ୧୫ ଟି ପ୍ରଶ୍ନର ଉତ୍ତର ସଠିକ ଭାବେ ଦେଇ ସାରିବା ପରେ ତାଙ୍କୁ ୧୬ ତମ ପ୍ରଶ୍ନ ପଚରା ଯାଇଥିଲା । ପ୍ରଶ୍ନଟି ଥିଲା “ଆମେରିକାର ଚିତ୍ର ଥିବା ମ୍ୟାପକୁ କେଉଁ ୟୁରୋପୀୟ ପ୍ରଥମେ ତିଆରି କରିଥିଲେ ?

ମୟଙ୍କ ଏହାର ସଠିକ୍ ଉତ୍ତର ଦେଇ ଗୋଟେ କୋଟି ଟଙ୍କା ଜିତି ନେଇଥିଲେ । ଏନେଇ ତାଙ୍କୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ପ୍ରଶଂସା କରିଥିଲେ । ଏତେ ପରିମାଣର ଟଙ୍କା ଜିତିବା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ମୟଙ୍କ କହିଥିଲେ ।