/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697700196.jpg)
Bhubaneswar Traffic
ଦଶହରା ବେଳେ କଡ଼ା ସୁରକ୍ଷାରେ ରହିବ ରାଜଧାନୀ । ସୁରକ୍ଷା ଦାୟିତ୍ୱରେ ରହିବେ ୩୧ ପ୍ଲାଟୁନ ଫୋର୍ସ । ରାଜଧାନୀର ୧୮୮ଟି ସ୍ଥାନରେ ହେବ ଦୁର୍ଗାପୂଜା । ୨୦ରୁ ୨୫ ଅକ୍ଟୋବର ଯାଏଁ ପୋଲିସ ଛାଉଣୀରେ ରହିବ ପୁରା ରାଜଧାନୀ । ଟ୍ରାଫିକ କଟକଣା ସହ ବ୍ଲକିଂ ଓ ଚେକିଂ କଡାକଡି ହେବ ।
ଭାରିଯାନ ଚଳାଚଳରେ ରହିବ ପ୍ରତିବନ୍ଧକ । ତିନିଟି କ୍ୟାଟାଗୋରିରେ ପୂଜା ମଣ୍ଡପକୁ ସୁରକ୍ଷା ଦିଆଯିବ । ଏଥିପାଇଁ ବିଭିନ୍ନ ବିଭାଗ ସହ କମିଶନରେଟ ପୋଲିସର ଜଏଣ୍ଟ ଇନ୍ସପେକ୍ସନ ସରିଛି । ୬ଟି ଜାଗାରେ କଣ୍ଟ୍ରୋଲ ରୁମ କରିଛି କମିଶନରେଟ ପୋଲିସ । ବଟି ଓ ଚାନ୍ଦା ରୋକିବାକୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ପୁରା ସୁରକ୍ଷା ବ୍ୟବସ୍ଥାକୁ ୨୪ ଘଣ୍ଟିଆ ଅନୁଧ୍ୟାନ କରିବେ ଭୁବନେଶ୍ୱର ଡିସିପି ।
୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୪୧ ଜଣ ଇନ୍ସପେକ୍ଟର ସହରରେ ନିୟୋଜିତ ହେବେ । ୧୫୧ ଜଣ ଏଏସଆଇ, ୧୧୯ ଜଣ ଟ୍ରାଫିକ କନଷ୍ଟେବଳ, ୭୦ ଜଣ ଏପିଆର କନଷ୍ଟେବଳ ଓ ୨୦୭ ଜଣ ଓଏପିଏଫ କନଷ୍ଟେବଳ ନିୟୋଜିତ ହେବେ । ସିସିଟିଭି ନଜରରେ ରହିବ ସହରର ଛକ ଓ ଗଳିକନ୍ଦି । ପୂଜା ଦେଖିବାକୁ ଗଲାବେଳେ ନିଜ ଘରର ସୁରକ୍ଷା ନେଇ ସଚେତନ ରହିବାକୁ ନିବେଦନ କରିଛନ୍ତି ପୋଲିସ କମିଶନର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)