ଇଣ୍ତିଗୋ ବିମାନ କମ୍ପାନୀକୁ କପିଲ ଶର୍ମାଙ୍କ ସମାଲୋଚନା । ବିମାନ ଉଡ଼ାଣ ଭରିବାରେ ଅହେତୁକ ବିଳମ୍ବକୁ ନେଇ ସମାଲୋଚନା କଲେ କପିଲ । ପାଇଲଟ ଟ୍ରାଫିକରେ ଥିଲେ, ସେଥିପାଇଁ ବିମାନ ଉଡାଣ ଭରିବାରେ ବିଳମ୍ବ ହେବ । କମ୍ପାନୀ ପକ୍ଷରୁ ଏପରି ସଫେଇ ପରେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଚ X ରେ ପ୍ରବଳ ସମାଲୋଚନା କରିଛନ୍ତି କପିଲ ।
Dear @IndiGo6E first you made us wait in the bus for 50 minz, and now your team is saying pilot is stuck in traffic, what ? Really ? we supposed to take off by 8 pm n it’s 9:20, still there is no pilot in cockpit, do you think these 180 passengers will fly in indigo again ? Never…
— Kapil Sharma (@KapilSharmaK9) November 29, 2023Also Read
କପିଲଙ୍କ ଅଭିଯୋଗ ଅନୁଯାୟୀ, ଯାତ୍ରୀମାନଙ୍କୁ ବସରେ ପ୍ରାୟ ଏକ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା । ଏଥିପାଇଁ କମ୍ପାନୀ ତରଫରୁ କୁହା ଯାଇଥିଲା ଯେ, ପାଇଲଟ ଟ୍ରାଫିକରେ ଫସି ରହିଛନ୍ତି । ଏନେଇ କପିଲ ନିଜ ଆକାଉଣ୍ଚରେ ଲେଖିଛନ୍ତି, " ବସରେ ୫୦ ମିନିଟ୍ ଅପେକ୍ଷା କରିବା ପରେ ବର୍ତ୍ତମାନ ଟିମ୍ କହୁଛି ଯେ, ପାଇଲଟ୍ ଟ୍ରାଫିକରେ ଅଟକି ରହିଛନ୍ତି । ରାତି ୮ ଟା ସୁଦ୍ଧା ବିମାନ ଉଡ଼ାଣ ଭରିବାକୁ ଥିବା ବେଳେ ବର୍ତ୍ତମାନ ୯:୨୦ ରେ ମଧ୍ୟ କୌଣସି ପାଇଲଟଙ୍କ ଦେଖା ନାହିଁ ।“
ତେବେ ଏପରି ବ୍ୟବହାର କେବଳ ଯେ ସାଧାରଣ ଯାତ୍ରୀଙ୍କ ସହ କରା ଯାଇଛି ତାହା ନୁହେଁ, ବରଂ ରୋଗୀ ତଥା ହ୍ୱିଲ ଚେୟାରରେ ବସିଥିବା ଯାତ୍ରଙ୍କୁ ମଧ୍ୟ ଅପେକ୍ଷା କରିବାକୁ ପଡ଼ିଛି ବୋଲି ଅଭିଯୋଗ କରିଛନ୍ତି କପିଲ ଶର୍ମା । କପିଲଙ୍କ ଅନୁସାରେ, ବିମାନଟି ଚେନ୍ନାଇରୁ ମୁମ୍ବାଇ ଯାଉଥିଲା ।
People r suffering bcoz of you @IndiGo6E lying lying n lying, there r some old passengers on wheel chairs, not in a very good health condition. Shame on you #indigo 👎 pic.twitter.com/87OZGcUlPU
— Kapil Sharma (@KapilSharmaK9) November 29, 2023