/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675684289.jpg)
Jail Resturant
ଜେଲ୍ କ’ଣ ? ଜେଲ୍କୁ ନେଇ ଆପଣ ଅନେକ କଥା ଓ କାହାଣୀ ସିନେମା ମାଧ୍ୟମରେ ଦେଖିଥିବେ । ହେଲେ ପ୍ରକୃତରେ ଜେଲ୍ରେ କଏଦୀ ମାନେ ରୁହନ୍ତି କିପରି ? ସେମାନେ ଖାଆନ୍ତି କ’ଣ ? ଜେଲ୍ର ଖାଦ୍ୟ ଖାଇବାକୁ ସାଧାରଣତଃ କାହାର ବି ଇଚ୍ଛା ନଥାଏ ।
କାରଣ ଜେଲ୍ରେ ଅପରାଧୀ ମାନଙ୍କୁ ଖାଇବା ଓ ରହିବାର ସୁବିଧାକୁ ନେଇ ଅନେକ ସମୟରେ ଅଭିଯୋଗ ହୁଏ। ହେଲେ ଆପଣ ଜାଣିଛନ୍ତି କି, ଜେଲ୍ ପରିବେଶ ଭିତରେ ବି ରେଷ୍ଟୁରାଣ୍ଟ ରହିଛି । ଏହା ଏମିତି ଏକ ରେଷ୍ଟୁରାଣ୍ଟ ଯେଉଁଠି ଆପଣଙ୍କୁ ଜେଲ୍ ପରିବେଶର ଅନୁଭବ ଆସିବ। କିନ୍ତୁ ଏଠି ଆପଣଙ୍କୁ ଗରମାଗରମ ମନପସନ୍ଦର ଖାଦ୍ୟ ମିଳିଥାଏ ।
ଅଧିକ ପଢ଼ନ୍ତୁ: ଏଣିକି ରେଷ୍ଟୁରାଣ୍ଟରେ ସ୍ୱାମୀ-ସ୍ତ୍ରୀ ଏକାଠି ଖାଇବା ମନା
ପାଟନାରେ ଏମିତି ଏକ ଜେଲ୍ ରେଷ୍ଟୁରାଣ୍ଟ ରହିଛି ଯେଉଁଠି ଏମିତି ଖାଦ୍ୟ ମିଳିଥାଏ । ଏଥି ସହ ଅନେକ ଲୋକ ଏକାଠି ବସି ଖାଦ୍ୟ ଖାଇଥାଆନ୍ତି । ମୋଟ୍ ୮ଟି ଲକଅପ୍, ୨ଟି ସ୍ପେଶାଲ ଜୋନ୍ ଓ ଗୋଟିଏ ବଡ଼ ହଲ୍ର ବ୍ୟବସ୍ଥା ଏଠାରେ ରହିଛି । ଯେଉଁଠାରେ କୌଣସି ପାର୍ଟି କିମ୍ବା ବିବାହ ଭୋଜି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଏ ।
ଏହା ଭିତରକୁ ପଶିଲେ ଆପଣଙ୍କୁ ଜେଲ୍ ଭଳି ଲାଗିବ। ପାଟଣାର ସଗୁଡ଼ା ମୋଡ୍ରେ The Royal Jail Restro ରହିଛି । ଯାହାର ନିର୍ମାଣ ଶୈଳୀ ସମ୍ପର୍ଣ୍ଣ ଜେଲ୍ ପରି ଦେଖିବାକୁ ମିଳେ । ରେଷ୍ଟୁରାଣ୍ଟର ପ୍ରତ୍ୟେକ କୋଠରି ଲକଅପ୍ ପରି ରହିଛି ।
ସବୁଠାରୁ ବଡ଼ କଥା କ’ଣ ଜାଣନ୍ତି । ଜେଲ୍ ସହିତ ଏଠାରେ ଫିଲ୍ମ ଥିଏଟର ମଧ୍ୟ ରହିଛି । ଯେଉଁଠାରେ ଏକାଠି ବସି ସିନେମା ଦେଖିହେବ ।
ସିନେମା ଦେଖିବାକୁ ହେଲେ ଦୁଇ ଘଣ୍ଟାକୁ ୧୦୦୦ ଟଙ୍କା ଦେବାକୁ ହେବ । ଏକା ଥରକେ ୭୦ ଜଣ ବସି ସିନେମା ଦେଖିପାରିବେ । ଏଥି ସହିତ ଭିଡ଼ ଅଧିକ ହେଲେ ୪୦ରୁ ୫୦ ଜଣ ଲୋକ ଖାଦ୍ୟ ଖାଇବା ପାଇଁ ୱେଟିଂ ହଲର ବ୍ୟବସ୍ଥା ମଧ୍ୟ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)