Advertisment

ଏଣିକି ରେଷ୍ଟୁରାଣ୍ଟରେ ସ୍ୱାମୀ-ସ୍ତ୍ରୀ ଏକାଠି ଖାଇବା ମନା

ତାଲିବାନ୍‌ର ନୂଆ ନିୟମ । ରେଷ୍ଟୁରାଣ୍ଟରେ ଏକାଠି ବସିପାରିବେ ନାହିଁ ସ୍ୱାମୀ ଓ ସ୍ତ୍ରୀ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Afghanistan Taliban bans husband wife cannot sit together in restaurant

Afghanistan Taliban bans husband wife cannot sit together in restaurant

ତାଲିବାନ୍‌ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନର ଚିତ୍ର ବଦଳିଯାଇଛି । ତାଲିବାନ୍‌ର ଏକଛତ୍ରବାଦ ଶାସନ କାରଣରୁ ଆଫଗାନୀ ଲୋକଙ୍କ ଉପରେ ଅତ୍ୟାଚାର ଓ ଅନ୍ୟାୟ ବଢ଼ିଯାଇଛି । ଯେଉଁଥିରୁ ବଞ୍ଚିବା ପାଇଁ ଅନେକ ଲୋକେ ଦେଶ ଛାଡି ମଧ୍ୟ ପଳାଇଛନ୍ତି । ଏହାରି ମଧ୍ୟରେ ତାଲିବାନ୍ ଅନେକ ନୂଆ ନିୟମମାନ ଲାଗୁ କରିସାରିଛି । ଯାହା ପରେ ଏବେ ପୁଣି ଏକ ନୂଆ ନିୟମ ଲାଗୁ ହୋଇଛି । ଯେଉଁଥିରେ ସ୍ୱାମୀ-ସ୍ତ୍ରୀଙ୍କୁ ରେଷ୍ଟୁରାଣ୍ଟରେ ଏକାଠି ବସିବାକୁ ତାଲିବାନ ବାରଣ କରିଛି ।

Advertisment

ଏନେଇ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ପାର୍କକୁ ମହିଳା ଏବଂ ପୁରୁଷ ଭିନ୍ନ ଭିନ୍ନ ଦିନରେ ଯାଇପାରିବେ। ଏହାପୂର୍ବରୁ ଆଫଗାନିସ୍ତାନର ହେରାଟ ସହରରେ ମହିଳାମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ଉପରେ ରୋକ ଲଗାଯାଇଥିଲା । କେବଳ ଏତିକି ନୁହେଁ ମହିଳାଙ୍କୁ ନିଜ ଶରୀରକୁ ବୁରଖା ଦ୍ୱାରା ଘୋଡାଇ ରହିବାକୁ ମଧ୍ୟ କୁହାଯାଇଥିଲା।

କାବୁଲ ନ୍ୟୁଜର ରିପୋର୍ଟ ଅନୁଯାୟୀ, ହେରାଟରେ ଏକ ତାଲିବାନ ଜେଲ ଅଛି । ଯେଉଁଠାରେ ମହିଳାମାନେ ପୁରୁଷ ସାଥୀଙ୍କ ବିନା ଟ୍ୟାକ୍ସିରେ ବସିଥିବାରୁ ବିନା ବିଚାରରେ ବନ୍ଦୀ ହୋଇ ରହିଛନ୍ତି । ସ୍କୁଲ ଛାତ୍ରମାନେ ମଧ୍ୟ ସେମାନଙ୍କର ପୁରୁଷ ସହପାଠୀମାନଙ୍କ ସହିତ ଫଟୋ କ୍ଲିକ୍ କରିଲେ ତାଙ୍କୁ ଦଣ୍ଡିତ କରାଯାଇଥାଏ । ଏଭଳି କାର୍ଯ୍ୟକୁ ତାଲିବାନ ଅପରାଧ ବୋଲି ବିବେଚନା କରିଥାଏ।

Advertisment

ଆଫଗାନିସ୍ତାନରେ ମାନବିକ ଅଧିକାର ଏବଂ ମହିଳାଙ୍କ ଅଧିକାର ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି। ତାଲିବାନ ମଧ୍ୟ ପୂର୍ବ କାର୍ଯ୍ୟକାଳ ତୁଳନାରେ ଉଦାର ଭାବରେ ଶାସନ କରିବାର ପ୍ରତିଶ୍ରୁତି ଦେଇ ଫେରିଛି।

  • ସ୍ୱାମୀ-ସ୍ତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ନିୟମ

ତାଲିବାନର ଅଧିକାରୀ ନୂଆ ନିୟମକୁ ଜାରି କରି କହିଛନ୍ତି ଯେ, ରେଷ୍ଟୁରାଣ୍ଟରେ ମହିଳା ଏବଂ ପୁରୁଷଙ୍କୁ ଅଲଗା ଅଲଗା ବସିବାକୁ କୁହାଯାଇଛି। ଏମିତିକି ସେମାନେ ସ୍ୱାମୀ-ସ୍ତ୍ରୀ ହୁଅନ୍ତୁ ନା କାହିଁକି କେହି ମଧ୍ୟ ଏହି ନିୟମକୁ ଉଲ୍ଲଙ୍ଘନ କରିପାରିବେନାହିଁ । ଏହା ସମସ୍ତଙ୍କ ପାଇଁ ବୋଲି ରେଷ୍ଟୁରାଣ୍ଟ ମାଲିକମାନଙ୍କୁ ଚେତାବନୀ ଦିଆଯାଇଛି ।

  • ମହିଳାମାନଙ୍କୁ ଘରେ ବ୍ୟାୟାମ କରିବା ନିର୍ଦ୍ଦେଶ

ତାଲିବାନ ଅଧିକାରୀ କହିଛନ୍ତି, ତାଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ମହିଳା ଏବଂ ପୁରୁଷମାନେ ଭିନ୍ନ ଭିନ୍ନ ଦିନରେ ହେରାଟଙ୍କ ପାର୍କକୁ ଯାଇପାରିବେ । ସେମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ଦିନ ଧାର୍ଯ୍ୟ କରାଯାଇଛି । ଗୁରୁବାର, ଶୁକ୍ରବାର ଏବଂ ଶନିବାର ଦିନ ମହିଳାମାନଙ୍କୁ ପାର୍କକୁ ଯିବାକୁ ଅନୁମତି ଦିଆଯାଇଥିବାବେଳେ ଅନ୍ୟ ଦିନ ମାନଙ୍କରେ ପୁରୁଷମାନେ ପାର୍କକୁ ଯାଇପାରିବେ ।

ଏହାସହ ମହିଳାମାନଙ୍କୁ ପାର୍କରେ ବ୍ୟାୟାମ କରିବାକୁ ମଧ୍ୟ ବାରଣ କରାଯାଇଛି । ଯଦି ତେବେ ସେମାନେ ବାୟାମ କରିବାକୁ ଚାହାଁନ୍ତି ତେବେ ସେମାନେ ଘରେ କରନ୍ତୁ ବୋଲି କହିଛନ୍ତି ତାଲିବାନୀ ଅଧିକାରୀ ।

Afghanistan Taliban
Advertisment
Advertisment