/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713608910.jpg)
108 Ambulance Service
ଓଡ଼ିଶାର ୧୦୮ ଆମ୍ବୁଲାନ୍ସ ସେବାର ଦକ୍ଷ ପରିଚାଳକ ଜିକିତ୍ସା ହେଲ୍ଥକେୟାର ଲିମିଟେଡ (ଜେଡ୍ଏଚ୍ଏଲ୍) ଏହାର ୪୬ ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କ ଚମତ୍କାର ସମର୍ପଣଭାବ ଓ ସେମାନଙ୍କର ସପୋର୍ଟ ଟିମ୍କୁ ସେମାନଙ୍କର ଆଦର୍ଶ ସେବା ପାଇଁ ସମ୍ମାନିତ କରିଛି । ଏହାବ୍ୟତୀତ ଜେଡ୍ଏଚ୍ଏଲ୍ ପକ୍ଷରୁ ଏହାର କର୍ମଚାରୀମାନଙ୍କ ୧୫ ଜଣ ପ୍ରତିଭାଶାଳୀ ପିଲାଙ୍କୁ ସମ୍ମାନିତ କରାଯାଇଛି ଯେଉଁମାନେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି । ଭୁବନେଶ୍ୱରର ଜୟଦେବ ଭବନଠାରେ ଜିକିତ୍ସା ଓଡ଼ିଶା ସ୍କଲାରସିପ୍ ୨୦୨୪ ପୁରସ୍କାର ବିତରଣ ସମାରୋହ ଆୟୋଜନ କରାଯାଇଛି ।
ଏହି ସମାରୋହରେ ଉପସ୍ଥିତ ବ୍ୟକ୍ତିଙ୍କୁ ସମ୍ବୋଧିତ କରି ଜେଡ୍ଏଚ୍ଏଲ୍ର ଓଡ଼ିଶା ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି, ‘ଜିକିତ୍ସା ହେଲ୍ଥକେୟାର ଲିମିଟେଡ ଓ ଏହାର କର୍ମଚାରୀମାନେ ଓଡ଼ିଶାବାସୀଙ୍କୁ ସର୍ବୋତ୍ତମ ଯତ୍ନ ସହିତ ସେବା ପ୍ରଦାନ କରିବା ପାଇଁ ନିଜର ପ୍ରତିବଦ୍ଧତାରେ ଅଟଳ ରହିଛନ୍ତି । ଗାଡି ଚଳାଚଳ ପାଇଁ ରାସ୍ତା ନ ଥିବା ସ୍ଥାନରେ ରୋଗୀମାନଙ୍କୁ ପରିବହନ କରିବା ହେଉ ବା ଜଟିଳ ସମୟରେ ରକ୍ତଦାନ କରିବା କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦୃଢ ସମର୍ପଣଭାବ ପ୍ରଦର୍ଶିତ କରିବା, ଆମର କ୍ରିୟୁ ସଦସ୍ୟମାନେ ଲୋକମାନଙ୍କୁ ସେବା ପ୍ରଦାନ କରିବା କ୍ଷେତ୍ରରେ ନିରନ୍ତର ଭାବେ ଦୃଢପ୍ରତିଜ୍ଞା ପ୍ରଦର୍ଶନ କରିଛନ୍ତି । ରୋଗୀମାନଙ୍କ ଅର୍ଥ ଓ ମୂଲ୍ୟବାନ ସାମଗ୍ରୀଗୁଡିକୁ ଫେରାଇବା ସମେତ ବିଭିନ୍ନ ଆଦର୍ଶ କାର୍ଯ୍ୟଗୁଡିକ ସେମାନଙ୍କର ନିଃସ୍ୱାର୍ଥପରତାର ଏକ ପ୍ରମାଣ ଅଟେ’ ।
ଏହି ଅବସରରେ ପୁରସ୍କୃତ ହୋଇଥିବା କୃତି ପିଲାମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି ମାଟ୍ରିକ ପରୀକ୍ଷାରେ ୯୩ ପ୍ରତିଶତ ରଖି ଉତୀର୍ଣ୍ଣ ହୋଇଥିବା ପୁଜାରିଣୀ କାମିଲା । ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଚନ୍ଦନ କାମିଲାଙ୍କ ଝିଅ । ସେହିଭଳି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମୟୂରଭଞ୍ଜ ଜିଲ୍ଲା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଆଲୋକ କୁମାର ମହନ୍ତଙ୍କ ଝିଅ ତୃପ୍ତିମୟୀ ମହନ୍ତ , ଯେଏକି ୯୦.୧୭ ପ୍ରତିଶତ ରଖି ମାଟ୍ରିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ୮୮.୩୩ ପ୍ରତିଶତରେ ଉତୀର୍ଣ୍ଣ ହୋଇଥିବା ଦିବ୍ୟରଞ୍ଜନ ଖୁଂଟିଆ, ଯେକି କେନ୍ଦୁଝର ଜିଲ୍ଲାର ୧୦୮ ଆମ୍ବୁଲାନ୍ସ ଇଏମଟି ସଞ୍ଜୟ କୁମାର ଖୁଂଟିଆଙ୍କ ପୁଅ ।
ସୂଚନା ଅନୁସାରେ ବର୍ତ୍ତମାନ ଜେଡ୍ଏଚ୍ଏଲ୍ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ୧୩୬୦ଟି ୧୦୮ ଆମ୍ବୁଲାନ୍ସ ପରିଚାଳନା କରୁଥିବା ବେଳେ ଜଳବନ୍ଦୀ ଅଂଚଳଗୁଡିକରେ ୬ଟି ବୋଟ ଆମ୍ବୁଲାନ୍ସର ପରିଚାଳନା କରୁଛି । ଭୁବନେଶ୍ୱରରେ ଏହାର ଅତ୍ୟାଧୁନିକ କଲ ସେଂଟର ମାଧ୍ୟମରେ ସେବାଗୁଡ଼ିକୁ ସଂଯୋଗ କରି ରାଜ୍ୟର ପ୍ରତ୍ୟେକ କୋଣରୁ ଏକ କୋଟିରୁ ଅଧିକ ରୋଗୀଙ୍କୁ ଉଦ୍ଧାର କରାଯାଇଛି । ଜେଡ୍ଏଚ୍ଏଲ୍ର ଉତ୍ସର୍ଗୀକୃତ କଲ୍ ସେଂଟର ଜରୁରୀ କଲ୍ଗୁଡିକୁ ସୁଗମ ଓ ତତ୍କାଳ ପ୍ରତିକ୍ରିୟା ଦେବା ସୁନିଶ୍ଚିତ କରୁଥିବା ବେଳେ ରୋଗୀମାନଙ୍କୁ ଶୀଘ୍ର ହସ୍ପିଟାଲରେ ପହଂଚିବାରେ ସହଯୋଗ କରୁଛି । ରୋଗୀଙ୍କ ପରିବହନ ବ୍ୟତୀତ ଜେଡ୍ଏଚ୍ଏଲ୍ର କ୍ରିୟୁ ସଦସ୍ୟମାନେ ନିଜ କାର୍ଯ୍ୟରେ ଉଲ୍ଲେଖନୀୟ ନିଷ୍ଠାପରତା ଓ ମାନବିକତା ପ୍ରଦର୍ଶନ କରିଛନ୍ତି, ଅନେକ ଆହ୍ୱାନ ସତ୍ତ୍ୱେ ଅଗଣିତ ଲୋକଙ୍କ ଜୀବନ ବଂଚାଇଛନ୍ତି । ଆମ୍ବୁଲାନ୍ସଗୁଡିକର ରଣନୈତିକ ଅବସ୍ଥିତି କମ୍ ସମୟ ମଧ୍ୟରେ ବିସ୍ତୃତ ଜିଲ୍ଲାସ୍ତରୀୟ କଭରେଜ ନିଶ୍ଚିତ କରୁଛି, ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ପାଇଁ ମାଗଣା ପ୍ରି-ହସ୍ପିଟାଲ କେୟାର ପ୍ରଦାନ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)