Advertisment

Odia Youth Abducted by Al‑Qaeda‑Linked Group: ଆତଙ୍କୀ ସଂଗଠନ କବଜାରେ ଓଡ଼ିଆ ଯୁବକ; ପରିବାରରେ କାନ୍ଦବୋବାଳି...

ପରିବାର ଲୋକଙ୍କ ଆଖିରେ ଲୁହ। କେବେ ଘରକୁ ଫେରିବ ପୁଅ, ଚାହିଁ ବସିଛି ମାଆ। ମନ ବୁଝୁନି, ବାରମ୍ବାର ପୁଅ ଫଟୋ ଏପଟ ସେପଟେ କରି ଦେଖୁଛି। ଆଉ କେତେବେଳେ ପୁଅର ଫଟୋକୁ ଛାତିରେ ଜାବୁଡି ଧରି କାନ୍ଦୁଛି ।

author-image
Sujit kumar Swain
Odia Youth Abducted by Al‑Qaeda‑Linked Group

Odia Youth Abducted by Al‑Qaeda‑Linked Group

ପଶ୍ଚିମ ଆଫ୍ରିକାର ମାଲିରେ ଅଲକାଏଦା ଦ୍ବାରା ପରିଚାଳିତ ଏକ ଆତଙ୍କବାଦୀ ସଙ୍ଗଠନ ଦ୍ବାରା ଅପହୃତ ୩ ଭାରତୀୟଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ। ଅପହୃତ ଯୁବକଙ୍କ ଘର ଗଞ୍ଜାମ ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ । ତୁରନ୍ତ ସେଠାରୁ ପୁଅକୁ ଉଦ୍ଧାର ଲାଗି ପ୍ରଶାସନ ଓ ସରକାରଙ୍କ ନିକଟରେ ପରିବାର ଲୋକ କରିଛନ୍ତି ଆକୁଳ ନିବେଦନ। ସେପେଟ ହିଞ୍ଜିଳି ତହସିଲଦାର ଅପହୃତ ଯୁବକଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ଦେଇଛନ୍ତି ଆଶ୍ବାସନା।

Advertisment

ପରିବାର ଲୋକଙ୍କ ଆଖିରେ ଲୁହ। କେବେ ଘରକୁ ଫେରିବ ପୁଅ, ଚାହିଁ ବସିଛି ମାଆ। ମନ ବୁଝୁନି, ବାରମ୍ବାର ପୁଅ ଫଟୋ ଏପଟ ସେପଟେ କରି ଦେଖୁଛି। ଆଉ କେତେବେଳେ ପୁଅର ଫଟୋକୁ ଛାତିରେ ଜାବୁଡି ଧରି କାନ୍ଦୁଛି । ଆମେ କହୁଛୁ, ପଶ୍ଚିମ ଆଫ୍ରିକା ମାଲିରେ ଆତଙ୍କୀ ସଂଗଠନ ଦ୍ବାରା ଅପହରଣ ହୋଇଥିବା ଜଣେ ଓଡିଆ ପୁଅ କଥା। ମାଲିରେ ଅପହୃତ ହୋଇଥିବା ତିନି ଭାରତୀୟଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ହିଞ୍ଚିଳିକାଟୁ ଥାନା ସମରଝୋଳର ପି. ଭେଙ୍କେଟ ରମଣ। ପୁଅ ଅପହୃତ ହୋଇଥିବା ଖବର ଜାଣିବା ପରେ ମାଆ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୁଅକୁ ଉଦ୍ଧାର ପାଇଁ ପୋଲିସ ପ୍ରଶାସନ ଓ ସରକାରଙ୍କଠାରେ କରିଛନ୍ତି ଆକୁଳ ନିବେଦନ। ଭେଙ୍କେଟଙ୍କ ମାଆଙ୍କ କହିବା ଅନୁଯାୟୀ, ଜୁନ୍ ୩୦ ତାରିଖରେ ପୁଅ ସହ ଭଲରେ କଥା ହୋଇଥିଲେ। ହେଲେ ଗତ ୩ ତାରିଖରେ ହଠାତ ମୁମ୍ବାଇରେ ଥିବା ବ୍ଲୁ ଷ୍ଟାର କମ୍ପାନୀ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା, ଭେଙ୍କେରମଣଙ୍କୁ ପୋଲିସ ନିଜ କଷ୍ଟଡିକୁ ନେଇଛି। ପରେ ଏକ ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ୍‌ରୁ ପୁଅକୁ ଆତଙ୍କବାଦୀ ଅପହରଣ କରିଥିବା ନେଇ ଜାଣିବାକୁ ପାଇଥିଲେ। ଏହା ପରଠାରୁ ପରିବାର ଲୋକଙ୍କ ମଧ୍ୟରେ କାନ୍ଦ ବୋବାଳି ପଡିଛି।

ମୁମ୍ବାଇସ୍ଥିତ ବ୍ଲୁ-ଷ୍ଟାର୍ କଂପାନୀ ମାଧ୍ୟମରେ ମାଲିରେ ଥିବା ଡାଏମଣ୍ଡ ସିମେଣ୍ଟ କଂପାନୀକୁ କାମ କରିବାକୁ ଯାଇଥିଲେ ଭେଙ୍କଟ। ହେଲେ ଗତ ୧ ତାରିଖରେ ଏହି କମ୍ପାନୀ ଉପରେ ଆତଙ୍କବାଦୀ ସଙ୍ଗଠନ JNIM  ଅତର୍କିତ ଆକ୍ରମଣ କରି ତିନି ଭାରତୀୟଙ୍କୁ ଅପହରଣ କରିଥିଲା। କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ଦ୍ବାରା ପରିଚାଳିତ ହେଉଛି ଜାମାତ୍ ନୁସରତ ଅଲ-ଇସଲାମ ମୁସଲିମିନ୍ ବା JNIM । ମାଲିରେ ଏହି କାରଖାନାରେ ଅନେକ ବିଦେଶୀ ନାଗରିକ କାମ କରନ୍ତି। ତେଣୁ ଆତଙ୍କୀ ସଙ୍ଗଠନ ବିଦେଶୀଙ୍କୁ ଟାର୍ଗେଟ କରି ଏପରି କରିଥିବା ସୂଚନା ରହିଛି। ଅପହରଣ ଘଟଣାକୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ନିନ୍ଦା କରିଛି । ତିନି ଭାରତୀୟଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ମାଲି ସରକାରଙ୍କୁ ନିବେଦନ କରିଛନ୍ତି ଭାରତ ସରକାର। ଅପହୃତ ଭାରତୀୟଙ୍କ ମୁକ୍ତି ଲାଗି ଉଦ୍ୟମ ଜାରି ରହିଛି ବୋଲି ବୈଦେଶିକ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି। ଏପଟେ ଓଡ଼ିଆ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାର ମଧ୍ୟ ନେଉଛନ୍ତି ପଦକ୍ଷେପ।ପରିବାର ଲୋକଙ୍କ ପାଖରେ ପହଞ୍ଚି ହିଞ୍ଜିଳିକାଟୁ ତହସିଲଦାର ଆଶ୍ବସନା ଦେଇଛନ୍ତି ।

Advertisment

କେବେ ଅପହୃତଙ୍କ କବଳରୁ ଉଦ୍ଧାର ହେବେ ଭେଙ୍କେଟରମଣ। ତାର ଫେରିବା ବାଟକୁ ଅପେକ୍ଷା କରି ରହିଛନ୍ତି ତାଙ୍କ ପରିବାର, ସଂପର୍କୀୟ ଓ ସାଙ୍ଗସାଥୀ। 

Odia Youth
Advertisment
Advertisment