/odishatv-khabar/media/post_attachments/uploadimage/library/16_9/16_9_0/Suicide__1750247810.jpg)
Suicide
ପାରିବାରିକ କଳହର କରୁଣ ପରିଣତି । ବିଷ ପିଇ ଶାଶୁ-ବୋହୂଙ୍କ ମୃତ୍ୟୁ । ସ୍ୱାମୀ ଗୁରୁତର । କଟକ ଜିଲ୍ଲା ବଡ଼ମ୍ବା ବଡ଼ବାରସିଂହ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକମାନେ ହେଲେ ବୋହୂ ସଙ୍ଗୀତା ସେନାପତି ଓ ଶାଶୁ ନିବାସୀ ସେନାପତି । ଗୁରୁତର ସ୍ୱାମୀ ଭାଗିରଥି ସେନାପତିଙ୍କୁ ବଡମ୍ବା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କାହିଁକି ସେମାନେ ବିଷ ପିଇଲେ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।
ଗତକାଲି ବିଳମ୍ବିତ ରାତିରେ ଶାଶୁ, ବୋହୂ ଓ ପୁଅ ମିଶି ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ବଡମ୍ବା ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଶାଶୁ ନିବାସୀ ସେନାପତିଙ୍କ ମୃତ୍ୟୁ ହୋଇଯାଇଥିଲା । ବୋହୂ ସଙ୍ଗୀତା ସେନାପତି ଅଧିକ ଗୁରୁତର ହେବାରୁ ତାଙ୍କୁ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହାପରେ ଆଠଗଡ଼ ହସ୍ପିଟାଲରେ ବୋହୂର ମଧ୍ୟ ମୃତ୍ୟୁ ଘଟିଥିଲା ।
ଅଧିକ ପଢନ୍ତୁ: ଆଉ ଜଣେ ଖୁନୀ ସ୍ତ୍ରୀ, ଝଗଡ଼ା ହେବାରୁ ସ୍ୱାମୀକୁ...
ତେବେ ସ୍ୱାମୀ ଭାଗିରଥି ସେନାପତି ଗୁରୁତର ଅବସ୍ଥାରେ ଏବେ ବି ବଡମ୍ବା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ବଡମ୍ବା ଥାନା ପୋଲିସ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ତେବେ କାହିଁକି ସେମାନେ ବିଷ ପିଇଲେ ପ୍ରକୃତ କାରଣ ଜଣାପଡିନି । ପାରିବାରକି କହଳକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)