Advertisment

Mass Protests: ମଦ ମାଫିଆଙ୍କ ଉପରେ ତାତିଲେ ମହିଳା

ମଦ ମାଫିଆଙ୍କ ଉପରେ ତାତିଲେ ମହିଳା । ମଦ ବିରୋଧୀ ଅଭିଯାନକୁ ବ୍ୟାପକ କରି ଦେଶୀ ମଦ ଫ୍ୟାକ୍ଟ୍ରରେ ହଲ୍ଲାବୋଲ କରିଛନ୍ତି ବିଭିନ୍ନ ଗାଁର ମହିଳା

author-image
Ramakrushna Dakua
Women Rise Against Liquor Mafia in Odisha: Protests Spread Across Villages

Women Rise Against Liquor Mafia in Odisha: Protests Spread Across Villages

ମଦ ମାଫିଆଙ୍କ ଆଉ ଦାଉ ସହିବେନି ମହିଳା । ପରିବାର ଉଜୁଡ଼ି ଯାଉଥିବାରୁ ଏକାଠି ହେଲେ ତାତିଲ, କେଉଁଠି ଭଙ୍ଗାରୁଜା ତ କେଉଁଠି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି । ଆଉ କେଉଁଠି ପୋଲିସର ଧରପଗଡ଼ ଦେଖି ଅକଳରେ ମଦ ମାଫିଆ । ହଁ, ଅଣ୍ଟା ଆଣ୍ଟ କରି ହାତରେ ଠେଙ୍ଗା, କାଠ ଫାଳିଆ ସହ ଯିଏ ଯାହା ପାରିଲା ମାରଣାସ୍ତ୍ର ଧରି ଧସେଇ ପଶିଲେ ଦେଶ ମଦ ଭାଟିରେ । ଭଙ୍ଗାରୁଜା, ପୋଡ଼ାଜଳା, ନାରାବାଜି, ହୋହାଲ୍ଲା । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଉଁଶନାଳୀରେ ଘଟିଛି ଏମିତି ଘଟଣା । ଯାହା ସାମ୍ନାରେ ପଡ଼ିଲା ସବୁ କିଛି ନଷ୍ଟ କଲେ କ୍ଷତି ପହଞ୍ଚାଇଲେ । ଏଇ ଫ୍ୟାକ୍ଟ୍ରିର ମଦ ପିଇ ଘର ପରିବାର ଭାଙ୍ଗି ଯାଉଥିବାରୁ ଏମିତି ରାସ୍ତା ବାଛି ନେଇ ମଦ ମାଫିଆଙ୍କୁ ସାବାଡ୍ କରିଛନ୍ତି ମହିଳା । ମଦ ପିଇ କି ବୁଢା କି ଭେଣ୍ଡା ଘରେ ଅଶାନ୍ତି ସୃଷ୍ଟି କରୁଛନ୍ତି, ରୋଗରେ ପଡ଼ୁଛନ୍ତି ଅସମୟରେ ଜୀବନ ହାରୁଛନ୍ତି । କେତେ ଆଉ ସହିବେ ଏଣୁ ଧୈର୍ଯ୍ୟ ହରା ହୋଇ ଆଜି ଏମିତି ହଲ୍ଲାବୋଲ୍ କରିଛନ୍ତି ୫ଟି ଗାଁର ଶତାଧିକ ଆଦିବାସୀ ମହିଳା । ଖବର ପାଇ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେପଟେ ମହିଳାଙ୍କ ଅଭିଯୋଗ ଏଇ ମଦଭାଟିରୁ ମଦ ପିଇବା ଯୋଗୁଁ ପରିବାରରେ ଅଶାନ୍ତି ବଢୁଛି ।  

Advertisment

ନବରଙ୍ଗପୁର ଜିଲ୍ଲା  ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଞ୍ଚାୟତ ଅଧିନ ସନ୍ଧିମୁଣ୍ଡା ଗ୍ରାମର ଯୁବଗୋଷ୍ଠୀ ଗ୍ରାମରେ ବେଆଇନ ମଦ କାରବାର ବନ୍ଦ ପାଇଁ ଅଣ୍ଟା ଭିଡ଼ିଥିଲେ। ବେଆଇନ ମଦ କାରବାର ବନ୍ଦ ଦାବିରେ ସେଠାରେ ଉତ୍ତେଜନା ବି ପ୍ରକାଶ ପାଇଥିଲା। ଉତ୍ୟକ୍ତ ଲୋକେ ମଦ ଭାଟିରେ ଥିବା ଦେଶୀ ମଦ ଜରି ପ୍ୟାକେଟ ଫିଙ୍ଗା ଫୋପଡ଼ା କରିବା ସହ ନଷ୍ଟ କରିଛନ୍ତି । ବେଆଇନ ମଦ ବିକ୍ରି ବିରୁଦ୍ଧରେ ଏହି ଆନ୍ଦୋଳନ ଏବେ ଗାଁକୁ ଗାଁ ବ୍ୟାପିଥିବା କୁହାଯାଉଥିବା ବେଳେ ଏଥିପାଇଁ ପ୍ରଶାସନର ନିରବଦ୍ରଷ୍ଟାକୁ ଦାୟୀ କରାଯାଇଛି ।
 

 ଆଉ ଏପଟେ ଆକ୍ସନ ମୋଡରେ କରଞ୍ଜିଆ ଅବକାରୀ ବିଭାଗ । ଜୋରାସାହି ନିକଟରେ ଥିବା ଦେଶୀ ମଦ କାରଖାନାରେ ଚଢାଉ କରି ୭ ହଜାର ୮ଶହ ଲିଟର ମହୁଲ ପୋଚ ସହିତ ୪ଶହ ୮୫ ଲିଟର ମହୁଲି ମଦ ନଷ୍ଟ କରିଛି ବିଭାଗ । ମଦ ମାଫିଆ ବ୍ୟବହାର କରୁଥିବା ଏକ ବାଇକକୁ ମଧ୍ୟ ଜବତ କରି ତଦନ୍ତ କରୁଛି ବିଭାଗ। ସେପଟେ ଚଡାଉ ଦେଖି ମାଫିଆ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ପୂର୍ବତନ ଅବକାରୀ କମିଶନର ସୁଦର୍ଶନ ନାୟକ କହିଛନ୍ତି ମଦ ସେବନ ଏକ ସାମାଜିକ ବ୍ୟାଧି । ମଦ ଛାଡ଼ିଲେ ଆଉ ମେଡିକାଲକୁ ଯିବାକୁ ପଡ଼ିବନି ବୋଲି କହି ସଚେତନ କରିଛନ୍ତି ସୁଦର୍ଶନ ।
 

Advertisment

କେନ୍ଦୁଝରରୁ ପ୍ରଣୟ ପାଣି, ଝରିଗାଁରୁ ତ୍ରିନାଥ ଧୁରୁଆ, କରଞ୍ଜିଆରୁ ଦୀପକ ମହାନ୍ତଙ୍କ ସହ ଭୁବନେଶ୍ବରରୁ ଅର୍ଚ୍ଚନା ଶତପଥୀଙ୍କ ରିପୋର୍ଟ ଓଟିଭି...

Advertisment
Related Articles
Advertisment