Advertisment

Devotee Alert: ଜଗାଦର୍ଶନ ସହ ସେବା ପୂଜା ନାଁରେ ଅନଲାଇନ୍ ଠକେଇ

କିଛିଦିନ ହେଲା ଫେକ୍ ୱେବସାଇଟ୍ ଓ ଆପ୍ ଜରିଆରେ ଜଗା ନାଁରେ ଚୁନ ଲଗାଉଛନ୍ତି ଦୁର୍ବୃତ୍ତ

author-image
Ramakrushna Dakua
Fake websites are misleading Jagannath devotees by offering paid darshan and puja services at Puri S

Fake websites are misleading Jagannath devotees by offering paid darshan and puja services at Puri S

ସାବଧାନ୍ ! ଜଗା ନାଁରେ ଲଗାଉଛନ୍ତି ଚୁନ। ଦର୍ଶନ ଆଳରେ ଠକେଇ କରୁଛନ୍ତି ଦୁର୍ବତ୍ତ । ଇଣ୍ଡିଆ ଥ୍ରିଲ୍ସ ୱେବସାଇଟ୍ ରେ ଦର୍ଶାଯାଇଛି ଯେ, ସକାଳ ୭ରୁ ରାତି ୧୨, ଅପରାହ୍ନ ୪ରୁ ରାତି ୮ମଧ୍ୟରେ ରହିଛି ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା। ଯାହାର ମୂଲ୍ୟ ୫୦ ଟଙ୍କା। ଶୀଘ୍ର ଦର୍ଶନ ପାଇଁ ଶହେ, ଭିଆଇପି ଦର୍ଶନ ପାଇଁ ୫ଶହ ଏବଂ ରାତ୍ର ଦର୍ଶନ ପାଇଁ ଦର୍ଶାଯାଇଛି ୫୦ ଟଙ୍କା। ଶ୍ରଦ୍ଧାଳୁଙ୍କୁ ଭ୍ରମରେ ପକାଇବା ପାଇଁ ଇଣ୍ଡିଆ ଥ୍ରିଲ୍ସ ୱେବସାଇଟରେ ଜଗନ୍ନାଥ ମନ୍ଦିର, ଏହାର ଇତିହାସ ଓ ଦର୍ଶନକୁ ନେଇ ବି ତଥ୍ୟ ଉଲ୍ଳେଖ ରହିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ପ୍ରଶାସକ ସାଇବର ଥାନାରେ ଏତଲା ଦେଇଛନ୍ତି। ବରିଷ୍ଠ ସେବାୟତଙ୍କ ଦାବି, ସରକାର କଡ଼ାକଡ଼ି ଆଇନ ଆଣିବା ସହ ଶ୍ରୀମନ୍ଦିର ପ୍ରଶାସନ ପୂଜା ସେବା ସହ ଦର୍ଶନ ବ୍ୟବସ୍ଥା ସଂପର୍କରେ ପ୍ରଚାର କରନ୍ତୁ।
 
 ଏ ତ ଥିଲା ଇଣ୍ଡିଆ ଥ୍ରିଲ୍ସ ୱେବସାଇଟର କେଳେଙ୍କାରୀ। ଏବେ ଦେଖନ୍ତୁ PUJAPARISEVA.COM ନାମକ ଆଉ ଏକ ୱେବସାଇଟକୁ। ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଅଭିଷେକ ପୂଜା ପାଇଁ ୭,୫୦୦, ତୁଳସୀ ଦାନପୂଜା ପାଇଁ ୫୫୦୧, ସାଧାରଣ ଦର୍ଶନ ପୂଜା ପାଇଁ ୨୫୦୦ ଟଙ୍କା ଏବଂ ୩ ଠାକୁରଙ୍କ ମିଳିତ ପୂଜା ପାଇଁ ୪୭୫୦ ଟଙ୍କା ଦେବାକୁ ପଡ଼ିବ ବୋଲି ମିଥ୍ୟା ତଥ୍ୟ ଦିଆଯାଇଛି ୱେବସାଇଟରେ। ଏପରିକି ଡଲାରରେ ମଧ୍ୟ ରେଟଚାର୍ଟ୍ ମରାଯାଇଛି। ଏକଥା ଉଣା ଅଧିକା ସମସ୍ତେ ଜାଣିଛନ୍ତି, କେବଳ ପାରିମାଣିକ ବ୍ୟତୀତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନ୍ୟ ସବୁ ଦର୍ଶନ ପାଇଁ କୌଣସି ଦେୟ ଦେବାକୁ ପଡ଼େନାହିଁ। କିନ୍ତୁ ଭକ୍ତଙ୍କ ଭାବାବେଗ ସହ ଖେଳୁଥିବା ଏସବୁ ଫେକ୍ ୱେବସାଇଟ୍ ନିର୍ମାତା କେବଳ ଚୁନ ଲଗାଉଛନ୍ତି। ଭ୍ରମରେ ପକାଉଛନ୍ତି।

Advertisment

ଏଠି ପ୍ରଶ୍ନ ଉଠୁଛି, ଦର୍ଶନ ନାଁରେ ଭକ୍ତଙ୍କୁ ଲୁଟ୍ପାଟର ଏହି ନେଟୱାର୍କ ପଛରେ କିଏ ? ଏଭଳି ଫେକ୍ ୱେବସାଇଟ୍ ଜରିଆରେ ଦର୍ଶନ ପାଇଁ ଟଙ୍କା ଗଣୁଥିବା ବ୍ୟକ୍ତିଙ୍କୁ କୌଣସି ଗଳାବାଟ ଦେଇ ଦର୍ଶନ କରାଉଛନ୍ତି ନା ଟଙ୍କା ନେଇ ଗାୟବ ହୋଇଯାଉଛନ୍ତି ? ସ୍ଥାନୀୟ ଅଞ୍ଚଳର କୌଣସି ବ୍ୟକ୍ତିଙ୍କ ନେକ୍ସସରେ ଚାଲୁନି ତ ଏହି ବେଆଇନ ଆର୍ଥିକ କାରବାର ? ପୁରୀ ଏସପି କହିଛନ୍ତି, ସାଇବର ଏକ୍ସପର୍ଟଙ୍କ ଦ୍ବାରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ଏବଂ  

ମହାପ୍ରଭୁଙ୍କ ଦର୍ଶନ ସହ ସେବା ପୂଜା ନାଁରେ କେବଳ ଅନଲାଇନ ଫ୍ରଡ୍ ପ୍ରସଙ୍ଗ ନୁହଁ, ନକଲି ଅବଢା ବିକ୍ରି ଏବଂ ଭୋଗ ଚଢାଇବା ନେଇ ବିଜ୍ଞାପନ ବି ଦେଖିବାକୁ ମିଳିଛି। ଏସବୁ ଘଟଣାକୁ ରୋକିବା ପାଇଁ ଆଗକୁ ଶ୍ରୀମନ୍ଦିର ସମ୍ପର୍କିତ ଶବ୍ଦାବଳୀର ପେଟେଣ୍ଟ କରାଯିବ ବୋଲି କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତେବେ ଆସନ୍ତା ୩ରେ ବସିବାକୁ ଥିବା ନୂଆ ପରିଚାଳନା କମିଟିର ପ୍ରଥମ ବୈଠକରେ ଉଠିବ କି ଏହି ପ୍ରସଙ୍ଗ ? ପୁରୀରୁ କ୍ୟାମେରାପର୍ସନ ଗୋପାଳଙ୍କ ସହ ମଧୁସୂଦନ ମିଶ୍ରଙ୍କ ରିପୋର୍ଟ, ଓଟିଭି।

Advertisment
Odisha Cyber-crime
Advertisment
Related Articles
Advertisment