/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756651284.jpg)
Bhubaneswar Tragedy: Food Delivery Agent Found Dead on Railway Tracks
ଟ୍ରେନ୍ ଲାଇନରେ ଡେଲିଭରି ବୟଙ୍କ ଡେଡ ବଡି । ମୁଣ୍ଡ ଗଣ୍ଡି ପୁରା ଅଲଗା । ଆଜି ସକାଳୁ ସକାଳୁ ଲିଙ୍ଗରାଜ ଷ୍ଟେସନ ରୋଡ଼ର ପୁନାମା ଗେଟ ମଧ୍ୟରେ ଥିବା ରେଳ ଧରଣାରୁ ମିଳିଥିଲା ଜଣେ ଯୁବକଙ୍କ ମୃତଦେହ । ପୋଲିସର ତନାଘନା ପରେ ମୃତ ଯୁବକ ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳର ୨୨ ବର୍ଷୀୟ ସନ୍ଦେଶ ଦାସ ବୋଲି ଜଣାପଡିଥିଲା । ପ୍ରାଥମିକ ତଦନ୍ତରୁ ସେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ସନ୍ଦେଶ ଫୁଡ୍ ଡେଲିବରି ବୟ ଭାବେ କାମ କରୁଥିଲେ । ସେ ଭୁବନେଶ୍ବର ସତ୍ୟନଗର ଅଞ୍ଚଳରେ ନିଜ ବଡ଼ଭାଇଙ୍କ ସହିତ ଘର ଭଡା ନେଇ ରହୁଥିଲେ । ତାଙ୍କ ବଡ଼ ଭାଇ ସନ୍ଦୀପ ଦାସ ଜଣେ ଟ୍ରାଭେଲ ବ୍ଲଗର । ରେଳ ଧାରଣା ନିକଟରୁ ମିଳିଥିବା ବାଇକଟି ସନ୍ଦୀପଙ୍କ ବୋଲି ଜଣାପଡିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ସନ୍ଦେଶ ରେଳ ଧାରଣା ନିକଟ ରାସ୍ତାରେ ବାଇକ୍ ରଖି ଫୋନରେ କଥା ହେଉଥିଲେ । ସେ ବଡ ପାଟିରେ ଚିତ୍କାର କରି କଥା ହେଉଥିଲେ । ଏହା ପରେ ସେ ଟ୍ରେନ୍ ଆଗକୁ ଡେଇଁ ପଡିଥିବା କୁହାଯାଉଛି । ତେବେ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ସନ୍ଦେଶ ? କଣ ସମସ୍ୟା ହେଲା ଯେଉଁଥି ପାଇଁ ସେ ନିଜ ଜୀବନ ହାରିଦେଲେ ? ସନ୍ଦେଶଙ୍କ ସୋସିଆଲ୍ ମିଡିଆ ପେଜରୁ ସେ ଅନଲାଇନ୍ ଗେମ୍ ଖେଳୁଥିବା ଅନୁମାନ କରିହେଉଛି । ଏପରିକି ତାଙ୍କ ଜଣେ ସାଙ୍ଗ ମଧ୍ୟ ସନ୍ଦେଶ ଅନଲାଇନ୍ ଗେମ୍ ଖେଳୁଥିଲେ ବୋଲି କହିଛନ୍ତି । ତେଣୁ ଅନଲାଇନ୍ ଗେମ୍ ଯୋଗୁଁ ସେ ମାନସିକ ଚାପରେ ଥିଲେ କି ? ତେଣେ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ସନ୍ଦେଶଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ଢେଙ୍କାନାଳ ଭାପୁର ଫାଣ୍ଡି ଗଞ୍ଜେଇଡିହ ଗାଁରେ ଶୋକର ଛାୟା । ତେବେ ତାଙ୍କର କୌଣସି ଖରାପ ଅଭ୍ୟାସ ଅବା ପ୍ରେମ ସମ୍ବନ୍ଧୀୟ ସମସ୍ୟା ନ ଥିବା ପରିବାର ଲୋକ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)