Vigilance Raid
“ଛାଡ...ମୁଁ ଚୋର ନୁହେଁ...”ଏମିତି କହି ଭିଜିଲାନ୍ସ କର୍ମଚାରୀଙ୍କ ହାତରୁ ଜୋର ଜବରଦସ୍ତ ମୋବାଇଲ ଛଡାଇ ନେଉଥାନ୍ତି ମହିଳା । ଯେତେ ବୁଝାଇଲେ ବି ନିଜ ଜିଦରେ ଅଟଳ ଥାଆନ୍ତି କୁବେର ଯନ୍ତ୍ରୀଙ୍କ ପତ୍ନୀ । ସେପଟେ ଭିଜିଲାନ୍ସ କର୍ମଚାରୀମାନେ ମହିଳାଙ୍କୁ କାବୁ କରିବାକୁ ନାକେଦମ ହୋଇଛନ୍ତି । ଏହିପରିଭାବେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ ଚାଲିଥିବାବେଳେ ତାଙ୍କ ପତ୍ନୀ ବାଧା ଦେଉଥିବା ଦେଖିବାକୁ ମିଳିଛି । ନୂଆପଡ଼ା R&B ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀଙ୍କ ଘରେ ଚଢାଉ଼ ସମୟରେ ଉପୁଜିଥିଲା ଅପ୍ରୀତିକର ପରିସ୍ଥିତି । ଭିଜିଲାନ୍ସ ଜବତ କରୁଥିବା ଫୋନକୁ ମହିଳା ଜଣକ ଜୋର ଜବରଦସ୍ତ ଛଡାଇ ନେଉଥିବା ଦେଖି ସମସ୍ତେ ତାଜୁବ ହୋଇଯାଇଛନ୍ତି ।
ସୂଚନା ଯୋଗ୍ୟ,ନୂଆପଡ଼ା R&B ଡିଭିଜନ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀଙ୍କ ନାଁରେ ଥିଲା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଏକାସାଙ୍ଗରେ ୮ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ନୂଆପଡ଼ା ସମେତ ଭୁବନେଶ୍ୱର ଓ ପିପିଲିର ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି । ରାଜଧାନୀ ଭୁବନେଶ୍ୱରର ୫ଟି ସ୍ଥାନରେ ତନାଘନା କରିଛି ଭିଜିଲାନ୍ସ ଟିମ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747994227.jpg)