Advertisment

Woman In Cot: କେବେ ଯିବ ଯନ୍ତ୍ରଣା ? କେତେ ଦିନ ଆଉ ଖଟିଆରେ ବୁହା ହେବେ ମାଆ ?

ଗାଁଠାରୁ ଏକ କିମି ଦୂରରେ ଥିବା ଲକ୍ଷ୍ମୀ ନାଳ ପାଖରେ ଅଟକିଥିଲା ଆମ୍ୱୁଲାନ୍ସ। ରାସ୍ତା ନଥିବାରୁ ଗାଁକୁ ଆମ୍ୱୁଲାନ୍ସ ଯାଇ ପାରିନଥିଲା। ଆମ୍ବୁଲାନ୍ସ କର୍ମଚାରୀମାନେ ଏନେଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।

ଅଦ୍ୟତନ ହୋଇଛି
Boudh

Boudh

Advertisment

କେବେ ଯିବ ଯନ୍ତ୍ରଣା? କେତେଦିନ ଖଟିଆରେ ବୁହା ହେବେ ମାଆ? ଦେଶ ସ୍ୱାଧୀନ ହେବାର ଏତେବର୍ଷ ପରେ ମଧ୍ୟ ଏପରି ପ୍ରଶ୍ନ ସାଧାରଣରେ ଉଙ୍କି ମାରିଛି। ଗମନା ଗମନ ପାଇଁ ଆଜି ପର୍ଯ୍ୟନ୍ତ ଗାଁକୁ ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ। ତେଣୁ ଗର୍ଭବତୀଙ୍କୁ ଖଟିଆରେ ବୁହା ହେବାକୁ ପଡ଼ିଛି। ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟ ସେବାର ଏପରି ବିକଳ ଚିତ୍ର। ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ବାଣୀଭୂଷଣପୁର ପଞ୍ଚାୟତ ଡିଗିସିରା ଗାଁର ରବୀନ୍ଦ୍ର ଜାନୀଙ୍କ ପତ୍ନୀ ରଞ୍ଜିତା ଜାନି ଗର୍ଭବତୀ ଥିଲେ। ଆଜି ସକାଳେ ସେ ପ୍ରସବ ଜନିତ ଯନ୍ତ୍ରଣା ପାଇଥିଲେ। ତେଣୁ ତାଙ୍କୁ ମେଡିକାଲ୍‌ ନେବା ପାଇଁ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ। ଆଉ ସଙ୍ଗେ ସଙ୍ଗେ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ଫୋନ୍‌ ରିସିଭ୍‌ କରି ଆମ୍ୱୁଲାନ୍ସ ନିର୍ଦ୍ଧାରିତ ସମୟରେ ଗାଁକୁ ଆସିଥିଲା। ହେଲେ ଡିଗିସିରା ଗାଁରେ ଆମ୍ୱୁଲାନ୍ସ ପହଞ୍ଚି ପାରିଲା ନାହିଁ। କାରଣ ଗାଁକୁ ଯାଇଥିବା ରାସ୍ତାର ଅବସ୍ଥା ଦୟନୀୟ ଓ ଲକ୍ଷ୍ମୀ ନାଳ ସାଜିଥିଲା ପ୍ରତିବନ୍ଧକ।

ଅଧିକ ପଢ଼ନ୍ତୁ: ବସ୍ତିକୁ ମାଲବାହୀ ଟ୍ରେନ ମାଡ଼ିଯିବା ଘଟଣା: ଷ୍ଟେସନ ମ୍ୟାନେଜରଙ୍କ ସମେତ ୪ ନିଲମ୍ବିତ

Advertisment

ଗାଁଠାରୁ ଏକ କିମି ଦୂରରେ ଥିବା ଲକ୍ଷ୍ମୀ ନାଳ ପାଖରେ ଅଟକିଥିଲା ଆମ୍ୱୁଲାନ୍ସ। ରାସ୍ତା ନଥିବାରୁ ଗାଁକୁ ଆମ୍ୱୁଲାନ୍ସ ଯାଇ ପାରିନଥିଲା। ଆମ୍ବୁଲାନ୍ସ କର୍ମଚାରୀମାନେ ଏନେଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକେ କାଳ ବିଳମ୍ୱ ନକରି ଖଟିଆରେ ଗର୍ଭବତୀଙ୍କୁ ପ୍ରାୟ ଏକ କିମି ବୋହି ଆଣିଥିଲେ। ଆଉ ଆଣ୍ଠୁଏ ପାଣିରେ ବିପଦପୂର୍ଣ୍ଣ ଭାବେ ନାଳ ପାର କରାଇଥିଲେ। ତା’ପରେ ଆମ୍ୱୁଲାନ୍ସରେ ପ୍ରସୂତିଙ୍କୁ ନେଇ ପୁରୁଣାକଟକ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଏବେ ମେଡିକାଲ୍‌ରେ ରଞ୍ଜିତାଙ୍କ ଚିକିତ୍ସା ଚାଲିଛି।

ଅଧିକ ପଢ଼ନ୍ତୁ: ବାରବାଟୀରେ ଟିକେଟ ପାଇଁ ଦଳାଚକଟା; ଧସେଇ ପଶିଲେ, ଧସ୍ତାଧସ୍ତି ହେଲେ

ଦେଶ ସ୍ୱାଧୀନ ହେବାକୁ ଏତେ ବର୍ଷ ବିତିଲା। ହେଲେ ଦୁଃଖ ଓ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ଏହି ଗାଁକୁ ଭଲ ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ। ସବୁଠାରୁ ବଡ଼ କଥା ହେଲା ଗାଁକୁ ସଂଯୋଗ କରୁଥିବା ଆବୁଡାଖାବୁଡା ରାସ୍ତାରେ ପ୍ରତିବନ୍ଧକ ସାଜିଛି ଲକ୍ଷ୍ମୀ ନାଳ। ଏହି ନାଳ ଉପରେ ବ୍ରିଜ୍‌ଟିଏ କରିବା ପାଇଁ ଗାଁ ଲୋକେ ପ୍ରଶାସନଠାରୁ ଆରମ୍ଭ କରି ନେତାଙ୍କ ପାଖରେ କେତେ ଗୁହାରୀ କରିଛନ୍ତି। ହେଲେ କେହି ଗାଁ ଲୋକଙ୍କ ଗୁହାରୀ ଶୁଣୁନାହାନ୍ତି। ଯେଉଁଥିପାଇଁ ଗାଁ ଲୋକେ ବିପଦପୂର୍ଣ୍ଣ ଭାବେ ନାଳ ଅତିକ୍ରମ କରୁଛନ୍ତି। ଇଏତ ଗଲା ଶୀତ ଋତୁ କଥା। ବର୍ଷା ଦିନର କଥା ନକହିବା ଭଲ। ଗାଁ ଲୋକମାନେ ଏକପ୍ରକାର ବନ୍ଦୀ ଜୀବନ ଅତିବାହିତ କରୁଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment
Boudh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ