Advertisment

ବାଜିରେ ଲାଗିଛି ଜୀବନ; ନଦୀ ଉପରେ ନାହିଁ ବ୍ରିଜ୍, ଡଙ୍ଗା ହିଁ ସାହାଭରସା

ଆଳି, ପଟ୍ଟାମୁଣ୍ଡାଇ ଏବଂ ରାଜନଗର ବ୍ଲକର ଅନେକ ଲୋକେ ଦୈନନ୍ଦିନ କାର୍ଯ୍ୟ ପାଇଁ ଏହି ନଈ ଉପରେ ନିର୍ଭର କରନ୍ତି। ନିର୍ବାଚନ ପରେ ନିର୍ବାଚନ ଆସୁଛି, ହେଲେ ସମସ୍ୟାର ସମାଧାନ ହେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି ।

author-image
Sonali Ojha
ଅଦ୍ୟତନ ହୋଇଛି
Kendrapara compelled to cross the river

Kendrapara compelled to cross the river

ଗାଁକୁ ରାସ୍ତା ଓଗାଳିଛି ନଦୀ। ସରକାରୀ କାମହେଉ କି ହାଟ-ବଜାର ଯିବାକୁ ହେଲେ ଖାଲି ଡଙ୍ଗା ହିଁ ଏକମାତ୍ର ଭରସା। ବ୍ରାହ୍ମଣୀ ନଦୀର ଅକାତକାତ ପାଣିରେ ପ୍ରତିଦିନ ଏମିତି ଚାଲେ ଜୀବନଯାତ୍ରା। କେନ୍ଦ୍ରାପଡ଼ାର ଆଳି, ପଟ୍ଟାମୁଣ୍ଡାଇ ଏବଂ ରାଜନଗର ବ୍ଲକର ସୀମାବର୍ତ୍ତି ଅଞ୍ଚଳର ଲୋକ ବର୍ଷ ବର୍ଷ ହେଲା ଏଭଳି ସମସ୍ୟା ଭୋଗୁଛନ୍ତି। ବ୍ରିଜ ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ସୁଦ୍ଧା ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

Advertisment

ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଲୋକେ। ନା ଅଛି ଲାଇଫ୍ ଜାକେଟ୍ ନା ଅଛି କୌଣସି ସୁରକ୍ଷା ବ୍ୟବସ୍ଥା। ଅକାତକାତ ପାଣିରେ ଜୀବନକୁ ବାଜି ଲଗାଇ ଡଙ୍ଗାରେ ନଦୀ ପାର ହେଉଛନ୍ତି ଗାଁ ଲୋକ। ବର୍ଷ ପରେ ବର୍ଷ ବିତିଲାଣି। ହେଲେ ଗାଁ ଲୋକଙ୍କ ପାଇଁ ବ୍ରିଜ୍ ଟିଏ ନିର୍ମାଣ ହୋଇପାରିଲାନାହିଁ । କେନ୍ଦ୍ରାପଡ଼ା ଶ୍ରୀରାମପୁର ଘାଟରେ ଏହା ନିୟମିତ କଥା ।

ଆଳି, ପଟ୍ଟାମୁଣ୍ଡାଇ ଏବଂ ରାଜନଗର ବ୍ଲକର ଅନେକ ଲୋକ ଦୈନନ୍ଦିନ କାର୍ଯ୍ୟ ପାଇଁ ଏହି ନଈ ଉପରେ ନିର୍ଭର କରନ୍ତି। ନିର୍ବାଚନ ପରେ ନିର୍ବାଚନ ଆସୁଛି, ହେଲେ ସମସ୍ୟାର ସମାଧାନ ହେଉନଥିବାରୁ ଲୋକଙ୍କ ମଧ୍ୟ ଅସନ୍ତୋଷ ତୀବ୍ର ହୋଇଛି । ୨୦୧୩ରୁ ଶ୍ରୀରାମପୁର- ମହାସାହାଣୀ ସେତୁ ନିର୍ମାଣ ପାଇଁ ଲେ-ଆଉଟ୍ ପ୍ରସ୍ତୁତ ହୋଇଛି । ହେଲେ ଏହି ନଦୀପଥଟି ଜାତୀୟ ଜଳପଥ-୫ ଅନ୍ତର୍ଗତ ଆସୁଥିବାରୁ ବାଧକ ସୃଷ୍ଟି ହୋଇଥିଲା । ପରେ ପୁନର୍ବାର ନୂଆ ପ୍ଲାନ ଓ ବ୍ୟୟ ଅଟ୍ଟକଳ କରାଯାଇଥିଲେ ସୁଦ୍ଧା ଏବେ ସୁଦ୍ଧା କାମ ଇଞ୍ଚେ ବି ଆଗକୁ ବଢିନି।

Advertisment

River Brahmani
Advertisment
Advertisment