• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚାବି ହଜିବାକୁ ନେଇ ରହସ୍ୟ ରହିଛି, ତଦନ୍ତ ହେବା ପରେ ସବୁ ସତ ଜଣାପଡ଼ିବ । ଆଜି ଏଭଳି ବିସ୍ଫୋରକ ବୟାନ ରଖିଛନ୍ତି ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ଚାବି ହଜିବା ଓ ମିଳିବାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଚାବି ହଜିଯିବା ଓ ଡୁପ୍ଲିକେଟ୍ ଚାବି ମିଳିବା ଘଟଣା ଅତ୍ୟନ୍ତ ଲଜ୍ଜାଜନକ ।

ଭିତର ରତ୍ନ ଭଣ୍ଡାରର ଯେଉଁ ଚାବି ଥିଲା ତାହା ସେହି ତାଲାର ନୁହେଁ । ଏଥିରୁ ଜଣାପଡ଼ୁଛି ଏହି ଘଟଣାରେ ଅନେକ ରହସ୍ୟ ରହିଛି । ପୂର୍ବ ସରକାର ଓ ତତ୍କାଳୀନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଆଡ଼କୁ ଅଭିଯୋଗ କରିଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର । ଚାବିକୁ ଲୁଚା ଯାଇଥିଲା ଆଉ ଏହି ଘଟଣା ଅରବିନ୍ଦ ଅଗ୍ରୱାଲଙ୍କ ସମୟରେ ହୋଇଥିଲା ବୋଲି କହି ଦୋଷାରୋପ କରିଛନ୍ତି ।

ଅଧିକ ପଢ଼ନ୍ତୁ: ‘ଗୁରୁବାର ଖୋଲିବ ରତ୍ନଭଣ୍ତାର, ସମସ୍ତ ପ୍ରକ୍ରିୟାର ହେବ ଭିଡିଓଗ୍ରାଫି’

ରତ୍ନ ଭଣ୍ଡାର ଭିତରେ କିଛି ଘଟିଛି ତେଣୁ ଏସବୁ କରାଯାଇଥିଲା, ଏବେ ତଦନ୍ତ ହେଲେ ସବୁ ଜଣାପଡ଼ିବ ବୋଲି ସେ କହିଛନ୍ତି । ତେବେ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ଅଭିଯୋଗ ନେଇ ପୂର୍ବ ସରକାର ଓ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ପ୍ରତିକ୍ରିୟା ମିଳିପାରିନି । ସେପଟେ ରତ୍ନ ଭଣ୍ଡାର ଚାବିକୁ ନେଇ ପ୍ରତିକ୍ରିୟା ରଖିଲା ବିଜେଡି ।

ଅମର ଶତପଥୀ କହିଛନ୍ତି, ୧୮୭୮ ମସିହାରେ ବିଶ୍ୱଭୂଷଣ ହରିଚନ୍ଦନ ଆଇନ ମନ୍ତ୍ରୀ ଥିବା ବେଳେ ରତ୍ନ ଭଣ୍ଡାର ଖୋଲାଯାଇଥିଲା । ଏବେ ପୁଅ ଆଇନ ମନ୍ତ୍ରୀ ଥିବା ବେଳେ ରତ୍ନ ଭଣ୍ଡାର ଖୋଲା ଯାଉଛି । ଚାବିକୁ ନେଇ ସନ୍ଦେହ ଥିବା କଥା ସେ କହି ସାରିଲେଣି । ଆଉ ସମୟ ନ ଗଡେଇ ତଦନ୍ତ କରନ୍ତୁ । କିନ୍ତୁ ଆଉ କମିଶନ ବସାନ୍ତୁନି ବୋଲି ଅମର ଶତପଥୀ କହିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ପୃଥ୍ୱୀରାଜ କହିଥିଲେ, ଡୁପ୍ଲିକେଟ୍ ଚାବି କଥା ପୂର୍ବରୁ କିଏ କହିଥିଲା ଓ କାହିଁକି କହିଥିଲା ତାର ତଦନ୍ତ କରାଯିବ । ସେପଟେ ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଆରମ୍ଭ ହୋଇଛି ବୟାନବାଜୀ । ବିଜେପି ନିଜ ପ୍ରତିଶ୍ରୁତି ପୂରଣ କଲା ହେଲେ ଗଣତି ମଣତି କେବେ ହେବ ସେ ନେଇ ସ୍ପଷ୍ଟ ସୂଚନା କାହିଁକି ଜାରି କରିନି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଅଧିକ ପଢ଼ନ୍ତୁ: ଖୋଲିଲା ଲୀଳାମୟ ଠାକୁରଙ୍କ ରହସ୍ୟମୟ ରତ୍ନଭଣ୍ଡାର; ତାଲା ଭାଙ୍ଗି ପଶିଲେ ହାଇଲେବଲ୍ କମିଟି...

ଆଜି ପ୍ରେସମିଟ୍ କରି ଏସମ୍ପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି କି, ଜନସାଧାରଣଙ୍କ ମନରେ ଦ୍ୱନ୍ଦ୍ୱ ରହିଛି । ସରକାର ସେ ସବୁକୁ ଦୂର କରନ୍ତୁ । ଅପରପକ୍ଷେ ଏହାର ଜବାବ ରଖିଛି ବିଜେପି । ଯାହା ଯାହା ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲା ଦଳ ସେସବୁ ପୂରଣ କରୁଛି । ରତ୍ନ ଭଣ୍ଡାର ଖୋଲିଲା, ମରାମତି ହେବ, ଗଣତି ମଣତି ମଧ୍ୟ କରାଯିବ । ଯାହା ଲୋକେ ଜାଣିବା ଆବଶ୍ୟକ ସେ ସବୁ ଅବଗତ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ।

OTV is now on Whatsapp

Join and get latest news update delivered to you via whatsapp

Join Now