Advertisment

ଏତେ ଚାଉଳ ଆସିଲା କେଉଁଠୁ ? କେନାଲରେ ପଡିଛି କୁଇଣ୍ଟାଲ କୁଇଣ୍ଟାଲ ଅରୁଆ ଚାଉଳ !

ଏହା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚାଉଳ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Rice In Canal

Rice In Canal

କେନାଲ ପାଣିରେ ଭସାଇ ଦେଲେ କି ପ୍ରଭୁ ଜଗନ୍ନାଥଙ୍କ ଅର୍ପଣ ଚାଉଳ? ପୁରୀ ଜିଲ୍ଲା ନିମାପଡା-ଗୋପ ବ୍ରାଞ୍ଚ କେନାଲ ପାଣିରେ ପଡିଛି କୁଇଣ୍ଟାଲ କୁଇଣ୍ଟାଲ ଚାଉଳ। ଗୋପ ବ୍ଲକ୍ ଛକ ନିକଟ ବାୟାକୁଦା କେନାଲ ବ୍ରିଜ ନିକଟରେ ଆଜି ଗୋଟିଏ ମିନି ଟ୍ରକରେ କୁଇଣ୍ଟାଲ କୁଇଣ୍ଟାଲ ଚାଉଳକୁ ଆଣି କିଛି ଶ୍ରମିକ ଫିଙ୍ଗୁଥିବା ଦେଖିବାକୁ ମିଳିଛି। ଚାଉଳ ସମ୍ପର୍କରେ ଶ୍ରମିକମାନେ କିନ୍ତୁ କିଛି ଉତ୍ତର ଦେଇନଥିଲେ।

Advertisment

ତେବେ ଏହା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଆସିଥିବା ଅର୍ପଣ ଚାଉଳ ହୋଇଥାଇପାରେ ବୋଲି ସନ୍ଦେହ ଉପୁଜିଛି। କାରଣ, ଗତ ୧୮ ତାରିଖ ଅର୍ଥାତ୍ ରବିବାର ଦିନ ଶ୍ରୀମନ୍ଦିର ପାଖରୁ ଏକ ମିନିଟ୍ରକରେ ଜଗନ୍ନାଥଙ୍କ ଅର୍ପଣ ଚାଉଳ ଲୋଡ୍ ହୋଇଥିଲା। ଏହାକୁ ମିଲ୍ କୁ ନେବାର ଥିଲା। ଗାଡିର ନମ୍ବର ଥିଲା OR-02-AB-5899 ।

ଆଜି କେନାଲରେ ଫିଙ୍ଗାଯାଇଥିବା ଚାଉଳ ଯେଉଁ ମିନି ଟ୍ରକରେ ଆସିଥିଲା, ତାର ମଧ୍ୟ ନମ୍ବର ସମାନ। ତେଣୁ ଏହା ଅର୍ପଣ ଚାଉଳ ହୋଇଥାଇପାରେ ବୋଲି ସନ୍ଦେହ ଉପୁଜିଛି। ଯଦି ଏହା ଗାଁ ଗାଁ ବୁଲି ଲୋକମାନଙ୍କଠାରୁ ସଂଗୃହୀତ ହୋଇଥିବା ଅର୍ପଣ ଚାଉଳ, ତେବେ ଏହାକୁ କାହିଁକି କେନାଲରେ ଫିଙ୍ଗାଗଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Advertisment

BJP BJD Odisha Politics Congress
Advertisment
Advertisment