Advertisment

Vessal In Bhadrak: କେବେ ଚାଲିବ ଭେସେଲ୍‌? ନା ଫେରିବ...

ଧାମରା ଚାନ୍ଦିନିପାଳଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ଜଳ ପଥରେ ଯୋଡିବା ପାଇଁ ୨୦୨୦ ମସିହାରେ ଆସିଥିଲା ଭେସେଲ୍‌। ଧାମରାରେ ପହଞ୍ଚିବା ପରେ ତା’ର ନାଁ ରଖାଯାଇଥିଲା ‘ଭୂପେନ ହଜାରିକା’।

ଅଦ୍ୟତନ ହୋଇଛି
undefined

Vessal

Advertisment

ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟରେ ଜଳ ପଥରେ ସମ୍ପର୍କ ଯୋଡ଼ିବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଆସିଲା ଭେସେଲ୍‌। ହେଲେ କାମରେ ଲାଗୁନି। ୪ ବର୍ଷ ହେଲା ବନ୍ଦୀ ଜୀବନ ବିତାଉଛି। କେବେ ଚାଲିବ ନା ଫେରିଯିବ, ତାହାର ଉତ୍ତର କାହା ପାଖରେ ନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସରକାରଙ୍କ ଆନ୍ତରିକତା ଅଭାବରୁ ଭେସେଲ୍‌ ଚାଲି ପାରୁନଥିବା ଅଭିଯୋଗ ହୋଇଛି।

Advertisment

ଧାମରା ଚାନ୍ଦିନିପାଳଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ଜଳ ପଥରେ ଯୋଡିବା ପାଇଁ ୨୦୨୦ ମସିହାରେ ଆସିଥିଲା ଭେସେଲ୍‌। ଧାମରାରେ ପହଞ୍ଚିବା ପରେ ତା’ର ନାଁ ରଖାଯାଇଥିଲା ‘ଭୂପେନ ହଜାରିକା’। ଏହାର ରକ୍ଷଣାବେକ୍ଷଣା ଦାୟିତ୍ୱ ଧାମରା-ଚାନ୍ଦବାଲି ଜଳ ପରିବହନ ସଂସ୍ଥା ନେଇଥିଲା। ଏହି ଭେସେଲ୍‌ର ଓଜନ ୨୦୦ ଟନ ହୋଇଥିବା ବେଳେ ୪୬ ମିଟର ଲମ୍ବ ରହିଛି। ଏଥିରେ ଏକ କାଳିନ ୪୦ଟି ମୋଟର ସାଇକେଲ, ୩ଟି କାର ସମେତ ୪୦ରୁ ୫୦ ଜଣ ଲୋକ ଜଳପଥ ପାରି ହୋଇ ପାରିବେ। ହେଲେ ଦୁଃଖ ଓ ପରିତାପର ବିଷୟ ୧୮ କୋଟି ୮୩ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଏହି ଭେସେଲ୍‌ ଆଜି ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ। ସେମିତି ପାଣିରେ ବନ୍ଧା ହୋଇ ରହିଛି।

ସମ୍ପର୍କ ଯୋଡ଼ିବାକୁ ଆସିଥିବା ଭେସେଲ୍‌ କ’ଣ ପାଇଁ ଚାଲି ପାରିଲା ନାହିଁ? ଏହାକୁ ନେଇ ଉଭୟ ଜିଲ୍ଲାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ତେବେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି, ଭେସେଲ୍‌ ଯାତ୍ରା କରିବାର ସ୍ଥାନ ଚାନ୍ଦିନୀପାଳରେ ଜଳ ସ୍ଥିର ରହୁନାହିଁ। ପ୍ରଚଣ୍ଡ ଜଳ କରେଣ୍ଟ ରହୁଛି। ତେଣୁ ସେଠାରେ ଭେସେଲ୍‌ ସ୍ଥିର ହୋଇ ଛିଡ଼ା ହୋଇପାରୁନି। ଯଦି ଭେସେଲ୍‌ ସ୍ଥିର ହୋଇ ଛିଡ଼ା ହୋଇପାରୁନି, ତାହାହେଲେ ବାଇକ୍‌, କାର ଓ ଲୋକମାନେ ଭେସେଲ୍‌କୁ କେମିତି ଚଢ଼ିବ? ସୁରକ୍ଷା ଦୃଷ୍ଟିରୁ ସେଠାରୁ ଭେସେଲ୍‌ ଚଳାଚଳ କରୁନାହିଁ।

Advertisment

ଅଧିକ ପଢ଼ନ୍ତୁ: ତଥ୍ୟ ଦେଲା AI, ମାଡ଼ି ବସିଲା ବନ ବିଭାଗ, ୩ ଚମ୍ପଟ

ଭେସେଲ୍‌ଟି ଚାଲିବା ସମ୍ଭବ ନହେବାରୁ ୨୦୨୦ ନଭେମ୍ବରରୁ ଆଜି ଯାଏ ୫୦ ମାସ ହେଲା ପାଣିରେ ଭାସୁଛି। ତାକୁ ଏବେ ଚାନ୍ଦବାଲି ଜଳପଥ ଅରଣ୍ୟ ନିବାସ ଘାଟରେ ରଖାଯାଇଛି। ଏହାକୁ ଫେରାଇ ନେବା ପାଇଁ ଗତ ୪ ବର୍ଷରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ୧୧ ଥର ଚିଠି ଲେଖିଲେଣି ଧାମରା-ଚାନ୍ଦବାଲି ଜଳ ପରିବହନ ସଂସ୍ଥା। ହେଲେ କୌଣସି ଉତ୍ତର ଆସୁନାହିଁ। ସେପଟେ ଭେସେଲ୍‌ ଚଳାଇବା ଦାୟିତ୍ୱରେ ଥିବା ୯ ଜଣ କର୍ମଚାରୀଙ୍କୁ ସଂସ୍ଥା ଵିଦା କରିଦେଲା। ଗୋଟିଏ ପଟରେ ଚାନ୍ଦବାଲି ଯାତ୍ରୀବାହୀ ଲଞ୍ଚ ପାଇଁ କର୍ମଚାରୀ ଅଭାବ ବେଳେ ଏବେ ‘ଭୂପେନ ହଜାରିକା’କୁ ରକ୍ଷଣାବେକ୍ଷଣ କରିବାକୁ କେହି ନାହାଁନ୍ତି। ନଦୀ କୂଳରେ ବିଶାଳକାୟ ଭେସେଲକୁ ବାନ୍ଧି ଚିନ୍ତାରେ ରହିଛନ୍ତି ଅଧିକାରୀ। ଏହା ମଧ୍ୟରେ ଏହି ଭେସେଲର ରଙ୍ଗ ଛାଡ଼ି ଯିବା ସହ ଯାନ୍ତ୍ରିକ ତ୍ରୁଟି ମଧ୍ୟ ଦେଖାଦେଲାଣି। ଏପରିକି ନଷ୍ଟ ହେବାକୁ ବସିଲାଣି।

ଅଧିକ ପଢ଼ନ୍ତୁ: ଆଗେଇ ଆସିଲେ ପୁଞ୍ଜିପତି, ନିବେଶ କରିବେ ଲକ୍ଷାଧିକ କୋଟି

ସାଗର ମେଳା ଯୋଜନାରେ ଏହି ଭେସେଲେ ନିର୍ମାଣ ହୋଇ ଆସାମର ବ୍ରହ୍ମପୁତ୍ର ନଦୀରେ ଚାଲିବା ପାଇଁ ଫାଇଲ୍‌ ହୋଇ ଥିଲା। ବ୍ରହ୍ମପୁତ୍ର ନଦୀର ଜୁଆର ଭଟ୍ଟାକୁ ହସ୍ୟ କରିପାରିଲା ଭଳି ଏହି ଭେସେଲ ନିର୍ମାଣ କରାଯାଇଥିଲା। ତେବେ ସେଠାରେ ଅଧିକ ୨ଟି ଭେସେଲ ନିର୍ମାଣ ହୋଇଥିବାରୁ ସେଥିରୁ ଗୋଟିଏ ପଶ୍ଚିମବଙ୍ଗ ବାବୁ ଘାଟକୁ ପଠାଇ ଦିଆଯାଇଥିଲା। ଅନ୍ୟଟିକୁ ଧାମରା ପଠା ଯାଇଥିଲା। ୯ ଜଣ କର୍ମଚାରୀ ଏହି ଭେସେଲକୁ ସାଙ୍ଗରେ ଧରି ୨୦୨୦ ନଭେମ୍ବର ମାସରେ କଲିକତା ଵାଵୁଘାଟରୁ ସମୁଦ୍ର ପଥରେ ଆସି ଧାମରାରେ ପହଞ୍ଚି ଥିଲେ।

Advertisment
BJP Bhadrak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ