Advertisment

Garbage In Residential Areas: ଜନବସତି ଅଞ୍ଚଳରୁ କେବେ ହଟିବ ଅଳିଆ ଗଦା?

ବର୍ଷ ବର୍ଷ ଧରି ଜନବସତି ଅଞ୍ଚଳରେ ଚାଲିଥିବା ଅଳିଆଗଦା ଓ ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସତୀଚଉରା ଓ ରଘୁନାଥଜୀଉ ମନ୍ଦିର ନିକଟରେ ଥିବା ଦୁଇଟି ଡମ୍ପିଂୟାର୍ଡ ଏବଂ ଏମସିସିକୁ ବନ୍ଦ କରିବା ସହ ସହର ଭିତରେ ଥିବା ଆଉ ୧୪ଟି ଅଳିଆଗଦା ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଥିଲେ ସହରବାସୀ।

ଅଦ୍ୟତନ ହୋଇଛି
Cuttack

Cuttack

Advertisment

ଦୁର୍ଗନ୍ଧମୟ ପରିବେଶରୁ କେବେ ମିଳିବ ମୁକ୍ତି? ଜନବସତି ଅଞ୍ଚଳରୁ କେବେ ହଟିବ ଅଳିଆଗଦା? ବାଉନ ବଜାର ତେପନ ଗଳିର ସହର କଟକର ସତୀ ଚଉରା ଛକ ନିକଟରେ ଥିବା ଡମ୍ପିଂୟାର୍ଡ ଓ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର କେବେ ହଟିବ? ଆଉ କେବେ ପାଳନ ହେବ ହାଇକୋର୍ଟଙ୍କ ନିର୍ଦ୍ଦେଶ? ସହର ଭିତରୁ ଅଳିଆ ହଟି ପାରୁନଥିବାରୁ କଟକ ମହାନଗର ନିଗମ(ସିଏମସି) ଓ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି।

Advertisment

ରଘୁନାଥ ଜୀଉ ମନ୍ଦିର ନିକଟରେ ରହିଛି ଡମ୍ପିଂୟାର୍ଡ ଓ ଏମସିସି। ଦୁଇଟି ସ୍ଥାନରେ ସମାନ ସମସ୍ୟା। ସ୍ଥିତି ଏମିତି ଯେ ଅଞ୍ଚଳବାସୀ ତ୍ରାହୀ ତ୍ରାହୀ ଡାକୁଛନ୍ତି। ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରହିବା ଏକ ପ୍ରକାର ମୁସ୍କିଲ ହୋଇପଡ଼ିଛି। ସେହି ରାସ୍ତା ଦେଇ ଯିବା ବେଳେ ନାକରେ କପଡା ବାନ୍ଧି ଯିବାକୁ ପଡୁଛି। ଏମିତିକି ଅନେକ ସମୟରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଭଳି ସମସ୍ୟା ପାଇଁ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଥିଲେ।

ଅଧିକ ପଢ଼ନ୍ତୁ: ‘MLA ଟିକେଟ୍ ଆଶାରେ ସେବେ ଚୁପ୍ ଥିଲେ ଦୀପାଳି, ଏବେ ଆଳୁ ଖୋଳୁଛନ୍ତି’

Advertisment

ବର୍ଷ ବର୍ଷ ଧରି ଜନବସତି ଅଞ୍ଚଳରେ ଚାଲିଥିବା ଅଳିଆଗଦା ଓ ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସତୀଚଉରା ଓ ରଘୁନାଥଜୀଉ ମନ୍ଦିର ନିକଟରେ ଥିବା ଦୁଇଟି ଡମ୍ପିଂୟାର୍ଡ ଏବଂ ଏମସିସିକୁ ବନ୍ଦ କରିବା ସହ ସହର ଭିତରେ ଥିବା ଆଉ ୧୪ଟି ଅଳିଆଗଦା ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଥିଲେ ସହରବାସୀ।

ଶୁକ୍ରବାରଠାରୁ ସତୀଚଉରାରେ ଅଳିଆ ନପଡିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ପୁଣି ସେହି ସ୍ଥାନରେ ଅଳିଆ ପଡୁଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ସିଏମସିକୁ ଅକଳରେ ପକାଇଛି। କେଉଁଠି ନୂଆ ଡମ୍ପିଂୟାର୍ଡ ଓ ଏମସିସି ପଏଣ୍ଟ କରାଯିବ ତାକୁ ନେଇ ଜାଗା ଚିହ୍ନଟ ହୋଇପାରୁନାହିଁ। ସହର ବାହାରେ ମେଗା ଡମ୍ପିଂୟାର୍ଡ ଓ ଏମସିସି ପଏଣ୍ଟ ପାଇଁ ସିଏମସି ଯୋଜନା କରିଥିବା ବେଳେ ଦୀର୍ଘଦିନ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଜମି ମଧ୍ୟ ମଗାଯାଇଥିଲା। ହେଲେ ଜିଲ୍ଲା ପ୍ରଶାସନ ଜମି ଯୋଗାଇ ନପାରିବାରୁ ପ୍ରକଳ୍ପ କାମ ଆଗେଇ ପାରୁନାହିଁ। ଏହାରି ଭିତରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କିପରି ପାଳନ ହେବ, ତାକୁ ନେଇ ଆଶଙ୍କା ଦେଖାଦେଇଛି।

Advertisment

ଅଧିକ ପଢ଼ନ୍ତୁ: ହଂସିତା ବଡବଡିଆଙ୍କୁ ଯୋଗାଉଥିଲେ ସୁନ୍ଦର ତରୁଣୀ!

ସିଏମସି କମିସନର ଅନାମ ଚରଣ ପାତ୍ର କହିଛନ୍ତି, ବର୍ତ୍ତମାନ ସମୟରେ ଏହାକୁ ସ୍ଥାନାନ୍ତରିତ କରିବା ସମ୍ଭବପର ନୁହେଁ। ତେଣୁ ହାଇକୋର୍ଟଙ୍କୁ କିଛିଦିନ ସମୟ ମଗାଯିବ। ଜିଲ୍ଲା ପ୍ରଶାସନ ଜମି ଯୋଗାଇଦେଲେ କାମ ଆରମ୍ଭ ହେବ।

ଅନ୍ୟପଟେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ କହିଛନ୍ତି, ସହର ବାହାରେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୁଇଟି ସ୍ଥାନାନ୍ତର ପ୍ରକ୍ରିୟା ସରିବା ପରେ ଅନ୍ୟଟି ପାଇଁ ଜମି ଚିହ୍ନଟ କରାଯିବ।

ଅଧିକ ପଢ଼ନ୍ତୁ: ଓଡ଼ିଶା ପୋଲିସ୍‌ରେ ଚାକିରି; ପୂରଣ ହେବ ୯୦୦ରୁ ଅଧିକ ପଦବୀ

Cuttack Orissa High Court CMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ