Advertisment

Wheat Supply: ଯୋଗାଣ ମନ୍ତ୍ରୀଙ୍କ ଅଭିଯୋଗ; ‘ବିଜେଡି ପାଇଁ ବନ୍ଦ ହୋଇଥିଲା ଗହମ ଯୋଗାଣ’

ହିତାଧିକାରୀଙ୍କୁ ଦେବା ପରେ ମଧ୍ୟ ଆମ ପାଖରେ ୧୫ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ବଳକା ରହିଯାଉଛି। ତାକୁ ରଖିବାକୁ ଗୋଦାମ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ଅଦ୍ୟତନ ହୋଇଛି
BJD

BJD

Advertisment

ପୂର୍ବ ବିଜେଡି ସରକାର ପାଇଁ ଓଡ଼ିଶାକୁ ବନ୍ଦ ହୋଇଥିଲା ଗହମ ଯୋଗାଣ । ଗହମ ବଦଳରେ ଚାଉଳ ଦେବାକୁ ତତ୍କାଳୀନ ବିଜେଡି ସରକାର କେନ୍ଦ୍ରକୁ ଜଣାଇଥିଲେ ବୋଲି ଆଜି ଗୃହରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Advertisment

ଅଧିକ ପଢ଼ନ୍ତୁ: ନାଁ ନନେଇ ବବିଙ୍କ ଉପରେ ବର୍ଷିଲେ ବ୍ୟାସନଗର ପୌରାଧ୍ୟକ୍ଷା; କହିଲେ...

ମନ୍ତ୍ରୀ କହିଛନ୍ତି, ପୂର୍ବ ବିଜେଡି ସରକାର କେନ୍ଦ୍ରକୁ ଏକ ଚିଠି କରିଥିଲେ। ସେଥିରେ ଉଲ୍ଲେଖ କରିଥିଲେଯେ, ଆମର ଚାଉଳ ଖିଆ ରାଜ୍ୟ। ଆମକୁ କେବଳ ଚାଉଳ ଦିଆଯାଉ।,ଗହମ ବନ୍ଦ କରି ଦିଆଯାଉ। ସେହି ହିସାବରେ ଗହମକୁ ବନ୍ଦ କରି ଦିଆଗଲା। ଗହମ ଆମ ସମୟରେ ବନ୍ଦ ହୋଇନି। ଆମେ ସରକାରକୁ ଆସିବା ପରେ ଗହମ ଦେବା ପାଇଁ ଖାଦ୍ୟ ମନ୍ତ୍ରୀଙ୍କୁ ଚିଠି କରିଥିଲି, ସେ ଗହମ ଯୋଗେଇ ଦେବେ ବୋଲି କହିଥିଲେ, ଦେଇଥିଲେ ମଧ୍ୟ। ପ୍ରଥମ ଇନଷ୍ଟଲ ମେଣ୍ଟରେ ଗହମ ଆସିଥିଲା। ହେଲେ ଗହମକୁ ରଖିବାକୁ ଗୋଦାମ ଓ ଗହମକୁ ପରିବହନରେ ସମସ୍ୟା ଦେଖାଗଲା। ଏହି ସମାଧାନ ପାଇଁ ଏବେ କାର୍ଯ୍ୟ ଜାରି ରହିଛି।

Advertisment

ହିତାଧିକାରୀଙ୍କୁ ଦେବା ପରେ ମଧ୍ୟ ଆମ ପାଖରେ ୧୫ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ବଳକା ରହିଯାଉଛି। ତାକୁ ରଖିବାକୁ ଗୋଦାମ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ସେପଟେ ସଂଗୃହିତ ଧାନର ସଂରକ୍ଷଣକୁ ନେଇ ବି ବିଜେଡି ଉପରେ ବର୍ଷିଛନ୍ତି ମନ୍ତ୍ରୀ । ଏଫସିଆଇ ଧାନ କିଣିବା ପରେ ବି ଓଡ଼ିଶା ପାଖରେ ୧୫ ଲକ୍ଷ ମେଟ୍ରିକ୍ ଟନ ଧାନ ବଳିପଡ଼ୁଛି । ପୂର୍ବରୁ ଗୋଦାମ ହୋଇନଥିବାରୁ ଧାନ ସଂରକ୍ଷଣରେ ସମସ୍ୟା ହେଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ:  ବିଜେଡି ହାତରୁ ଖସିଲା ବ୍ରଜରାଜନଗର, ଅନାସ୍ଥାରେ ହାରିଲେ ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ୍

Ration Card Ration Card Holders
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ