/odishatv-khabar/media/post_attachments/uploadimage/library/16_9/16_9_0/RERA__Act_1728908430.jpg)
RERA Act
ରେରା ଆଇନରେ ସଂଶୋଧନ ହେବ । ଆଜି ସମ୍ବଲପୁର ଗସ୍ତରେ ଯାଇ କିଛି ଏଭଳି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରେରା ଆଇନରେ ସଂଶୋଧନ ଆବଶ୍ୟକ ବୋଲି କହିଛନ୍ତି ମନ୍ତ୍ରୀ । ଏବେ ଏମିତି ପରିସ୍ଥିତି କି ଝିଅ ବାହାଘର ପାଇଁ ଜଣେ ଜମି ବିକିବାକୁ ଚାହିଁ ବି ବିକି ପାରୁନି ।
ତେଣୁ ଆଇନରେ ପରିଣତ କରିବାକୁ ହେବ । ଆଇନରେ ସଂଶୋଧନ ପାଇଁ ନଗର ଉନ୍ନୟନ ବିଭାଗ ସହ କଥା ହେବୁ । ଆଲୋଚନା ପାଇଁ ଆମେ ନଗର ଉନ୍ନୟନ ବିଭାଗକୁ ଡାକିଛୁ, ‘ଆଇନରେ କଣ ସଂଶୋଧନ ଆବଶ୍ୟକ, ମୋ ବିଭାଗ କଥା ହେବ ବୋଲି କହିଛନ୍ତି ମନ୍ତ୍ରୀ ।
ଖାଲି ଏତିକି ନୁହେଁ ଜମି କ୍ରେତା ଓ ବିକ୍ରେତା ସନ୍ତୁଷ୍ଟ କି ନୁହେଁ ଜାଣିବାକୁ ରହିବେ ରେଜିଷ୍ଟାର୍ । ଅସନ୍ତୁଷ୍ଟ ଥିଲେ ଉଭୟ କ୍ରେତା ଓ ବିକ୍ରେତା ଅଭିଯୋଗ କରିପାରିବେ । ଦଲାଲ ଚିହ୍ନଟ କରିବାକୁ ବି ପ୍ରକ୍ରିୟା ହେବ ବୋଲି ରାଜସ୍ୱ ମନ୍ତ୍ରୀ ଦୋହରାଇଛନ୍ତି । କାମ ନଥାଇ ବାରମ୍ବାର ଅଫିସ୍ ଆସିଲେ ସିସିଟିଭି ଜରିଆରେ ଚିହ୍ନଟ କରାଯିବ, ଦଲାଲଙ୍କ ବଡ଼ ଫଟୋ ଅଫିସ୍ ବାହାରେ ଲଗାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)