Advertisment

Potato Tension: ପଶ୍ଚିମବଙ୍ଗରେ ‘ଆଳୁ’ ଧାରଣା ପ୍ରତ୍ୟାହୃତ; ଏଥର କମିବ ଦର !

ବଜାରରେ ଆଳୁ ଦର ହୋଇଛି ଅମୂଲ ମୂଲ । ଯୋଉଠି ପଚାରିବେ, ଯେମିତି ମାଗିବେ ସବୁଠି ୪୦ ଉପରେ । ଏହାରି ଭିତରେ ପଶ୍ଚିମବଙ୍ଗରେ ଜାରି ରହିଥିବା ‘ଆଳୁ’ ଧାରଣା ପ୍ରତ୍ୟାହୃତ ହୋଇଛି। ହାଦ୍ବାରା ଓଡ଼ିଶାରେ ଆଳୁକୁ ନେଇ ଲାଗିରହିଥିବା ଛକାପଞ୍ଝା ଦୂର ହୋଇପାରେ।

ଅଦ୍ୟତନ ହୋଇଛି
potato

potato

Advertisment

ପଶ୍ଚିମବଙ୍ଗରେ ଜାରି ରହିଥିବା ‘ଆଳୁ’ ଧାରଣା ପ୍ରତ୍ୟାହୃତ। ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରିବା ପରେ ବ୍ୟବସାୟୀ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସମିତି ଓ ଶୀତଳ ଭଣ୍ଡାର ସଂଘ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରିଥିଲା। କିନ୍ତୁ ଆଲୋଚନା ବିଫଳ ହୋଇଥିଲା। ଗତକାଲି ପୁଣି ଥରେ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି।

Advertisment

ତେବେ ଏହାଦ୍ବାରା ଓଡ଼ିଶାରେ ଆଳୁକୁ ନେଇ ଲାଗିରହିଥିବା ଛକାପଞ୍ଝା ଦୂର ହେବ ନା ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। କାରଣ ଧାରଣା ପ୍ରତ୍ୟାହୃତ ହୋଇଥିଲେ ବି ଆଳୁ ଗାଡ଼ି ଓଡ଼ିଶା ଆସିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ରାଜ୍ୟରେ ଥିବା ଆଳୁ ଅନ୍ୟତ୍ର ପଠାଇବା ଦାବି କରି ପଶ୍ଚିମବଙ୍ଗରେ ଧାରଣା ରହିଥିଲା। ସେପଟେ ପଶ୍ଚିମବଙ୍ଗ ଯୋଗାଣ ମନ୍ତ୍ରୀଙ୍କ ନିବେଦନ କ୍ରମେ ଗୁରୁବାରଠାରୁ ଶୀଳତ ଭଣ୍ଡାର ଖୋଲି ନିଜ ରାଜ୍ୟରେ ଆଳୁ ଯୋଗାଇବେ ବ୍ୟବସାୟୀ ସଂଘ। ତେବେ ସୀମାରୁ କଟକଣା ଉଠାଯିବା ନେଇ ଖୁବଶୀଘ୍ର ସରକାର ଆଲୋଚନା କରିବେ ବୋଲି ପଶ୍ଚିମବଙ୍ଗ ଯୋଗାଣ ମନ୍ତ୍ରୀ କହିଛନ୍ତି।

ଏବେ ପୁଣି ବଜାରରେ ଆଳୁ ଦର ହୋଇଛି ଅମୂଲ ମୂଲ । ଯୋଉଠି ପଚାରିବେ, ଯେମିତି ମାଗିବେ ସବୁଠି ୪୦ ଉପରେ । ଗୋଦାମରେ ବି ଆଉ ଷ୍ଟକ୍ ନାହିଁ । କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଆଳୁ ଦର ୪୦ରୁ ଅଧିକ ରହିଛି । ଘରର ସବୁଠୁ ଅଧିକ ଓ ଅତ୍ୟାବଶ୍ୟକ ପରିବା ଆଳୁର ଦର ଏତେ ଅଧିକା ଦେଖି ଲୋକେ ବି ଛାନିଆ । କେତେ ପରିମାଣର କିଣିବେ, ତାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି । ଆଳୁ ବିନା ରୋଷେଇ ଘର ଖାଲି ଖାଲି ଲାଗୁଥିବା ବେଳେ ବଢ଼ୁଥିବା ଦର ଲୋକଙ୍କ ପକେଟ୍ କୁ ସିଧା ମାଡ଼ କରିଛି ।

Advertisment

ଅଧିକ ପଢ଼ନ୍ତୁ: Potato-Laden Trucks Stranded At Odisha-West Bengal Border: ପୁଣି ମମତାଙ୍କ 'ଆଳୁ' ଖେଳ ! ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକିଲା ଶତାଧିକ ଟ୍ରକ୍

ମାତ୍ର ୩ ମାସ ନଯାଉଣୁ ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବାହାରିଛି ପୁରୁଣା ରୋଗ। ଓଡ଼ିଶାକୁ ଆଳୁ ଗାଡ଼ି ପ୍ରବେଶ ଉପରେ ଲଗାଇଛନ୍ତି କଟକଣା। ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି, ୟୁପିରୁ ଆଳୁ ଆସିବା ଆରମ୍ଭ ହୋଇଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ପଞ୍ଜାବ ସରକାରଙ୍କ ସହ ବି ଯୋଗାଯୋଗ ଚାଲିଛି । ଏସବୁ ଭିତରେ ଆଜିଠୁ କମିବ କି ଆଳୁ ଟେନସନ୍ ? ସେନେଇ କିଛି ସ୍ପଷ୍ଟ ଆକଳନ କରାଯାଇପାରୁନି। ସେହିପରି ଅସାଧୁ ବ୍ୟବସାୟୀଙ୍କୁ କଡ଼ା ଚେତାବନୀ ଦେଇ ଯୋଗାଣ ମନ୍ତ୍ରୀ କହିଥିଲେ, ଚଢ଼ା ଦରରେ ଆଳୁ ବିକ୍ରି କଲେ ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ।

Advertisment

ଅଧିକ ପଢ଼ନ୍ତୁ: ପ୍ରଥମ ଥର ଓଡ଼ିଶାରେ ପାଳନ ହେବ ନୌସେନା ଦିବସ; ୫୦ରୁ ଅଧିକ ଏୟାରକ୍ରାଫ୍ଟ ଦେଖାଇବେ ରଣକୌଶଳ

West Bengal Mamata Banerjee Potato
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ