Advertisment

Wedding Decorations At Puri Beach: ପୁରୀ ବେଳାଭୂମିରେ କରିଥିଲେ ବିବାହ ମଣ୍ଡପ; ପହଞ୍ଚିଲା ପୋଲିସ, ଆଉ ତା’ପରେ...

ବିବାହ ମଣ୍ଡପଠାରୁ ଆରମ୍ଭ କରି ବିବାହ ଉତ୍ସବରେ ଅତିଥି ବସିବା ପାଇଁ ପୁରୀ ବେଳାଭୂମିରେ ଡେକୋରେସନ କରାଯାଇଥିଲା । ପୁରୀ ପୌରସଂସ୍ଥା ପକ୍ଷରୁ ପରମିଶନ ଦିଆଯାଇଛି କିନ୍ତୁ ତହସିଲ କାର୍ଯ୍ୟାଳୟର ପରମିଶନ ନାହିଁ କି ସିଆରଜେଡ ଓ ବନବିଭାଗର ପରମିଶନ ନାହିଁ ।

ଅଦ୍ୟତନ ହୋଇଛି
Wedding Decorations At Puri Beach

Wedding Decorations At Puri Beach

Advertisment

ପୁରୀ ବେଳାଭୂମିରେ ବିବାହ ମଣ୍ଡପ କରିବା ପାଇଁ ଉଦ୍ୟମ। ମଣ୍ଡପର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିବାହ ମଣ୍ଡପଠାରୁ ଆରମ୍ଭ କରି ବିବାହ ଉତ୍ସବରେ ଅତିଥି ବସିବା ପାଇଁ ବେଳାଭୂମିରେ ଡେକୋରେସନ କରାଯାଇଥିଲା । ପୁରୀ ପୌରସଂସ୍ଥା ପକ୍ଷରୁ ପରମିଶନ ଦିଆଯାଇଛି କିନ୍ତୁ ତହସିଲ କାର୍ଯ୍ୟାଳୟର ପରମିଶନ ନାହିଁ କି ସିଆରଜେଡ ଓ ବନବିଭାଗର ପରମିଶନ ନାହିଁ । ଯାହାକୁ ବେଆଇନ ଘୋଷଣା କରି ପୌରସଂସ୍ଥାର ଏଭିକସନ୍‌ ଅଫିସର ଡେକୋରେସନ ଉଚ୍ଛେଦ କରିଥିବା ବେଳେ ପୌରସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏଡା ସ୍ବୀକାର କରିଛନ୍ତି । ପର୍ଯ୍ୟଟନର ବିକାଶ ପାଇଁ ପରମିଶନ ଦିଆଯାଇଥିଲା ବୋଲି କହିଛନ୍ତି।

Advertisment

ସେପଟେ ଜିଲ୍ଲାପାଳ ଏଭଳି ଆୟୋଜନକୁ ବେଆଇନ ବୋଲି କହିଛନ୍ତି ଏବଂ ବେଳାଭୂମିରେ କୌଣସି ବ୍ୟକ୍ତିଗତ କାର୍ଯ୍ୟ ବିବାହ ବ୍ରତଘର ଆଦି ଉତ୍ସବ ହୋଇପାରିବ ନାହିଁ । ତେଣୁ ଉଚ୍ଛେଦ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ପୁଅ ଝିଅଙ୍କ ପରିବାର ଲୋକ ଓ ଅତିଥିଙ୍କ ମନରେ ଦୁଃଖ । କେଉଁଠି ବିବାହ କରିବେ ତାକୁ ନେଇ ଦ୍ବନ୍ଦରେ ପଡ଼ିଛନ୍ତି। 

ଅଧିକ ପଢ଼ନ୍ତୁ: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ

ତେବେ ପୁରୀ ପୌରସଂସ୍ଥାର ପରମିଶନ୍‌ର ଚିଠି ମିଳିଛି।  ଯେଉଁଥିରେ ହାଉସିଂ ବୋର୍ଡ କଲୋନୀ, ପୁରୀ ସି ବିଚ ଲେଖାଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ପୁରୀ ପୌରସଂସ୍ଥାର ଏହି ଚିଠିରେ ଜଣେ ବିବାହ ମଣ୍ଡପ ବେଳାଭୂମିର ବାଲିରେ କରିପାରିବ କି ? ଗୋଟିଏ ପରମିଶନ ଥାଇ କିଭଳି ଏପରି ବିବାହ ମଣ୍ଡପ କରୁଥିଲେ ? ଏହା ପଛରେ କାହାର ହାତ ରହିଛି ? ସେପଟେ ପୌରସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ବୀକାର କରିଛନ୍ତି ପୁରୀ ପୌରସଂସ୍ଥା ପକ୍ଷରୁ ପରମିଶନ ଦିଆଯାଇଛି ଏବଂ ସେଥିରେ ଅନ୍ୟ ବିଭାଗୀୟ ଅଧିକାରୀଙ୍କର ପରମିଶନର ଆବଶ୍ୟକତା ରହିଛି ବୋଲି କହିଛନ୍ତି। 

Advertisment

ସେପଟେ ପୁରୀବେଳାଭୂମିରେ ଏଭଳି ବିବାହମଣ୍ଡପ ନିର୍ମାଣକୁ ବିରୋଧ କରିଛନ୍ତି ଇଭେଣ୍ଟ କମ୍ପାନୀ ମାଲିକ। ଯେଉଁଠି ଆମକୁ ପରମିଶନ ମିଳୁନାହିଁ ତାଙ୍କୁ କିଭଳି ପରମିଶନ ମିଳିଲା ପ୍ରଶ୍ନ କରିଛନ୍ତି। ବିବାହ ପାଇଁ ପରମିଶନ ଆଣିଥିବା ବ୍ୟକ୍ତି ହେଉଛନ୍ତି ସୁବାଶ ବାରିକ ଯିଏ ରାଉରକେଲାର ବାସିନ୍ଦା ସେ ବେଳାଭୂମିରେ ବିବାହ କରିବା ପାଇଁ ଇଚ୍ଛା କରିଥିଲେ। ପୁଅଘର ଗୁଜୁରାଟରେ। ସେମାନଙ୍କ ବିବାହରେ ଯୋଗଦାନ କରିଥିବା ଅତିଥି ମାନେ ମଧ୍ୟ ଏଭଳି ଉଚ୍ଛେଦ ପରେ ଭାଙ୍ଗି ପଡିଛନ୍ତି। ମନରେ ଅନେକ ଦୁଃଖ । 

ଅଧିକ ପଢ଼ନ୍ତୁ: ଓଡ଼ିଶାର ସବୁଠୁ ସୁନ୍ଦର ଓ ସ୍ଵଚ୍ଛ ଗାଁ, ନଦେଖିଲେ ବିଶ୍ୱାସ କରିହେବନି

Advertisment

Puri Police Puri Beach
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ