ପେଟ୍ରୋଲ ପମ୍ପରେ ପେଟ୍ରୋଲ ବଦଳରେ ବାହାରୁଛି ପାଣି । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କି ? କିନ୍ତୁ ଏହା ସହ ପେଟ୍ରୋଲ ପମ୍ପରେ ପେଟ୍ରୋଲ ବଦଳରେ ପାଣି ବାହାରୁଛି ।
Also Read
ପେଟ୍ରୋଲ ପମ୍ପରେ ପେଟ୍ରୋଲ ବଦଳରେ ପାଣି ମିଳୁଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ବ୍ୟକ୍ତି। କୋରାପୁଟ୍ ଜିଲ୍ଲାରୁ ଦେଖନ୍ତୁ ଏହି ଭିଡିଓ #duplicatepetrol #OTV #OdishaTV #DuplicatePetrol pic.twitter.com/y3kQjEpCyX
— ଓଟିଭି (@otvkhabar) May 21, 2024
ସୂଚନା ଅନୁସାରେ ସେମିଳିଗୁଡା ଅଞ୍ଚଳର ଏ ନାଗେଶ୍ୱର ଦୋରା ଦିନ ପ୍ରାୟ ୧୧ଟା ବେଳେ ସ୍ଥାନୀୟ ଟ୍ରାଫିକ୍ ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇବାକୁ ଯାଇଥିଲେ । ସେ ତାଙ୍କୁ ଦୁଇ ଚକିଆ ଗାଡ଼ିରେ ସାଢ଼େ ୪ ଲିଟର ପେଟ୍ରୋଲ ପକାଇଥିଲେ । ପରେ ସେଠାରୁ ଘରକୁ ଯାଇ ଅପରାହ୍ନ ପ୍ରାୟ ୬ଟାରେ କୌଣସି କାମରେ ବାହାରକୁ ଯିବା ବାଟରେ ଗାଡିର ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା।
ଅଧିକ ପଢ଼ନ୍ତୁ: Zero Shadow Day: ଆଜି ଛାଇ ହୋଇଯିବ ଛୁ ମନ୍ତର..
ଷ୍ଟାର୍ଟ ବନ୍ଦ ହୋଇଯିବା ପରେ ନାଗେଶ୍ୱର ଏକ ଗ୍ୟାରେଜକୁ ଯାଇଥିଲେ । ସେଠାରେ ମେକାନିକ ଗାଡ଼ି ଚେକ୍ କରିଥିଲେ ଏବଂ ଗାଡ଼ି ଟାଙ୍କିରେ ପାଣି ଥିବା କହି ପ୍ରାୟ ୨ ଲିଟର ପାଣି ବାହାର କରିଥିଲେ । ନାଗେଶ୍ୱର ବାହାର କରିଥିବା ପାଣି ମିଶା ପେଟ୍ରୋଲକୁ ଦୁଇଟି ବୋତଲରେ ଭର୍ତ୍ତି କରି ପମ୍ପରେ ଯାଇ ଅଭିଯୋଗ କରିଥିଲେ । ହେଲେ ସେଠାରେ ଥିବା ପେଟ୍ରୋଲ ପମ୍ପ ମାଲିକ କହିଥିଲେ, ଏ ପେଟ୍ରୋଲ ତାଙ୍କର ନୁହେଁ । ଏହା କହି ନାଗେଶ୍ୱର ଆଣିଥିବା ବୋତଲ ଦୁଇଟିକୁ ଫିଙ୍ଗି ଦେବା ସହ ନାଗେଶ୍ୱରକୁ ଧମକ ଚମକ ଦେଇଥିଲେ । ତେବେ ଏହି ଘଟଣା ପରେ ନାଗେଶ୍ୱର ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ଟାଙ୍କି ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।