Advertisment

Sarathi Baba: ପାଦୁକା ସତ୍‌ସଙ୍ଗ ନାଁରେ ବୁଲିଲା ସାରଥି ରଥ, ଘଣ୍ଟଘଣ୍ଟା ନାମ ସଂକୀର୍ତ୍ତନ ସହ ଚାଲିଲା ପୂଜାର୍ଚ୍ଚନା

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ପଦ୍ମପୋଖରୀ ଗାଁରେ ଗତ ୧୨ ତାରିଖର ଦୃଶ୍ୟ। ମୟୂରଭଞ୍ଜ ଜିଲ୍ଲା ସାରଥି ପରିବାର ପକ୍ଷରୁ ଆୟୋଜିତ ହୋଇଥିଲା 'ଦିବ୍ୟ ସ୍ବ ଶ୍ରୀଚରଣ ପାଦୁକା ସତସଙ୍ଗ'। ପାଦୁକାକୁ ପୂଜାର୍ଚ୍ଚନା କରି, ରଥରେ ଫଟୋକୁ ବସାଇ, ୨ କିଲୋମିଟର ଶୋଭାଯାତ୍ରାରେ ଆଣିଥିଲେ ଅନୁଗାମୀ।

undefined

ପୁଣି ସାରଥି, ପୁଣି ଭାଣ୍ଡାମୀ

Advertisment

ପୁଣି ମାତିଲେ ସାରଥିଙ୍କ ଅନୁଗାମୀ । ସନ୍ତୋଷ ରାଉଳଙ୍କୁ ସତସଙ୍ଗ କି ପ୍ରବଚନ ପାଇଁ ହାଇକୋର୍ଟ ମନା କରିଥିବା ବେଳେ, ତାଙ୍କ ଅନୁଗାମୀମାନେ ଭିନ୍ନ ଏକ ତରିକା ଆପଣାଇଛନ୍ତି ସାରଥିଙ୍କ ପ୍ରଚାର ପ୍ରସାର ପାଇଁ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ ଆୟୋଜିତ ହୋଇଛି ପାଦୁକା ସତସଙ୍ଗ । ମହାଆଡ଼ମ୍ବରରେ ଗଡ଼ିଛି ସାରଥି ରଥ । ତେବେ ଏହା ସାରଥିଙ୍କ ଅନୁଗାମୀମାନେ ନିଜ ଆଡ଼ୁ ଆୟୋଜନ କରିଥିଲେ, ନା ଇଏ ଖୋଦ୍ ସାରଥିଙ୍କ ପ୍ରାୟୋଜିତ ପ୍ଲାନ୍-ବି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

ଅଧିକ ପଢ଼ନ୍ତୁ: ଏଥର ବିନା ପରିଚାଳନା କମିଟିରେ ଘୋଷଯାତ୍ରା ! ଶ୍ରୀମନ୍ଦିର ସୁପରିଚାଳନାକୁ ନେଇ କେତେ ଚିନ୍ତିତ ସରକାର ଉଠିଲା ପ୍ରଶ୍ନ

ପଡ଼ୁଛି ହୁଳହୁଳି... ଶୁଭୁଛି ହରିବୋଲ...। ଭକ୍ତଙ୍କ ଗହଣରେ ଆଗେଇ ଚାଲିଛି ସୁସଜ୍ଜିତ ରଥ। ସାଥେ ସାଥେ ତରାସ, ଆଲଟ ଓ ଛତ୍ର। ନାମ ସଂକୀର୍ତ୍ତନ, ପୂଜାର୍ଚ୍ଚନା, ଧୂପଦୀପ, ଭୋଗରାଗ। ହେଲେ ଜାଣିଛନ୍ତି କି- କିଏ ଏଠି ରଥାରୁଢ଼, କାହାର ଏ ଶୋଭାଯାତ୍ରା ? ହଁ...ଫଟୋ ଦେଖି ବୁଝି ସାରିବେଣି। ସାରଥି ଓରଫ୍ ସନ୍ତୋଷ ରାଉଳ। ଜେଲ୍ ଫେରନ୍ତା ମାନ୍ୟବର। ଚର୍ଚ୍ଚା ହେଉଛି- ଯେହେତୁ କୋର୍ଟଙ୍କ ସର୍ତ୍ତ ଶିକୁଳିରେ ବନ୍ଧା ପଡ଼ିଛନ୍ତି ସାରଥି ତେଣୁ ଅନୁଗାମୀ ଅନୁଗତଙ୍କ ଜରିଆରେ ଚଳାଇଛନ୍ତି 'ପ୍ଲାନ୍-ବି' ! ଯେହେତୁ ସନ୍ତୋଷ ରାଉଳଙ୍କୁ ସତସଙ୍ଗ ଓ ପ୍ରବଚନ ମନା । 'ପାଦୁକା ପୂଜା' ନାଁରେ ଚଳାଇଛନ୍ତି ଖୁଲ୍ଲମଖୁଲ୍ଲା ପ୍ରମୋସନ୍ !

Advertisment

ଏ ହେଉଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ପଦ୍ମପୋଖରୀ ଗାଁରେ ଗତ ୧୨ ତାରିଖର ଦୃଶ୍ୟ। ମୟୂରଭଞ୍ଜ ଜିଲ୍ଲା ସାରଥି ପରିବାର ପକ୍ଷରୁ ଆୟୋଜିତ ହୋଇଥିଲା 'ଦିବ୍ୟ ସ୍ବ ଶ୍ରୀଚରଣ ପାଦୁକା ସତସଙ୍ଗ'। ପାଦୁକାକୁ ପୂଜାର୍ଚ୍ଚନା କରି, ରଥରେ ଫଟୋକୁ ବସାଇ, ୨ କିଲୋମିଟର ଶୋଭାଯାତ୍ରାରେ ଆଣିଥିଲେ ଅନୁଗାମୀ। ଆଦିବାସୀ ନୃତ୍ୟ ଓ ଘଣ୍ଟୁଆ ଦଳଙ୍କୁ ବି ଏଥିରେ ସାମିଲ କରାଯାଇଥିଲା। ସାରଥିଙ୍କ ଭଜନ, କଥାମୃତ ପରିବେଷଣ ପରେ ପ୍ରସାଦ ପାଇଥିଲେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଚାରି ପାଞ୍ଚ ହଜାର ପୁରୁଷ ଓ ମହିଳା।

କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରେ ମାଆ-ଝିଅଙ୍କୁ ଠକେଇ ଓ ଅସଦାଚରଣ ସମେତ ୩ଟି ମାମଲାରେ ଜେଲ୍ ଯାଇଥିଲେ ବହୁବିବାଦୀୟ ସାରଥି ଓରଫ୍ ସନ୍ତୋଷ ରାଉଳ । ୨୦୧୫ରେ ଗିରଫ ହୋଇ ୪ ବର୍ଷ ଜେଲରେ ରହିବା ପରେ, ୨୦୧୯ରେ ହାଇକୋର୍ଟରୁ ଜାମିନ ପାଇ ମୁକୁଳିଥିଲେ। ତେବେ ସେ ସଭାସମିତି ଓ ସତସଙ୍ଗ କରିପାରିବେନି, କି ପ୍ରବଚନ ଦେଇପାରିବେନି ବୋଲି କଡ଼ା ସର୍ତ୍ତ ରଖିଛନ୍ତି ହାଇକୋର୍ଟ। ତେଣୁ ସାରଥି ନିଜେ ଲୋକଙ୍କ ଗହଣକୁ ଯାଇପାରୁନଥିବାରୁ, ଲୋକଙ୍କ ଦ୍ବାରା ଏଭଳି କାର୍ଯ୍ୟକ୍ରମ କରାଉଛନ୍ତି କି ? ସତସଙ୍ଗରେ ଲୋକଙ୍କୁ କୁହାଯାଉଛି କେଉଁ ସତ ? ନିଜ ଭାବମୂର୍ତ୍ତି ସୁଧାରିବାକୁ ପୁଣି ଲୋକଙ୍କ ବିଶ୍ବାସ ସହ ଖେଳିବା ଆରମ୍ଭ କରିଛନ୍ତି କି ସାରଥି ? ଭିତରେ ଭିତରେ ନିଜ ସାମ୍ରାଜ୍ୟ ବିସ୍ତାର ଜାରି ରଖିଛନ୍ତି କି ଏହି ସ୍ବଘୋଷିତ ବାବା ? ଅନ୍ୟପକ୍ଷରେ, ଏକାଧିକ ସଂଗୀନ ଦଫା ଲାଗିଥିବା ଜଣେ ଜେଲ୍ ଫେରନ୍ତା ଅଭିଯୁକ୍ତର କଳା କାରନାମାକୁ ଆଖି ବୁଜି, ଲୋକମାନେ ଏଭଳି ପୂଜାର୍ଚ୍ଚନା କରିବା କେତେ ଯୁକ୍ତିଯୁକ୍ତ ? ଏହି ଘଟଣାକୁ ନେଇ ସନ୍ତୋଷ ରାଉଳଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ଅଧିକ ପଢ଼ନ୍ତୁ: ସହର ସହର ଗୋଡ଼େଇଲାଣି ଡାଇରିଆ ଡର; ସାମ୍ନାକୁ ଆସିଲା ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାର ନଗ୍ନ ଚିତ୍ର...

Odisha Mayurbhanj Sarathi Baba
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ