Advertisment

ଆସୁନି ମୋବାଇଲ୍ ସିଗନାଲ୍, ଗଛ ଉପରେ ଚଢ଼ି ନେଟୱର୍କ ସର୍ଚ୍ଚ କରୁଛନ୍ତି ଲୋକ

ଫୋନ୍ କରିବାକୁ କେଉଁଠି ଯିବାକୁ ପଡୁଛି ମାଇଲ୍ ମାଇଲ୍ । ଜରୁରୀ ସେବା ପାଇଁ ବି ଯାଉନି କଲ୍ ।

author-image
Satyendu Shekher Mishra
Mobile Network

Mobile Network

ଆସୁନି ମୋବାଇଲ୍ ସିଗନାଲ୍.. ନେଟୱର୍କ ଖୋଜି ଖୋଜି ଗଛ ଉପରେ ଚଢ଼ି ଯାଉଛନ୍ତି ଲୋକ । ଟାୱାର ଠିଆ ହୋଇଛି। କିନ୍ତୁ ମୋବାଇଲ୍ ନେଟୱର୍କ ଆସୁନି। କାଁ ଭାଁ କେଉଁ ସ୍ଥାନରେ ଟିକିଏ ଆସୁଛି ସିଗନାଲ୍। କେଉଁଠି ଗଛ ଉପରେ ତ ଆଉ କେଉଁଠି ଉଚ୍ଚା ସ୍ଥାନରେ। ନେଟୱର୍କ ଖୋଜି ଖୋଜି ଲୋକ ବଡ଼ ବଡ଼ ଗଛ ଉପରକୁ ଚଢୁଛନ୍ତି ।

Advertisment

ନେଟୱର୍କ ସର୍ଚ୍ଚ କରି ସାରା ଦିନ ବିତିଯାଉଛି। ରାତି ହେଲେ ନୋ ସିଗନାଲ୍। ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଲାଣ୍ଡିମାଲ ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ୨୦୧୬ରେ ବସିଥିଲା ବିଏସଏନଏଲ୍ ଟାୱାର। ଯାହାକି ସୋଲାର ସିଷ୍ଟମରେ ପରିଚାଳିତ । କିନ୍ତୁ ଅଧିକାଂଶ ସମୟରେ ରହୁନି ସିଗନାଲ୍। କାହା ସହ କଥା ହୋଇ ପାରୁ ନାହାନ୍ତି ଲୋକ। ଜରୁରୀ ସେବାରୁ ବଂଚିତ ବି ହେଉଛନ୍ତି।

ଘୁଷୁରାମାଲ, ଯାମୁଯୋରୀ, ଶିମିଳିପାଳ, ବଳମ, କିସିଣ୍ଡା, ପାଣିମୁରା ଆଦି ପଚାଂୟତର ଅନେକ ଗାଁ ମୋବାଇଲେ ସେବାରୁ ଆଜି ବି ବଞ୍ଚିତ। ରେଢ଼ାଖୋଲ ଉପଜିଲ୍ଲାପାଳ କହିଛନ୍ତି, ବିଏସଏନଏଲ ଅଧିକାରୀଙ୍କ ସହ ଆଲୋଚନା କରି ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ।

Advertisment

ସମାନ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ଓଲବ ପଞ୍ଚାୟତରେ । ଏଠି ବି ନୋ ନେଟୱର୍କ। ନିର୍ଦ୍ଦିଷ୍ଟ ଗୋଟିଏ ଦୁଇଟି ସ୍ଥାନରେ ସିଗନାଲ୍ ଆସୁଛି। ସେଇଠି ଖୁଣ୍ଟି ପିଟିଛନ୍ତି ଲୋକ। ତାଉପରେ ମୋବାଇଲ୍ ରଖି କଥାବାର୍ତ୍ତା ହେଉଛନ୍ତି। ଆମ୍ବୁଲାନ୍ସ, ପୋଲିସ କି ଅଗ୍ନିଶମ ବାହିନୀକୁ କଲ୍ କରିବାକୁ ହେଲେ ବହୁ କିଲୋମିଟର ଆସିବାକୁ ପଡୁଛି। ମୋବାଇଲ୍ ଟାୱାର ଥିଲେ ବି କାମରେ ଆସୁନି।

ଓଲବ ପଞ୍ଚାୟତରେ ରହିଛି କଟକ ଜିଲ୍ଲାର ପ୍ରସିଦ୍ଧ ଦେଓଝର ଓ ଡାବରଖୋଲ ଜଳପ୍ରପାତ ରହିଛି। ମୋବାଇଲ୍ ନେଟୱର୍କ ନଥିବାରୁ ଅସୁବିଧା ଭୋଗୁଛନ୍ତି ପର୍ଯ୍ୟଟକ। ଆଧାର, ରାସନ୍ ଇ- କେୱାସି ପାଇଁ ପାଞ୍ଚ କିଲୋମିଟର ଗୋଡ଼ିବନ୍ଧ ପଞ୍ଚାୟତକୁ ଯାଉଛନ୍ତି ଲୋକ। ଯାହାକୁ ନେଇ ଅସନ୍ତୋଷ ବଢୁଛି। ନରସିଂହପୁର ବିଡିଓ କହିଛନ୍ତି, ବିଏସଏନଏଲ୍ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ।

ରେଜିଷ୍ଟ୍ରାର୍ ଜେନେରାଲ୍ ଅଫ ଇଣ୍ଡିଆ ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ୪ ହଜାର ଗାଁରେ ନାହିଁ ମୋବାଇଲ୍ ଓ ଡିଜିଟାଲ୍ ସେବା ଅପହଞ୍ଚ।

Mobile NetWork
Advertisment
Advertisment