Vigilance Raid
ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ। ବ୍ରହ୍ମପୁର R&B ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ. ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିଲ୍ଲୀପଙ୍କ ସହ ଜଡିତ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍। ବ୍ରହ୍ମପୁର ଓ ଭୁବନେଶ୍ବରର ୪ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢାଉ। ଏହି ଚଢାଉରେ ୩ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଡିଏସପି), ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ଦ୍ବାରା ଚଢାଉ ଜାରି ରହିଛି।
ଅଧିକ ପଢ଼ନ୍ତୁ: ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀଙ୍କ ବେପାର ନିଶାକୁ ଦେଖି ତାଜୁବ୍ ଭିଜିଲାନ୍ସ: ତିନି ତିନିଟି ଫ୍ୟାକ୍ଟ୍ରି ଠାବ
ନିମ୍ନଲିଖିତ ସ୍ଥାନମାନଙ୍କରେ ଚାଲିଛି ଚଢାଉ:
ବ୍ରହ୍ମପୁର ଧର୍ମନଗରର ସ୍ପେକ୍ଟ୍ରମ ରୟାଲରେ ଥିବା ଏକ ୨ ବିଏଚକେ ଫ୍ଲାଟ,
ମୟୂରୀ ବିହାରରେ ଥିବା ଏକ ଦୁଇ ମହଲା କୋଠା,
ବ୍ରହ୍ମପୁରରେ R&B ଡିଭିଜନ-୧ରେ ଥିବା ଅଫିସ,
ଭୁବନେଶ୍ବର ସହିଦ ନଗରସ୍ଥିତ ଏଭୋସ ଏକ୍ସୋଟିକା ଆପାର୍ଟମେଣ୍ଟରେ ଥିବା ୩ ବିଏଚକେ ଫ୍ଲାଟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748669407.jpg)