• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉଦଘାଟନର ବର୍ଷକ ପରେ ବି ଆରମ୍ଭ ହେଇ ପାରୁନି କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଭେଣ୍ଡିଂ ଜୋନ୍। ଚକା ଚକ୍ ଦୋକାନ ଘର ହୋଇଛି, ଧାଡ଼ିକି ଧାଡ଼ି ହେଇ ରଙ୍ଗ ମରାଯାଇ ରଖାଯାଇଛି। ହେଲେ ବ୍ୟବହାର କାହିଁକି ହେଉନି ? ଦୋକାନ କାହିଁକି ଖୋଲୁନି ? ମନରେ ଏମିତି କିଛି ପ୍ରଶ୍ନ ସବୁବେଳେ ଉଙ୍କି ମାରୁଛି ।

ବାସ୍ତବରେ ଅନୁଗୁଳ ସହରରେ ଉଠାଦୋକାନୀଙ୍କୁ ଥଇଥାନ କରିବାକୁ ଏମିତି ଭେଣ୍ଡି ଜୋନ୍ ନିର୍ମାଣ କରାଯାଇଥିଲା। ହେଲେ ଗତବର୍ଷ ଅଗଷ୍ଟରୁ ଉଦଘାଟନ ପରେ ବି ସେମିତି ରାସ୍ତା କଡ଼ରେ ଛିଡ଼ା ହୋଇ ନିଜ ପରିଚୟ ଖୋଜୁଛି ସବୁ ଦୋକାନ ଘର। କେଉଁଠି ଅଳିଆ ଜମିଲାଣି, କେଉଁଠି ନିଶାଖୋରଙ୍କ ଆଡ୍ଡା ପାଲଟିଗଲାଣି। ଏସବୁକୁ ନିଜ ଆଖିରେ ଦେଖିଲେ ଯେକେହି ସହଜରେ ବୁଝି ପାରିବେ, ଆନ୍ତରିକତା ଅଭାବରୁ ଏହା ଅଦରକାରୀ ହୋଇପଡ଼ିଛି ।

ଅନୁଗୁଳ ଓ ଆଖପାଖର ଗାଁ ଲୋକେ ପ୍ରତିଦିନ ସହରକୁ ଆସି ବ୍ୟବସାୟ କରନ୍ତି। ଉଠା ଦୋକାନ କରି ବସନ୍ତି। ଫଳରେ ଟ୍ରାଫିକ୍ ସମସ୍ୟା ଉପୁଜେ। ନାନା ସମସ୍ୟାର ସମାଧାନ ଭାବେ ସହରର ଶିକ୍ଷକପଡ଼ା, ମିଶ୍ରପଡ଼ା ଭଳି ୪ଟି ସ୍ଥାନରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଥିଲା। ହେଲେ ଉଦଘାଟନ ସିନା କରିଦେଲେ ହେଲେ ଏହାକୁ ଦୋକାନୀଙ୍କୁ ହସ୍ତାନ୍ତର କରାଯାଉନି। ପରିସ୍ଥିତି ଏମିତି ହେଇଛି କି ଅଳିଆ ଗଦାରେ ଏସବୁ ପରିଣତ ହେବାକୁ ବସିଛି। ଅପରପକ୍ଷେ, ସମସ୍ୟା ଖୁବ୍ ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ଅନୁଗୁଳ ପୌରାଧ୍ୟକ୍ଷ।

  • Reported by:
  • BIRAJA DAS

OTV is now on Whatsapp

Join and get latest news update delivered to you via whatsapp

Join Now