Advertisment

Utkarsh Odisha 2025: ଉତ୍କର୍ଷ ଓଡ଼ିଶା କନକ୍ଲେଭ, ପ୍ରଥମ ଦିନରେ ୪.୫ ଲକ୍ଷ କୋଟିର ନିବେଶ

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ନିବେଶ ପ୍ରତିଶ୍ରୁତିର ସୁଅ। ପ୍ରଥମ ଦିନରେ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୫୪ ଏମଓୟୁ ସ୍ବାକ୍ଷରିତ ହୋଇଛି। ଶିଳ୍ପ ସଚିବ ହେମନ୍ତ ଶର୍ମା ଏହି ସୂଚନା ଦେଇଛନ୍ତି। ଏହି ଏମଓୟୁ ଦ୍ବାରା ରାଜ୍ୟକୁ ୪ରୁ ସାଢେ ୪ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ। ଏହା ଭିତରୁ ସବୁଠୁ ବଡ MOU ଆଦାନୀ ଗ୍ରୁପ ସହ ସ୍ବାକ୍ଷର ହୋଇଛି । ୨.୨୮ ଲକ୍ଷ କୋଟି ଟଙ୍କାର MOU ସ୍ବାକ୍ଷର କରିଛି ଆଦାନୀ।

author-image
Saroj Kumar Jena
ଅଦ୍ୟତନ ହୋଇଛି
undefined

utkarsh Odisha

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ନିବେଶ ପ୍ରତିଶ୍ରୁତିର ସୁଅ। ପ୍ରଥମ ଦିନର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୫୪ ଏମଓୟୁ ସ୍ବାକ୍ଷରିତ ହୋଇଛି। ଶିଳ୍ପ ସଚିବ ହେମନ୍ତ ଶର୍ମା ଏହି ସୂଚନା ଦେଇଛନ୍ତି। ଏହି ଏମଓୟୁ ଦ୍ବାରା ରାଜ୍ୟକୁ ୪ରୁ ସାଢେ ୪ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ। ଏହା ଭିତରୁ ସବୁଠୁ ବଡ MOU ଆଦାନୀ ଗ୍ରୁପ ସହ ସ୍ବାକ୍ଷର ହୋଇଛି । ୨.୨୮ ଲକ୍ଷ କୋଟି ଟଙ୍କାର MOU ସ୍ବାକ୍ଷର କରିଛି ଆଦାନୀ।

Advertisment

କେନ୍ଦୁଝରରେ ୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପାଇଁ JSW ଗ୍ରୁପ ସହ MOU ହୋଇଛି । କେନ୍ଦୁଝରରେ JSW କରିବ ଇସ୍ପାତ କାରଖାନା। ଏନେଇ ପୋସ୍କୋ ସହ ଆଲୋଚନା ଚାଲିଥିବା ସୂଚନା ଦେଇଛନ୍ତି JSW ମୁଖ୍ୟ ସଜ୍ଜନ ଜିନ୍ଦଲ। କେନ୍ଦୁଝରରେ ୩୦-୪୦ ହଜାର କୋଟିର ନିବେଶ ଲକ୍ଷ୍ୟ ରହିଛି। ଅନ୍ୟ ପକ୍ଷରେ JSPL ଗ୍ରୁପ୍ ଅନୁଗୁଳ ସ୍ଥିତ ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ୭୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ଲାଗି ଘୋଷଣା କରିଛନ୍ତି ଗ୍ରୁପ ଅଧ୍ୟକ୍ଷ ନବୀନ ଜିନ୍ଦଲ । ବିର୍ଲା ଗ୍ରୁପ କପର ଫଏଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ MOU ସ୍ବାକ୍ଷର କରିଛି । ଏହାଛଡ଼ା ଆଜି ବିଭିନ୍ନ ନିବେଶକଙ୍କଠାରୁ ୧୦୦ରୁ ଅଧିକ ପୁଞ୍ଜିନିବେଶ ଆଗ୍ରହ ପାଇଛନ୍ତି ରାଜ୍ୟ ସରକାର । JSPL ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ବସାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଉତ୍କର୍ଷ ଓଡ଼ିଶା କନକ୍ଲେଭ ସରିବା ବେଳକୁ ମୁଖ୍ୟମନ୍ତ୍ରୀ ଯେଉଁ ପୁଞ୍ଜିନିବେଶ ଲକ୍ଷ୍ୟ ରଖିଛନ୍ତି, ତାହା ପୂରଣ ହୋଇପାରିବ ବୋଲି ଆଶା । । ସେହିପରି ପାରାଦୀପରେ ୧୨ ମିଲିୟନ୍ ଟନ୍ ଷ୍ଟିଲ୍ ପ୍ଲାଣ୍ଟ କାମ ଆରମ୍ଭ ହୋଇଛି। ଝାରସୁଗୁଡ଼ାରେ ପ୍ଲାଣ୍ଟର ସମ୍ପ୍ରସାରଣ କରିବ JSW। ଓଡ଼ିଶାରେ କୁମାର ମଙ୍ଗଲମ୍ ବିର୍ଲାଙ୍କ କମ୍ପାନୀ ୫୦ ହଜାର କୋଟି ନିବେଶ କରିବାକୁ ଯୋଜନା ରଖିଛି। ବିଶେଷ କରି ଆଲୁମିନିୟମ୍ ରିଫାଇନାରୀ ଓ ଆଲୁମିନିୟମ୍ ସ୍କେଲଟିଂ କରିବ ବିର୍ଲା ଗ୍ରୁପ୍।

Advertisment

ବେଦାନ୍ତ ରାୟଗଡ଼ାରେ ୩୦ ଲକ୍ଷ ଟନ୍ ଆଲୁମିନିୟମ୍ ପ୍ଲାଣ୍ଟ କରିବାକୁ ଯୋଜନା ରଖିଛି। ଏନେଇ ସୂଚନା ଦେଇଛନ୍ତି ଅନୀଲ ଅଗ୍ରୱାଲ୍। IOCL ୭୦ ହଜାର କୋଟିର ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଛି। ପାରାଦୀପ ଓ ଭଦ୍ରକରେ ପେଟ୍ରୋ କେମିକାଲ୍ କ୍ଷେତ୍ରରେ ନିବେଶ ଯୋଜନା କରିଛି IOCL । ସେହିପରି ଆବାଡ଼ା ଗ୍ରୁପ୍- ୨୦ ହଜାର କୋଟିର ପୁଞ୍ଜି ନିବେଶ କରିବ। ଗୋପାଳପୁର ସହ ପାରାଦୀପରେ ପ୍ରକଳ୍ପ ଆରମ୍ଭ ହେବ। ଏମାନଙ୍କ ବ୍ୟତୀତ ବହୁ ଶିଳ୍ପପତି ଓ ପୁଞ୍ଜିପତି ବି ଓଡ଼ିଶାରେ ନିବେଶ ନେଇ ଆଗ୍ରହ ପ୍ରକାଶ କରିଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଜଣାଇଛନ୍ତି।

ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହୋଇଛି ଦୁଇ ଦିନିଆ ଶିଳ୍ପ ମହାକୁମ୍ଭ- ଉତ୍କର୍ଷ ଓଡିଶା କନକ୍ଲେଭ୍। ଦେଶ ବିଦେଶର ହଜାର ହଜାର ଶିଳ୍ପପତିଙ୍କ ଉପସ୍ଥିତିରେ ଦୁଇ ଦିନିଆ ଶିଳ୍ପ ମହାକୁମ୍ଭକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଜନତା ମୈଦାନରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ନିଜ ଉଦ୍‌ବୋଧନରେ କହିଥିଲେ, ଚଳିତ ଜାନୁଆରୀରେ ଓଡ଼ିଶାକୁ ଏହା ମୋର ଦ୍ୱିତୀୟ ଗସ୍ତ। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ ଓଡ଼ିଶାରେ ସବୁଠାରୁ ବଡ଼ ବ୍ୟାବସାୟିକ ସମ୍ମିଳନୀ। ବିକଶିତ ଭାରତ ନିର୍ମାଣରେ ପୂର୍ବ ଭାରତର ଯୋଗଦାନ ବହୁତ ରହିଛି।

ନିଜ ସମ୍ବୋଧନରେ ମୋଦି କହିଛନ୍ତି, ବର୍ତ୍ତମାନ AIର ଯୁଗ, ମାତ୍ର ଭାରତ ପାଇଁ ଏହା ଆସ୍ପିରେସନ ଇଣ୍ଡିଆ। ଓଡ଼ିଶା ଏହି ଆସ୍ପିରେସନକୁ ପ୍ରତିନିଧିତ୍ୱ କରୁଛି। ଓଡ଼ିଶା ବହୁତ ଜଲଦି ଉଚ୍ଚରେ ପହଞ୍ଚିବ, ଯାହା କେହି କଳ୍ପନା କରି ନଥିବେ। ଓଡ଼ିଶାରେ ଅନେକ ପ୍ରକାର ପ୍ରାକୃତିକ ସମ୍ପଦ ଭରି ରହିଛି। ଆମକୁ ଚାହିଦା ଅନୁସାରେ ବଦଳିବାକୁ ହେବ, ଚାଲିବାକୁ ହେବ। ଓଡ଼ିଶାରେ ବହୁତ ସାରା ସମ୍ଭାବନା ରହିଛି। ପାରାଦୀପ, ଗୋପାଳପୁରରେ ପୁଞ୍ଜି ନିବେଶର ଅପାର ସମ୍ଭାବନା ରହିଛି। ଏଠାରେ ରେଲୱେ, ହାଇୱେ ସହ ଯୋଡ଼ି ହୋଇଥିବା ବହୁତ ପ୍ରକଳ୍ପ ଚାଲିଛି।

ଅଧିକ ପଢ଼ନ୍ତୁ: ଉତ୍କର୍ଷ ଓଡିଶା କନକ୍ଲେଭ ଉଦଘାଟନ କଲେ ମୋଦି

Odisha
Advertisment
Advertisment