Advertisment

Utkal University: ବାଣୀବିହାରରୁ ତଡ଼ା ଖାଇବେ ଅଣଛାତ୍ର; ଆରମ୍ଭ ହେଲା ପ୍ରକ୍ରିୟା...

ଅଣଛାତ୍ରଙ୍କୁ ତଡ଼ିବା ଅଭିଯାନରେ ନିଜେ ଭିସି, ଅଧ୍ୟାପକ ଓ ଅଧ୍ୟାପିକା ସାମିଲ୍ ହୋଇଛନ୍ତି । ଅଣଛାତ୍ରଙ୍କୁ ଚିହ୍ନଟ ପାଇଁ ହଷ୍ଟେଲରେ କରାଯାଉଛି ଯାଞ୍ଚ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Utkal University begins expulsion drive for non-hostelers

Utkal University begins expulsion drive for non-hostelers

ବାଣୀବିହାରରୁ ତଡ଼ା ଖାଉଛନ୍ତି ଅଣଛାତ୍ର । ଉତ୍କଳ ବିଶ୍ବବିଦ୍ୟାଳୟର ୪ ହଷ୍ଟେଲରେ ଚାଲିଛି ବ୍ୟାପକ ଯାଞ୍ଚ । ୧,୨,୩ ଓ ୫ ନମ୍ବର ହଷ୍ଟେଲରେ କଡ଼ାକଡ଼ି ଯାଞ୍ଚ କରାଯାଉଛି । ବନ୍ଦ ଥିବା ହଷ୍ଟେଲ ରୁମ୍ ତାଲା ଭାଙ୍ଗି ଯାଞ୍ଚ କରୁଛନ୍ତି କର୍ତ୍ତୃପକ୍ଷ । ପୋଲିସ ଉପସ୍ଥିତିରେ ତାଲା ଭାଙ୍ଗି ଯାଞ୍ଚ ଚାଲିଛି । ତାଲା ଭାଙ୍ଗି ବାହାରକୁ ଆସବାବପତ୍ର ନେଇଛନ୍ତି କର୍ତ୍ତୃପକ୍ଷ । ଅଣଛାତ୍ରଙ୍କୁ ତଡ଼ିବା ଅଭିଯାନରେ ଭିସି, ଅଧ୍ୟାପକ, ଅଧ୍ୟାପିକା ମଧ୍ୟ ସାମିଲ୍ ହୋଇଛନ୍ତି ।

Advertisment

ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, 'ଶୈକ୍ଷିକ ବାତାବରଣ ସୃଷ୍ଟି ପାଇଁ ଯାହା ପଦକ୍ଷେପ ନେବା କଥା କରାଯାଉଛି । 'ଆବାହମାନ କାଳରୁ ଏହା ଚାଲିଆସିଛି, ଆମେ ସୁଧାର ପାଇଁ ଉଦ୍ୟମ କରୁଛୁ' । 'ନାଲି ଆଖି ଦେଖାଇ ଏହା କରିହେବନି, ପୂର୍ବତନ ଛାତ୍ରମାନେ ଦାୟିତ୍ବବାନ ହୁଅନ୍ତୁ' । 'ରାକିଂ ଓ ଗୁଣାତ୍ମକ ମାନ ନେଇ ଆମେ ସବୁବେଳେ ଚିନ୍ତିତ ରହୁଛୁ' । ସେଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ । 'କ୍ୟାମ୍ପସରେ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି' । 'ହଷ୍ଟେଲକୁ ସିଲ୍ କରାଯିବ, ତାପରେ ମରାମତି କରି ଛାତ୍ରମାନଙ୍କୁ ଦିଆଯିବ' ।

Utkal University
Advertisment
Advertisment