/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723970118.jpg)
VK Pandian
ଭି.କେ. ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ସହ ଖର୍ଚ୍ଚର ହିସାବ ଚାଲିଛି । ଖୁବଶୀଘ୍ର ଏହାର ନିର୍ଯ୍ୟାସ ଆସିବ । ରାଜ୍ୟବାସୀଙ୍କ ମନରେ ଯାହା ସନ୍ଦେହ ଅଛି ତାହା ସତ ହୋଇପାରେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଯେହେତୁ ଦୁର୍ନୀତି ବିରୋଧରେ ମୋହନ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି, ତେଣୁ ଅପେକ୍ଷା କରନ୍ତୁ ନିଶ୍ଚେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।
ଗତ ବିଜେଡି ସରକାରରେ କେବେ ଫାଇଭ୍-ଟି ସଚିବ ଓ କେବେ ଫାଇଭ୍ ଟି ଅଧ୍ୟକ୍ଷ ହିସାବରେ ଭି.କେ. ପାଣ୍ଡିଆନ୍ ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ସମୟରେ ଜିଲ୍ଲାରୁ ଜିଲ୍ଲାକୁ ହେଲିକପ୍ଟରରେ ବୁଲି ଲୋକଙ୍କଠାରୁ ଅଭିଯୋଗପତ୍ର ସଂଗ୍ରହ କରିଥିଲେ । ସେ ବାବଦରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ଅଭିଯୋଗ ଉଠିଛି । ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚର ହିସାବ ସୂଚନା ଅଧିକାର କର୍ମୀମାନେ ମାଗୁଥିଲେ ବି ତା’ର ସଠିକ୍ ତଥ୍ୟ ମିଳୁନାହିଁ । ଏମିତିକି ପାଣ୍ଡିଆନ୍ଙ୍କ ନାଁରେ ଭୁବନେଶ୍ବର କ୍ୟାପିଟାଲ ଥାନାରେ ଏକ ଏତଲା ମଧ୍ୟ ହୋଇଛି । ସେପଟେ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ତଦନ୍ତକୁ ସ୍ବାଗତ ପ୍ରସଙ୍ଗରେ ବିଜେଡି କହିଛି ନବୀନ ସରକାର ଅମଳରେ କୌଣସି ଦୁର୍ନୀତି ହୋଇନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)