Advertisment

ପ୍ରଚଣ୍ଡ ତାତିରେ ଦୁର୍ଦ୍ଦଶା ବଢ଼ାଉଛି ଅଘୋଷିତ ପାୱାର କଟ୍, ମେଣ୍ଟେନାନ୍ସ ଆଳରେ ୨ରୁ ୩ ଘଣ୍ଟା ବିଜୁଳି ଗୁଲ୍

ଗ୍ରୀଷ୍ମ ଓ ଅସହ୍ୟ ଗୁଳୁଗୁଳିରେ ଦହଗଞ୍ଜ ପୂରା ଓଡ଼ିଶା । ଆଉ ଏ ଦୁଃଖକୁ ବଢ଼ାଇ ଦେଇଛି ଟାଟା ପାୱାରର ଅଘୋଷିତ ପାୱାର କଟ୍ । ରାଜ୍ୟର ଯେଉଁ କୋଣକୁ ନଜର ପକାଇବେ, ସେଇ ସମାନ ଅବସ୍ଥା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Power Cut

ଗ୍ରୀଷ୍ମ ଓ ଅସହ୍ୟ ଗୁଳୁଗୁଳିରେ ଦହଗଞ୍ଜ ପୂରା ଓଡ଼ିଶା । ଆଉ ଏ ଦୁଃଖକୁ ବଢ଼ାଇ ଦେଇଛି ଟାଟା ପାୱାରର ଅଘୋଷିତ ପାୱାର କଟ୍ । ରାଜ୍ୟର ଯେଉଁ କୋଣକୁ ନଜର ପକାଇବେ, ସେଇ ସମାନ ଅବସ୍ଥା । ସବୁଠି ବିଜୁଳି କାଟ୍ ଯୋଗୁଁ ହନ୍ତସନ୍ତ ଲୋକେ । ଏମିତିକି ଅନେକ ସ୍ଥାନରେ ମେଣ୍ଟେନାନ୍ସର ଆଳ ଦେଖାଇ ବାରମ୍ବାର ପାୱାର କଟ୍ କରାଯାଉଛି । ଯାହାକୁ ନେଇ ବଢ଼ିବାରେ ଲାଗିଛି ଜନ ଅସନ୍ତୋଷ ।

Advertisment

ପ୍ରଚଣ୍ଡ ଖରା ସାଙ୍ଗକୁ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଜନଜୀବନକୁ ହନ୍ତସନ୍ତ କରୁଛି । ଗୋଟେ ପଟେ ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁ ପୂରା ଓଡ଼ିଶା ତତଲା କଡ଼େଇରେ ଭାଜି ହେଉଥିବା ବେଳେ ଲୋକଙ୍କୁ ଅଧିକ କଲବଲ କଲାଣି ଘନ ଘନ ଅଘୋଷିତ ବିଜୁଳି କାଟ । କେବଳ ନବରଙ୍ଗପୁର ନୁହେଁ, ବାଲେଶ୍ୱରର ସୋର ହେଉ କି କୋରାପୁଟର ଲମତାପୁଟ, ଅବା ମୟୂରଭଞ୍ଜର ବାରିପଦା, ସବୁଠି ଦହଗଞ୍ଜ କରୁଛି ଘଡ଼ିକୁ ଘଡ଼ି ବିଦ୍ୟୁତ୍ କାଟ। ଟିକେ ଶାନ୍ତିରେ ନିଶ୍ୱାସ ମାରିବାକୁ କିଏ ଗଛ ମୂଳେ ବସିରହୁଛି, ତ’ ଆଉ କିଏ ବିଞ୍ଛଣା ଧରି ବିଞ୍ଛି ହେଉଛି । ନା ଘରେ ରହି ହେଉଛି, ନା ବାହାରକୁ ଯାଇ ହେଉଛି । ଦିନବେଳା ଲୋକେ ଆଉଟୁ ପାଉଟୁ, ରାତି ହେଲେ ସ୍ଥିତି ସାଂଘାତିକ । ରାଜ୍ୟର ସବୁ କୋଣ ଅନୁକୋଣରୁ ଆସୁଛି ବିଦ୍ୟୁତ୍ କାଟର ଏମିତି ପୁଳା ପୁଳା ଅଭିଯୋଗ । ଏହାକୁ ନେଇ ବିଦ୍ୟୁତ୍ ବିତରଣ କମ୍ପାନି ଟାଟା ପାୱାର ବିରୋଧରେ ବିଷ ଓଗାରୁଛନ୍ତି ଉପଭୋକ୍ତା । ତେବେ ଟାଟା ପାୱାର କର୍ତ୍ତୃପକ୍ଷ କହିଛନ୍ତି, ପାୱାର କଟ୍ ହେଉନି। ଅନ୍ପ୍ଲାନଡ୍ ଫଲ୍ଟରୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେଉଛି।

ଖାଲି ସେତିକି ନୁହେଁ, ଅନେକ ସ୍ଥାନରେ ମେଣ୍ଟେନାନ୍ସ ପାଇଁ ଉପଭୋକ୍ତାଙ୍କ ମୋବାଇଲକୁ ଏଭଳି ମେସେଜ ପଠାଇ କେବେ ୨ ଘଣ୍ଟା ତ’ ଆଉ କେବେ ୩ ଘଣ୍ଟା ବିଦ୍ୟୁତ୍ କାଟ୍ କରୁଛି ଟାଟା ପାୱାର । ତେବେ ଏଭଳି ମେସେଜକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଉପଭୋକ୍ତା । ବିଦ୍ୟୁତ୍ ଉପଭୋକ୍ତା ମହାସଂଘର ଅଭିଯୋଗ, ମେଣ୍ଟେନାନ୍ସ ନାଁରେ ଗାଁ ଗହଳିରେ ୩-୪ ଘଣ୍ଟା ଲେଖାଏଁ ବିଜୁଳି କାଟ କରାଯାଉଛି। ପ୍ରଶ୍ନ ଉଠୁଛି, ୫ ବର୍ଷ ହେଲାଣି ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେଇଥିଲେ ବି କାହିଁକି ଖରାଦିନ ପୂର୍ବରୁ ଆଗୁଆ ମେଣ୍ଟେନାନ୍ସ କରୁ ନଥିଲା ଟାଟା ପାୱାର ?

Advertisment

TATA Power Frequent Power Cuts Heat Wave
Advertisment
Advertisment