• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବଢ଼ିଲା ବରିଷ୍ଠ ଆଇପିଏସ୍ ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କ ଅଡ଼ୁଆ । ଉଭୟଙ୍କ ପ୍ରତି ହୋଇପାରେ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କଲା ଗୃହବିଭାଗ । ୩୦ ଦିନ ଭିତରେ ଉତ୍ତର ଦେବାକୁ ଉଭୟଙ୍କୁ ବିଭାଗୀୟ ନିର୍ଦ୍ଦେଶ ହୋଇଛି । ତା ସହ ଆସିଥିବା ଆରୋପର ଉତ୍ତର ଦେବାକୁ ଉଭୟ ଅଫିସରଙ୍କୁ ନିର୍ଦ୍ଦେଶ ବି ଦିଆଯାଇଛି । ଧାର୍ଯ୍ୟ ସମୟରେ ଉତ୍ତର ନ ଦେଲେ ଏକପାଖିଆ ନିଷ୍ପତ୍ତି ନିଆଯିବାକୁ ଚେତାବନୀ ବି ଦେଇଛି ଗୃହ ବିଭାଗ । ଇସିଆଇଙ୍କ ନିର୍ଦ୍ଦେଶରେ ଉଭୟଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହୋଇଥିଲା । କୁଟ୍ଟେଙ୍କୁ ନିଲମ୍ବନ ଓ ଆଶିଷଙ୍କୁ ମେଡିକାଲ ବୋର୍ଡ ହାଜିରା କରାଯାଇଥିଲା । ଏବେ ଉଭୟ କୁଟ୍ଟେ ଓ ଆଶିଷ ସିଂ ଗୃହ ବିଭାଗ ଓଏସ୍‌ଡି ଭାବେ କାର୍ଯ୍ୟରତ ଅଛନ୍ତି ।

ସୂଚନା ଅନୁସାରେ ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ଆଇପିଏସ ଡିଏସ କୁଟ୍ଟେଙ୍କୁ ସସପେଣ୍ଡ କରିଥିଲେ ନିର୍ବାଚନ କମିଶନ । ସେହିପରି ଛୁଟିରେ ଥିବା ବରିଷ୍ଠ IPS ଆଶିଷ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ମଧ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । ଏହି ଦୁଇ ଅଧିକାରୀଙ୍କ ନାଁରେ ଇସିଆଇଙ୍କ ନିକଟରେ ଅଭିଯୋଗ କରିଥିଲା ବିଜେପି ।

IPS ଆଶିଷ ସିଂ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପରେ ସେ ଶାରୀରିକ ଓ ମାନସିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ । ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଦେଇଥିଲେ ଭୁଲ୍ ତଥ୍ୟ । ଭୁବନେଶ୍ୱର ଏମ୍ସର ସ୍ୱତନ୍ତ୍ର ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଏହା ସ୍ପଷ୍ଟ କରିଥିଲେ ଭାରତୀୟ ନିର୍ବାଚନ କମିଶନ । ECI ସଫା ସଫା କହିଥିଲେ, ନିଜ ସ୍ୱାସ୍ଥ୍ୟ ବାବଦରେ ମିଛ କହିଥିଲେ ଆଶିଷ, ଭୁଲ୍ ତଥ୍ୟ ଦେଇଥିଲେ । ତେଣୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ତେବେ ବର୍ତ୍ତମାନ ଉଭୟ ଡିଏସ୍‌ କୁଟ୍ଟେ ଓ ଆଶିଷ ସିଂ ରାଜ୍ୟ ଗୃହ ବିଭାଗ ଓଏସ୍‌ଡି ଭାବେ କାର୍ଯ୍ୟରତ ଅଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now