Advertisment

200 affected by diarrhea: ଝାଡାବାନ୍ତିରେ ଦୁଇ ଶହରୁ ଅଧିକ ଆକ୍ରାନ୍ତ, ୨ ମୃତ

ଯାଜପୁର ଜିଲ୍ଲାରେ ଝାଡାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ।

ଅଦ୍ୟତନ ହୋଇଛି
Diarrhea

Diarrhea

Advertisment

ଯାଜପୁର ଜିଲ୍ଲାରେ ଝାଡାବାନ୍ତି ଆତଙ୍କ। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି। ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ୨୦୦ରୁ ଅଧିକ ଲୋକ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୦ରୁ ଊର୍ଦ୍ଧ୍ବ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ, ଦାନଗଦୀ, ଧର୍ମଶାଳା, ରସୁଲପୁର ଓ କୋରେଇ ବ୍ଲକର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକ ଝାଡାବାନ୍ତି ଆକ୍ରାନ୍ତ ହୋଇଥିବା ବେଳେ ଦାନଗଦୀ ଓ ବ୍ୟାସନଗର ଅଞ୍ଚଳର ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଆକ୍ରାନ୍ତମାନେ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଯାଜପୁର ରୋଡ୍ ମେଡିକାଲରେ ଗୁରୁତର ଥିବା ୧୧ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: କେବେ କୋମାରୁ ଫେରିବ ୧୦୮ ଆମ୍ବୁଲାନ୍ସ ସେବା ? ମରାମତି ଅଭାବରୁ ଅଚଳ ଲାଇଫ୍ ସେଭିଂ ବ୍ୟବସ୍ଥା...

ଯାଜପୁର ରୋଡ୍ ମେଡିକାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ। ଏହା ସହ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପ୍ରକାଶ ଚନ୍ଦ୍ର ବଳ। ଖବର ପାଇ କୋରେଇ ବିଧାୟକ ଆକାଶ ଦାସନାୟକ, ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଯାଜପୁର ରୋଡ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Advertisment

ଅନ୍ୟପଟେ ଅଚାନକ ଝାଡାବାନ୍ତିରେ ବ୍ୟାପିବା ଫଳରେ ରୋଗୀ କଲବଲ ହେଉଥିବା ବେଳେ ଅଧିକାଂଶ ହସ୍ପିଟାଲରେ ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ସଂଖ୍ୟାରେ ଶଯ୍ୟା ନଥିବାରୁ ଶତାଧିକ ରୋଗୀ ତଳେ, ମେଡିକାଲ ବାରଣ୍ଡାରେ ଓ ଗଛମୂଳେ ସାଲାଇନ ଲଗାଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ: ଆପଣଙ୍କ ତଳିପାଦ ଯନ୍ତ୍ରଣା ହେଉଛି କି… କରନ୍ତୁ ଏହି ଯୋଗ, ମିଳିବ ଆରାମ

Advertisment
Jajpur Diarrhoea Outbreak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ