Advertisment

Tragedy Strikes During OSSC Physical Test: ଦୌଡ ପରୀକ୍ଷା ବେଳେ ଟଳିପଡିଲେ ୩ ପରୀକ୍ଷାର୍ଥୀ; ପ୍ରଚଣ୍ଡ ଖରା ତାତିରେ କେମିତି ହେଉଥିଲା ଏତେ କଷ୍ଟସାଧ୍ୟ ପରୀକ୍ଷା ?

ଆଖି ସାମ୍ନାରେ ପଡିଛି ପୁଅର ଡେଡବଡି। ନା ଦେଖିହେଉଛି ନା କୋହ ସମ୍ଭାଳି ହେଉଛି। ଭେଣ୍ଡିଆ ପୁଅକୁ ହରାଇ ହସପିଟାଲରେ ଛଟପଟ ହେଉଛି ବାପା।

Tragedy Strikes During OSSC Physical Test in Sundargarh

Tragedy Strikes During OSSC Physical Test in Sundargarh

Advertisment

୨୫ କିଲୋମିଟର ଦୌଡ ପରୀକ୍ଷା ବେଳେ ଟଳିପଡିଲେ ୩ ପରୀକ୍ଷାର୍ଥୀ। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ୍ ଷ୍ଟକ ଇନସପେକ୍ଟର ପଦବୀ ନିଯୁକ୍ତି ପାଇଁ ଶାରିରୀକ ପରୀକ୍ଷା ଚାଲିଥିବା ବେଳେ ଘଟିଛି ବଡ଼ ଅଘଟଣ। ଶାରିରୀକ ପରୀକ୍ଷା ପାଇଁ ଦୌଡୁଥିବା ବେଳେ ୩ ଜଣଙ୍କ ଜୀବନ ଯାଇଛି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ତେବେ ପ୍ରଚଣ୍ଡ ଖରା ତାତିରେ ପରୀକ୍ଷା ପଦ୍ଧତି ଏବଂ ଫିଟନେସ ପରୀକ୍ଷାକୁ ନେଇ ଉଠିଛି ପ୍ରଶ୍ନ।

Advertisment

ଆଖି ସାମ୍ନାରେ ପଡିଛି ପୁଅର ଡେଡବଡି। ନା ଦେଖିହେଉଛି ନା କୋହ ସମ୍ଭାଳି ହେଉଛି। ଭେଣ୍ଡିଆ ପୁଅକୁ ହରାଇ ହସପିଟାଲରେ ଛଟପଟ ହେଉଛି ବାପା। ଫରେଷ୍ଟର ହେବାକୁ ସ୍ୱପ୍ନ ଦେଖିଥିଲେ ପ୍ରବୀଣ କୁମାର ପଣ୍ଡା। ମଙ୍ଗଳବାର ଶାରିରୀକ ପରୀକ୍ଷାର ୨୫ କିଲୋମିଟର ଦୌଡ ଥିଲା। ସୁନ୍ଦରଗଡର ଭବାନୀପୁରରୁ ବାରଗଡ ପର୍ଯ୍ୟନ୍ତ ଆରମ୍ଭ ହୋଇଥିଲା ରେସ୍। ହେଲେ ସଦର ଥାନା ଅଂଚଳର କିରେଇ ନିକଟରେ ହଠାତ୍ ଚେତାଶୂନ୍ୟ ହୋଇପଡିଥିଲେ ପ୍ରବୀଣ। ବିଭାଗୀୟ ଅଧିକାରୀ ତୁରନ୍ତ ତାଙ୍କୁ ସୁନ୍ଦରଗଡ ହସପିଟାଲ ନେଇଥିଲେ ବି ମୃତ ଘୋଷଣା କରିଥିଲେ ଡାକ୍ତର। 

ଅଧିକ ପଢ଼ନ୍ତୁ: କିମ୍ସ, ହାଇଟେକ୍‌ ଓ ସମ୍‌ ହସ୍ପିଟାଲରେ EDର ଯାଞ୍ଚ

ପ୍ରବୀଣଙ୍କ ଭଳି କେନ୍ଦୁଝର ଓସ୍ତପଙ୍ଗା ଗାଁର ୨୬ ବର୍ଷୀୟ ବ୍ୟୋମକେଶ ନାଏକ ଏବଂ ଜଗତସିଂହପୁର ବାଲିକୁଦା ଥାନା ମାଳପୁର ଗାଁର ୨୭ ବର୍ଷୀୟ ଜ୍ଞାନରଞ୍ଜନ ଜେନାଙ୍କ ଫିଜିକାଲ ଟେଷ୍ଟ ବେଳେ ମୃତ୍ୟୁ ହୋଇଛି। OSSC ଦ୍ବାରା ପରିଚାଳିତ ଫରେଷ୍ଟ ଗାର୍ଡ ଶାରିରୀକ ପରୀକ୍ଷା ବେଳେ ପ୍ରାଣ ହରାଇଛନ୍ତି ଏହି ଦୁଇ ପ୍ରାର୍ଥୀ। ଅଧାରେ ରହିଯାଇଛି ସରକାରୀ ଚାକିରି ସ୍ୱପ୍ନ। 

Advertisment

ତିନି ତିନି ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ପରୀକ୍ଷା ପଦ୍ଧତି ଏବଂ ଫିଟନେସ ପରୀକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ପ୍ରଚଣ୍ଡ ଖରା ତାତିରେ କେମିତି ହେଉଥିଲା ଏତେ କଷ୍ଟସାଧ୍ୟ ପରୀକ୍ଷା ? ଶାରିରୀକ ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଥିଲା ତ ? ଅସୁସ୍ଥ ପ୍ରାର୍ଥୀଙ୍କୁ ତତ୍କାଳ ପ୍ରାଥମିକ ଚିକିତ୍ସା ପାଇଁ ଆବଶ୍ୟକ ସୁବିଧା ମିଳିଥିଲା କି ? ପରୀକ୍ଷା ବେଳେ ପର୍ଯ୍ୟାପ୍ତ ପରିମାଣର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ଥିଲେ କି ? ଫିଟନେସ୍ ଟେଷ୍ଟ ପୂର୍ବରୁ କ୍ଷେତ୍ର ଉପରେ ଆଶାୟୀଙ୍କ ଭଲ ଭାବେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା କି ? 

ଶାରିରୀକ ପରୀକ୍ଷାରେ ୩ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରାଯାଇଛି। କିନ୍ତୁ ତିନି ତିନି ଜଣ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ପରେ ସରକାର କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ? ଆଗକୁ ଫିଜିକାଲ୍ ଟେଷ୍ଟ ବେଳେ ବ୍ୟବସ୍ଥାରେ କଣ ପରିବର୍ତ୍ତନ ଆସୁଛି ? ପ୍ରାର୍ଥୀଙ୍କ ପାଇଁ କଣ ସୁବିଧା କରାଯାଉଛି ? ତାଉପରେ ଏବେ ସମସ୍ତଙ୍କ ନଜର।

Advertisment

ଅଧିକ ପଢ଼ନ୍ତୁ: ଓଡ଼ିଶାର ସବୁଠୁ ସୁନ୍ଦର ଓ ସ୍ଵଚ୍ଛ ଗାଁ, ନଦେଖିଲେ ବିଶ୍ୱାସ କରିହେବନି

Sundargarh OSSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ