Advertisment

Calcium Carbide: ବଜାରରେ ଚାଲିଛି ପାଚିଲା ଆମ୍ବ ନାଁରେ ବିଷ ବେପାର ! କ୍ୟାଲସିୟମ୍ କାର୍ବାଇଡ୍ ଦେଇ ଫଳ ପଚାଉଛନ୍ତି ବେପାରୀ !

ବଜାରରେ ମିଳୁଥିବା କିସମ କିସମର ଆମ୍ବ କିଣି ଖାଉଛନ୍ତି କି ଆପଣ ? ହାଟ ବଜାରରେ ରାଜ୍ କରୁଥିବା ପାଚିଲା ଆମ୍ବ ମୋହରେ ପଡ଼ିଯାଉଛନ୍ତି କି ? ଯଦି ହଁ, ତେବେ ସାବଧାନ୍ !

ଅଦ୍ୟତନ ହୋଇଛି
undefined

ଦେଖି ଖାଆନ୍ତୁ ପାଚିଲା ଆମ୍ବ

Advertisment

ବଜାରରେ ବିକ୍ରି ହେଉଛି କ୍ୟାନସର୍ ଭଳି ମାରାତ୍ମକ ରୋଗ ବାହକ । ଆଖିକୁ ସୁନ୍ଦର ଦେଖାଯାଉଛି, ପାଟିକୁ ସୁଆଦିଆ ଲାଗୁଛି । ଏମିତି କୌଣସି ବ୍ୟକ୍ତି ନାହାଁନ୍ତି, ଯିଏ ବଜାରରୁ ଫେରିଲାବେଳେ ବ୍ୟାଗରେ ଏହି କ୍ୟାନସର ବାହକକୁ ଧରି ଫେରୁନାହାଁନ୍ତି । ଆମେ କହୁଛୁ, ଫଳ ଭିତରେ ରାଜା କୁହାଯାଉଥିବା ଆମ୍ବର କଥା । ଯାହାକୁ ମୁନାଫାଖୋର୍ ବ୍ୟବସାୟୀ କ୍ୟାଲସିୟମ୍ କାର୍ବାଇଡ୍ ଦେଇ ପଚାଉଛନ୍ତି । ତାକୁ ଖାଇ ଆପଣ ଅଜାଣତରେ ଠେଲି ହୋଇଯାଉଛନ୍ତି ବିପଦମୁହଁକୁ । କେବଳ ଆମ୍ବ ନୁହେଁ, ଅନ୍ୟ ଫଳକୁ ବି ପଚାଉଛନ୍ତି କାର୍ବାଇଡ୍ ଦେଇ। ଯାହାକୁ ନେଇ ଉଦବେଗ ପ୍ରକାଶ ସହ FSSAI ସଂପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଆକ୍ସନ ପାଇଁ ନିର୍ଦ୍ଦେଶ ଦେଇଛି ।

Advertisment

ଅଧିକ ପଢ଼ନ୍ତୁ: ଧରାପଡିଲା ବନ୍ଧୁକ ରାକେଟ ମାଷ୍ଟରମାଇଣ୍ଡ, ମୁଙ୍ଗେରରେ ମାଡିବସିଲା କ୍ରାଇମବ୍ରାଞ୍ଚ 

ବଜାରରେ ମିଳୁଥିବା କିସମ କିସମର ଆମ୍ବ କିଣି ଖାଉଛନ୍ତି କି ଆପଣ ? ହାଟ ବଜାରରେ ରାଜ୍ କରୁଥିବା ପାଚିଲା ଆମ୍ବ ମୋହରେ ପଡ଼ିଯାଉଛନ୍ତି କି ? ଯଦି ହଁ, ତେବେ ସାବଧାନ୍ ! କାରଣ ସଚେତନତା ଅଭାବର ଫାଇଦା ନେଉଛନ୍ତି ମୁନାଫାଖୋର୍ ବ୍ୟବସାୟୀ। ଆଉ ରାସାୟନିକ ଦ୍ରବ୍ୟ ମିଶାଇ ଟଙ୍କା କେଇଟା ପାଇଁ ଆମକୁ ଖୁଆଇ ଦେଉଛନ୍ତି ଜହର, ଠେଲି ଦେଉଛନ୍ତି ବିପଦ ମୁହଁକୁ। ଆଖିକୁ ସୁନ୍ଦର ଏବଂ ପାଟିକୁ ସୁଆଦିଆ ଲାଗୁଥିବା ଏହି ଫଳ ଯେ, କ୍ୟାନସର୍ ରୋଗର ବାହକ, ଜାଣିବା ପରେ ସବୁଠି ଏବେ ଉଦବେଗ ।

Advertisment

ଫୁଡ୍ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ-FSSAI ପ୍ରେସ୍‌ ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଲେଖାଯାଇଛି, ଫଳକୁ ପଚାଇବା ପାଇଁ ପ୍ରୟୋଗ କରାଯାଉଛି କ୍ୟାଲସିୟମ୍ କାର୍ବାଇଡ୍ । ଯାହା କ୍ୟାନସର, ମାଉଥ୍ ଅଲସର୍ ତଥା ପାଟି ଭିତରେ ଘା’, ଗ୍ୟାସଷ୍ଟ୍ରିକ୍ ସମସ୍ୟା ଭଳି ଗୁରୁତର ଶାରିରୀକ ସମସ୍ୟା ଉପୁଜିପାରେ। କୃତ୍ରିମ ଉପାୟରେ ପଚାଯାଉଥିବା ଫଳ ଖାଇଲେ ମୁଣ୍ଡ ବୁଲାଇବା, ବାରମ୍ବାର ଶୋଷ ଲାଗିବା, ଦୁର୍ବଳତା, ବାନ୍ତି ଭଳି ଆଶଙ୍କା ବି ଥାଏ। ତେଣୁ ସବୁ ରାଜ୍ୟକୁ FSSAI ସତର୍କ କରାଇବା ସହ ଏଭଳି ଘାତକ କାର୍ଯ୍ୟ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଚରମ କାର୍ଯ୍ୟାନୁଷ୍ଠାନ ପାଇଁ କହିଛି।

ଏବେ ଗ୍ରୀଷ୍ମ ୠତୁ ଚାଲିଛି, ଆଗକୁ ଆସୁଛି ସାବିତ୍ରୀ । ତେଣୁ ଆମ୍ବ ହେଉ ଅବା କଦଳୀ, ଲିଚୁ ହେଉ ଅବା ତରଭୁଜ । ସବୁର ଚାହିଦା କାହିଁରେ କେତେ । ତେବେ ଯେକୌଣସି ଫଳକୁ ପଚାଇବା ପାଇଁ ଏଥିଲିନ୍ ଗ୍ୟାସ୍ ବ୍ୟବହାରର ଅନୁମତି ରହିଛି । କିନ୍ତୁ ଏଥିଲିନ୍ ଅପେକ୍ଷା କ୍ୟାଲସିୟମ କାର୍ବାଇଡ୍ ଶୀଘ୍ର ଫଳ ପଚାଉଥିବାରୁ କ୍ୟାନସର ରୋଗର ବାହକ କ୍ୟାଲସିୟମ କାର୍ବାଇଡକୁ ଅସ୍ତ୍ର କରୁଛନ୍ତି ଲାଭଖୋର୍ ବ୍ୟବସାୟୀ । ଅପରପକ୍ଷେ, ଏହା ଯେ କେତେ କ୍ଷତିକାରକ, ଜାଣିବା ପାଇଁ ସାଧାରଣ ଲୋକଟି ପାଖରେ ନା ସମୟ ଅଛି ନା ସେହି ଗହନ କଥାକୁ ବୁଝିପାରୁଛି। ଫଳରେ ପାଚିଲା ଫଳ ନାଁରେ ବଜାରରୁ ବିଷ କିଣିଖାଉଛି ।

Advertisment

କ୍ୟାଲସିୟମ୍ କାର୍ବାଇଡ୍ ଦିଆ ଯେକୌଣସି ଫଳ ହେଉ, ତା’ର ଚମକ୍ ପ୍ରାକୃତିକ ଉପାୟରେ ପାଚିଥିବା ଫଳଠାରୁ ଅଧିକ ଦେଖାଯିବ । ରସାୟନିକ ଦ୍ରବ୍ୟ ପ୍ରୟୋଗ ହୋଇଥିବା ଫଳ ଗୁଡ଼ିକ ଉପରେ ରହିବ ଗୁଡ଼ାଏ ଦାଗ । କେବଳ ଏତିକି ନୁହେଁ, କାର୍ବାଇଡ୍ ଦିଆ ଫଳ ୨/୩ ଦିନ ଭିତରେ କଳା ପଡ଼ିବା ସହ ପଚିସଢ଼ି ଶୀଘ୍ର ନଷ୍ଟ ହୋଇଯିବ । ତେଣୁ ସଜାଗ ହୁଅନ୍ତୁ, ସତର୍କ ରୁହନ୍ତୁ ।

ଅଧିକ ପଢ଼ନ୍ତୁ: କାନ୍ଦୁଛି ଜେଜେମା', ମାତ୍ର ୨୦ ହଜାର ଲୋଭରେ ବୋହୂ ଘଟାଇଛି ଏମିତି କାଣ୍ଡ

Odisha Fruit Seller
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ