Advertisment

Tourist Spot: ଅବହେଳିତ ପର୍ଯ୍ୟଟନସ୍ଥଳୀ; ମୁହଁ ଫେରାଉଛନ୍ତି ପର୍ଯ୍ୟଟକ, କେବେ ପଡ଼ିବ ପ୍ରଶାସନର ନଜର?

କେଉଁଠି ଯିବାକୁ ରାସ୍ତା ନାହିଁ ତ କେଉଁଠି ପିଇବା ପାଣି ଏବଂ ରହଣୀ ଲାଗି ପର୍ଯ୍ୟଟକଙ୍କ ପାଇଁ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା। ଫଳରେ ପର୍ଯ୍ୟଟନସ୍ଥଳୀରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ।

author-image
Sujit kumar Swain
Tourist Spot Neglected

Tourist Spot Neglected

ଅବହେଳିତ ପର୍ଯ୍ୟଟନସ୍ଥଳୀ। କେଉଁଠି ଯିବାକୁ ରାସ୍ତା ନାହିଁ ତ କେଉଁଠି ପିଇବା ପାଣି ଏବଂ ରହଣୀ ଲାଗି ପର୍ଯ୍ୟଟକଙ୍କ ପାଇଁ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା। ଫଳରେ ପର୍ଯ୍ୟଟନସ୍ଥଳୀରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ। 

Advertisment

ପାହାଡ଼ ଜଙ୍ଗଲ ଭରା ଶାନ୍ତ ସୁନ୍ଦର ପରିବେଶ। ପାହାଡ଼ର ବୁକୁଚିରି କୁଳୁକୁଳୁ ହୋଇ ବହିଯାଉଛି ଝରଣା। ଆଉ ପାଣି ଏମିତି ସେମିତି ପାଣି ନୁହେଁ। ଝରଣାରେ ବହିଯାଉଛି ଉଷ୍ମ ଜଳ। ମଗର ବା କୁମ୍ଭୀର ନାକ ସଦୃଶ ଏକ ପଥରରୁ ବାହାରୁଥିବାରୁ ଏହା ମଗରନାକ ଉଷ୍ମ ପ୍ରଶ୍ରବଣ ନାଁରେ ବେଶ୍ ପରିଚିତ। ଅନୁଗୁଳ ପାଲଲହଡ଼ା ମଗରମୁହାଣ ଗାଁ ନିକଟରେ ରହିଛି ଏହି ସୁନ୍ଦର ପରିବେଶ। ମାତ୍ର ଆଜି ଯାଏଁ ଏହା ପ୍ରଶାସନର ଦୃଷ୍ଟି ଗୋଚରକୁ ଆସିପାରିନାହିଁ। ରାଜାରାଜୁଡା ଅମଳରୁ ଏଠାରେ ଥିବା ଏକ ଶିବ ମନ୍ଦିର ବି ଅବହେଳିତ ଅବସ୍ଥାରେ ପଡ଼ିରହିଛି। ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। 

ଅଧିକ ପଢ଼ନ୍ତୁ: ବିଶ୍ୱ ଦେଖିଲା ଭାରତର ପରାକ୍ରମ, ପରଖିଲା ସେନାର ଶୌର୍ଯ୍ୟ

ନବରଙ୍ଗପୁର ଉମରକୋଟ ସ୍ଥିତ ଐତିହାସିକ ପୋଡ଼ାଗଡ଼ ପର୍ଯ୍ୟଟନସ୍ଥଳୀର ବି ସମାନ ଅବସ୍ଥା। ଏଠିକୁ ଯିବାକୁ ନା ଅଛି ପକ୍କା ରାସ୍ତା, ନା ପର୍ଯ୍ୟଟକଙ୍କ ପାଇଁ ପିଇବା ପାଣିର ସୁବିଧା। ପଞ୍ଚଦଶ ଶତାବ୍ଦୀର ଏହି କିମ୍ବଦନ୍ତୀ ସ୍ଥଳ ଏବେ ବି ଅବହେଳିତ ଅବସ୍ଥାରେ ରହିଛି। ନଳବଂଶ ରାଜାଙ୍କ ଅମଳର ଅନେକ ଶିଳାଲିପି ଏବଂ ବହୁ ପ୍ରାଚୀନ ମୂର୍ତ୍ତି ବି ଭାଙ୍ଗିରୁଜି ଗଲାଣି।

Advertisment

ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ ଲାଗି ପୂର୍ବ ସରକାର ଅମଳରେ ପ୍ରାୟ ୩ କୋଟି ଟଙ୍କାର ଅନୁଦାନ ମିଳିଥିଲେ ବି ସେ କାମ ଏଯାଏଁ ସରିପାରିନି। ଅନ୍ୟପଟେ ଜିଲ୍ଲା ସଂସ୍କୃତି ଅଧିକାରୀ କହିଛନ୍ତି କାମ କିଭଳି ଶୀଘ୍ର ଶେଷ ହେବ ସେଥିଲାଗି ଧ୍ୟାନ ଦିଆଯାଉଛି। 

ଅଧିକ ପଢ଼ନ୍ତୁ: ଲୋକସେବା ଭବନରେ ପୋଲିସ ସେବା ପଦକ ପ୍ରଦାନ; ୨୦୨୧ ମସିହା ପାଇଁ ୨୦ଜଣଙ୍କୁ ମିଳିଲା ପଦକ 

Nabarangpur Angul
Advertisment
Advertisment