• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସାହସୀ ଓ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଆଜି ତୃତୀୟ ଶ୍ରାଦ୍ଧବାର୍ଷିକୀ । ୨୦୨୧ ମସିହା ସେପ୍ଟେମ୍ବର ୨୪ ତାରିଖ ଦିନ ଲାଇଭ୍ ରିପୋର୍ଟିଂ କରୁଥିବା ବେଳେ ଦୁର୍ଘଟଣାବଶତଃ ଅରିନ୍ଦମ ପ୍ରାଣ ହରାଇଥିଲେ । ଆଜି ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଇକଳାରେ ତାଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି । ଏହି ଅବସରରେ ଗାଁରେ ଥିବା ଅରିନ୍ଦମଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ପୂଜାପାଠ କରାଯାଇଥିଲା । କାର୍ଯ୍ୟକ୍ରମରେ ତାଙ୍କ ମା’, ବଡ଼ଭଉଣୀ, ଗ୍ରାମବାସୀଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

ଆଜି ଅରିନ୍ଦମଙ୍କ ଅବର୍ତ୍ତମାନରେ ତାଙ୍କୁ ଝୁରୁଛନ୍ତି ସମସ୍ତେ । ଅରିନ୍ଦମ ଚାଲିଯିବାର ୩ ବର୍ଷ ବିତିଛି ସତ, ହେଲେ ଏବେ ବି ତାଙ୍କ ସ୍ମୃତି ସମସ୍ତଙ୍କ ମନରେ । ଅରିନ୍ଦମଙ୍କ ନିର୍ଭିକତା ସବୁବେଳେ, ସବୁ ପରିସ୍ଥିତିରେ ମନରେ ଉଙ୍କି ମାରେ । ତାଙ୍କ କର୍ତ୍ତବ୍ୟନିଷ୍ଠା, ସାହସିକତା ଓ ନିର୍ଭିକ ରିପୋର୍ଟିଂ କଥା ଆଜି ବି ମନେ ପଡ଼େ । ବାତ୍ୟା ହେଉ ଅବା ବନ୍ୟା, ରାଜନୀତି ହେଉ ଅବା ଅପରାଧ, ସବୁ ବିଟ୍‌ରେ ଖବର ସଂଗ୍ରହ କରିବାରେ ଅରିନ୍ଦମ ଥିଲେ ସିଦ୍ଧହସ୍ତ । ତାଙ୍କ ନିଆରା ଜୀବନ ଶୈଳୀ ଅନେକ ଯୁବପିଢ଼ିଙ୍କ ମଧ୍ୟରେ ଏବେ ବି ଉତ୍ସାହ ସଞ୍ଚାର କରୁଛି ।

ଗତ ଶନିବାର ଅରିନ୍ଦମଙ୍କ ସ୍ମୃତିରେ ଓଟିଭି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରସିପ୍ ପ୍ରଦାନ କରାଯାଇଥିଲା। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୩ ଜଣ ସାମ୍ବାଦିକତା ଓ ଗଣଯୋଗାଯୋଗ ଛାତ୍ରଛାତ୍ରୀଙ୍କୁ ମିଳିଥିଲା ଏହି ସ୍କଲାରସିପ୍ । ଏହି ଅବସରରେ ଓଟିଭି କର୍ମଚାରୀମାନେ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ମୃତି ଚାରଣ କରିଥିଲେ ।

 

OTV is now on Whatsapp

Join and get latest news update delivered to you via whatsapp

Join Now