/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752405232.jpg)
Naveen Patnaik
ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଶ୍ବବିଦ୍ୟାଳୟ କୁଳପତି ଭାବେ ଛାତ୍ରୀ ଜଣଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ନବୀନ ଲେଖିଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ୱେ କିପରି ନ୍ୟାୟ ପାଇବାରୁ ବଞ୍ଚିତ କରାଗଲା ବୋଲି ନବୀନ ପ୍ରଶ୍ନ କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ, ମାସ ମାସ ଧରି ସେ ଭୟ ଏବଂ ଯନ୍ତ୍ରଣାରେ ବଞ୍ଚି ରହିଥିଲେ । ନିବେଦନ କରି ସେ ଅନେକ ଉଚ୍ଚ ପଦାଧିକାରୀଙ୍କୁ ଟ୍ୟାଗ୍ କରିଥିଲେ । ଶେଷ ପ୍ରୟାସ ବିଫଳ ହେବାରୁ ପ୍ରିନ୍ସିପାଲଙ୍କ ଚାମ୍ବର ବାହାରେ ଆତ୍ମାହୁତି ଉଦ୍ୟମ କଲେ ।
ବିଶ୍ବବିଦ୍ୟାଳୟ କୁଳପତି ଭାବେ ଛାତ୍ରୀ ଜଣଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ । ପ୍ରିନ୍ସିପାଲଙ୍କଠାରୁ ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ କିପରି ନ୍ୟାୟ ପାଇବାରୁ ବଞ୍ଚିତ କରାଗଲା ବୋଲି ନବୀନ ପ୍ରଶ୍ନ କରିଛନ୍ତି । ଶେଷ ପ୍ରୟାସ ବିଫଳ ହେବାରୁ ପ୍ରିନ୍ସିପାଲଙ୍କ ଚାମ୍ବର ବାହାରେ ଛାତ୍ରୀ ଜଣକ ଆତ୍ମାହୁତି ଉଦ୍ୟମ କରିଥିବା ନବୀନ ଲେଖିଛନ୍ତି ।
ସେପଟେ ଏହି ଘଟଣାକୁ ନେଇ ଫୁଲ୍ ଆକ୍ଟିଭ୍ ମୋଡକୁ ଆସିଛନ୍ତି ଉଭୟ ବିରୋଧୀ ବିଜୁ ଜନତା ଦଳ ଓ କଂଗ୍ରେସ । ରାଜ ରାସ୍ତାକୁ ଓହ୍ଲାଇବା ସହ କଡ଼ା ପ୍ରତିବାଦ କରିଛନ୍ତି । FM କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ନେଇ ଭୁବନେଶ୍ବରରେ ଛାତ୍ର କଂଗ୍ରେସ ଓ ଛାତ୍ର ବିଜେଡି ଗର୍ଜିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘରକୁ ଘେରିଛନ୍ତି ଛାତ୍ର କଂଗ୍ରେସ ଓ ଛାତ୍ର ବିଜେଡି । ଏହି ସମୟରେ ପୋଲିସ ସହ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତି ହୋଇଛି । ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୋଲିସ ।
A young student resorting to self-immolation in one of #Odisha’s premier Universities is both shocking and deeply distressing. I fervently pray to Lord Jagannatha for her swift recovery from the grievous burn injuries.
She was allegedly subjected to relentless sexual harassment…
— Naveen Patnaik (@Naveen_Odisha) July 13, 2025
ଅନ୍ୟପଟେ ଏମ୍ସରେ ସଂକଟାପନ୍ନ ଅବସ୍ଥାରେ ଚାଲିଛି ବାଲେଶ୍ବର FM କଲେଜ ଛାତ୍ରୀଙ୍କ ଚିକିତ୍ସା । ପୀଡ଼ିତାଙ୍କ ଶରୀରର ୯୦ରୁ ୯୫ ପ୍ରତିଶତ ପୋଡ଼ିଯାଇଛି । ଆସନ୍ତା ୨୪ରୁ ୪୮ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ । ଗତକାଲିଠୁ ସ୍ବାସ୍ଥ୍ୟାବସ୍ଥାରେ ସେଭଳି କିଛି ସୁଧାର ଆସିନଥିବା ସୂଚନା ଦେଇଛନ୍ତି ଏମ୍ସ AIIMS ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ । ପୀତିଡ଼ାଙ୍କୁ ICU ଭେଣ୍ଟିଲେଟରରେ ରଖାଯାଇଛି । ନିଆଁ ଲାଗିବା ଯୋଗୁ ଇଣ୍ଟରନାଲ୍ ଆଘାତ ହୋଇଛି । ପ୍ରଭାବିତ ହୋଇଛି ପୀଡ଼ିତାଙ୍କର କିଡନୀ । ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଚିକିତ୍ସା କରୁଛନ୍ତି । ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାର ତଦାରଖ ପାଇଁ ଏମ୍ସ ତରଫରୁ ଗଠନ ହୋଇଛି ୮ ଜଣିଆ ବିଶେଷଜ୍ଞ କମିଟି । ଏହି କମିଟି ପୀଡ଼ିତାଙ୍କର ଚିକିତ୍ସା ତଦାରଖ କରିବ । କମିଟିରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ରହିଛନ୍ତି । ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)