Advertisment

ମହିଳା କିରାଣୀଙ୍କୁ ନିର୍ଯାତନା ଘଟଣା; ଅପସାରଣ ହେଲେ ଡେରାବିଶ CDPO

ଅପସାରଣ ହେଲେ ଡେରାବିଶ ସିଡିପିଓ ସ୍ନେହଲତା ସାହୁ । ନିରପେକ୍ଷ ତଦନ୍ତ ପାଇଁ ବ୍ଲକ ଅଫିସ୍‌ରୁ କରାଗଲା ଅପସାରଣ ।

author-image
Sujit kumar Swain
ଅଦ୍ୟତନ ହୋଇଛି
CDPO Snehalata Sahoo

CDPO Snehalata Sahoo

ଡେରାବିଶ CDPOଙ୍କ ଅଫିସରେ ମହିଳା କିରାଣୀଙ୍କୁ ନିର୍ଯାତନା ଘଟଣା । ସିଡିପିଓ ସ୍ନେହଲତା ସାହୁଙ୍କ ବିରୋଧରେ ହେଲା ଆକ୍ସନ୍ । CDPOଙ୍କୁ ବ୍ଲକ ଅଫିସରୁ ଅପସାରଣ କଲେ ରାଜ୍ୟ ସରକାର । ଏନେଇ ‘ଏକ୍ସ’ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଡେରାବିଶରେ ପହଞ୍ଚି ତଦନ୍ତ କରୁଛି ଟିମ୍ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ CDPOଙ୍କୁ ଅଫିସରୁ ଅପସାରଣ କରାଯାଇଛି  । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ।

Advertisment

ଏପଟେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ CDPOଙ୍କ କାର୍ଯ୍ୟାଳୟରେ ଜଣେ ମହିଳା କିରାଣୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗର ତଦନ୍ତ ଆରମ୍ଭ। ଏକ ତିନି ଜଣିଆ ଟିମ୍ ଡେରାବିଶରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 

Advertisment

ଏହି ଟିମରେ ତହସିଲଦାର ପ୍ରଜ୍ଞାପାରମିତା ପୃଷ୍ଟି,ସ୍ଥାନୀୟ ମେଡ଼ିକାଲ୍ ଅଫିସର ଚିତ୍ତରଞ୍ଜନ ବେହେରା ଓ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁ ଅଛନ୍ତି। ଡେରାବିଶ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗରେ କିରାଣୀ ଭାବେ କାର୍ଯ୍ୟରତ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର, ସିଡିପିଓ ସ୍ନେହଲତା ସାହୁଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ବର୍ଷା ଅଭିଯୋଗ କରିଥିଲେ ଯେ, ଗତ ୨୫ ତାରିଖରେ ଅଫିସରେ ଥିବା ବେଳେ ତାଙ୍କର ଗର୍ଭଯନ୍ତ୍ରଣା ହୋଇଥିଲା। 

ତେବେ ସିଡିପିଓ ତାଙ୍କୁ ମେଡିକାଲ ଛାଡିବା ତ ଦୂରର କଥା ବରଂ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ ସେ ଅସୁସ୍ଥ ହୋଇପଡିଥିଲେ ଏବଂ ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କ ଗର୍ଭରେ ଥିବା ଶିଶୁର ମୃତ୍ୟୁ ହୋଇସାରିଥିବା ଡାକ୍ତର କହିଥିଲେ। ସିଡିପିଓ ସ୍ନେହଲତା ସାହୁ କିନ୍ତୁ ବର୍ଷାଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ। ସେପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଘଟଣା ନେଇ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ କଥା ହେବା ସହିତ ଏହାରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। 

CDPO
Advertisment
Advertisment